Loading...

୪୭ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଓଜେଇଇ ପରୀକ୍ଷାର୍ଥୀ

୪୭ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଓଜେଇଇ ପରୀକ୍ଷାର୍ଥୀ

ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେଉଛି। କେବଳ ୧୦ ତାରିଖକୁ ବାଦ୍‌ ଦେଲେ ୧୫ ତାରିଖ ଯାଏ ପ୍ରତିଦିନ ଦୈନିକ ୩ଟି ପର୍ଯ୍ୟାୟରେ ସିବିଟି ମାଧ୍ୟମରେ ପରୀକ୍ଷା ହେବ।

ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା(ଓଜେଇଇ) ପରୀକ୍ଷା ଆରମ୍ଭ ହେଉଛି। କେବଳ ୧୦ ତାରିଖକୁ ବାଦ୍‌ ଦେଲେ ୧୫ ତାରିଖ ଯାଏ ପ୍ରତିଦିନ ଦୈନିକ ୩ଟି ପର୍ଯ୍ୟାୟରେ ସିବିଟି ମାଧ୍ୟମରେ ପରୀକ୍ଷା ହେବ। ପରୀକ୍ଷା ଅବଧି ଦୁଇଘଣ୍ଟାର ଅବଧି ରହୁଥିବାବେଳେ  ସକାଳ ୯ରୁ ୧୧ ପ୍ରଥମ ପର୍ଯ୍ୟାୟ, ଦିନ ୧୨ଟା ୩୦ରୁ ୨ଟା ୩୦ ଦ୍ୱିତୀୟ ପର୍ଯ୍ୟାୟ, ଓ ସାଢ଼େ ୪ରୁ ସାଢ଼େ ୬ ତୃତୀୟ ପର୍ଯ୍ୟାୟ ରହିବ। ପ୍ରଥମ ଦିନରେ ଲାଟେରାଲ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ, ୨ୟ ଦିନ ଏମ୍‌ସିଏ, ଏମ୍‌ଟେକ ଏଣ୍ଟ୍ରାନ୍ସ ଅନୁଷ୍ଠିତ ହେବ। ପର୍ଯ୍ୟାୟ କ୍ରମେ ଅନ୍ୟାନ୍ୟ ବର୍ଗରେ ନାମଲେଖା ପାଇଁ ପ୍ରବେଶିକା ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ୩୦ ସ୍ଥାନରେ ୪୪ ପରୀକ୍ଷା ସେଣ୍ଟର କରାଯାଇଥିବାବେଳେ ରାଜ୍ୟ ବାହାରେ ୩ଟି ସ୍ଥାନରେ ୩ଟି ସେଣ୍ଟରରେ ଓଜେଇଇ ଅନୁଷ୍ଠିତ ହେବ। 

ସୂଚନାନୁସାରେ, ପ୍ରଥମ ଦିନ ଲାଟେରାଲ ଏଣ୍ଟ୍ରିଙ୍କ ପାଇଁ ପରୀକ୍ଷା ଥିବା ବେଳେ  ଦ୍ୱିତୀୟ ଦିନରେ ଏମସିଏ ଓ ଏମଟେକ୍ ଏଣ୍ଟ୍ରାନ୍ସ ହେବ। ସେହିପରି  ୧୧ ତାରିଖରେ MBA, ୧୨ ତାରିଖରେ ବି. ଫାର୍ମ ପାଇଁ ପରୀକ୍ଷା ହେବ ବୋଲି ସୂଚୀ ପ୍ରକାଶ ପାଇଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.