News

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ !

 ଛାତ୍ରଛାତ୍ରୀମାନେ ଓଜେଇଇର ଅଫିସିଆଲ ୱେବସାଇଟକୁ ଯାଇ ପରୀକ୍ଷା ଫଳ ଜାଣିପାରିବେ

ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ ରେଜଲ୍ଟ ।   ଅପରାହ୍ଣ ୫ଟାରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।  ଚଳିତବର୍ଷ ୪୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାରୁ ସମସ୍ତଙ୍କୁ ର‍୍ୟାଙ୍କ ମିଳିବ । ଅପରାହ୍ଣରେ ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ରେଜଲ୍ଟ ପ୍ରକାଶ କରାଯିବାର ସମ୍ଭାବନା ରହିଛି ।

ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ତଥା ମହାବିଦ୍ୟାଳୟରେ ବି ଫାର୍ମ, ଏମ ଫାର୍ମ, ଏମବିଏ ଓ ଲାଟେରାଲ ଏଣ୍ଟ୍ରିରେ ବି ଟେକ୍, ବି ଫାର୍ମ ଓ ଏମସିଏ ପାଠ୍ୟକ୍ରମରେ ନାମଲେଖା ପାଇଁ ରାଜ୍ୟର ୪୮ ହଜାର ୩୧୭ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ଓଜେଇଇର ଅଫିସିଆଲ ୱେବସାଇଟକୁ ଯାଇ ପରୀକ୍ଷା ଫଳ ଜାଣିପାରିବେ ।

ଗତ ୧୩ ତାରିଖରେ ରାଜ୍ୟର ୨୦ଟି ସହରର ୮୧ଟି ପରୀକ୍ଷା କେନ୍ଦ୍ରରେ ଓଜେଇଇ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଓଜେଇଇରଅଫିସିଆଲ ୱେବସାଇଟକୁ ଯାଇ ପରୀକ୍ଷା ଫଳ ଜାଣିପାରିବେ ।

ପଢନ୍ତୁ ;

ବେକରେ ଆଘାତ ଯୋଗୁଁ କାଉଣ୍ଟି ଖେଳିବେନି ବିରାଟ କୋହଲି !

Related posts

ଆଗକୁ ଆଳୁ ସଙ୍କଟ , ଦର ୪୦ ଛୁଇଁବ

ENO Beuro

କୋଲକତାରେ ମାଝେରହାଟ ଫ୍ଲାଏଓଭର ଭୁଶୁଡିବା ଘଟଣା:୨ ବର୍ଷ ପୂର୍ବରୁ ମିଳିଥିଲା ସତର୍କ ସୂଚନା

ENO Beuro

ଭୁବନେଶ୍ୱରକୁ ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More