ରାଜ୍ୟର ସରକାରୀ ଓ ଘରୋଇ କଲେଜ, ବିଶ୍ବବିଦ୍ୟାଳୟଗୁଡ଼ିକର ବୈଷୟିକ ପାଠ୍ୟକ୍ରମରେ ନାମଲେଖା ଲାଗି ଜୁନ୍ରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଅନୁଷ୍ଠିତ ହେବ। ଜୁନ୍ ପ୍ରଥମ/ଦ୍ବିତୀୟ ସପ୍ତାହରେ ଆୟୋଜିତ ହେବାକୁ ଥିବା ଏହି ପରୀକ୍ଷା କମ୍ପ୍ୟୁଟର୍ ବେସ୍ଡ ଟେଷ୍ଟ(ସିବିଟି) ମାଧ୍ୟମରେ କରାଯିବ। ଏଥିପାଇଁ ଚାଲିଥିବା ଆବେଦନ ସମୟସୀମାକୁ ବୃଦ୍ଧି କରାଯାଇଛି। ଆଜି ଆବେଦନର ଶେଷ ତାରିଖ ରଖାଯାଇଥିଲା। ମାତ୍ର ବହୁ ଛାତ୍ରଛାତ୍ରୀ ଏବେ ସୁଦ୍ଧା ଆବେଦନ କରିପାରି ନଥିବାରୁ ସମୟ ଅବଧିକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ଓଜେଇଇ ୱେବସାଇଟ୍ www.ojee.nic.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପୂର୍ବରୁ ୱେବସାଇଟ୍ରେ ଥିବା ଇନ୍ଫରମେସନ୍ ବ୍ରୋଚର୍କୁ ଭଲ ଭାବେ ପଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ପାଇଁ ଯୋଗ୍ୟତା, ସଂରକ୍ଷଣ ନୀତି, ପରୀକ୍ଷା ପାର୍ଟନ୍, ସିଲାବସ୍ ଆଦି ସମ୍ପର୍କରେ ଏଥିରେ ଉଲ୍ଲେଖ ହୋଇଛି।