News

ଆସୁଛି ବର୍ଷା ଋତୁ, ବଢିପାରେ ଓଲା-ଉବେର ଭଡା !

Bt

କେରଳକୁ ଛୁଇଁଛି ମୌସୁମୀ | ଖୁବଶୀଘ୍ର ଏହା ଓଡିଶାକୁ  ଛୁଇଁବ | ଯେଉଁଥିପାଇଁ ପ୍ରବଳ ବର୍ଷା ହୋଇପାରେ | ଯଦି ଆପଣ ଓଲା-ଉବେର  ଭଳି ସେବାର ବ୍ୟବହାର କରୁଥାନ୍ତି | ତେବେ ଆପଣଙ୍କୁ କିଛି ଅଧିକ ଟଙ୍କା ଦେବାକୁ ପଡିପାରେ | ଏପରି କହିବାର କାରଣ ଏହି ସମାନ ଅବସ୍ଥା ଦେଖିବାକୁ ମିଳିଛି  ମୁମ୍ବାଇ ସହରରେ। କିଛି ଓଲା-ଉବେର ବ୍ୟବହାରକାରୀ ଖୋଲାଖୋଲି ମନଇଚ୍ଛା ଦରବୃଦ୍ଧିର ଅଭିଯୋଗ ଆଣିଛନ୍ତି | ସାଧାରଣ ଦରଠାରୁ ଦୁଇଗୁଣ ଅଧିକ ଅର୍ଥ ନେଉଥିବାର ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି | ମୁମ୍ବାଇର ଅଂଧେରୀ,ବୋରୀଭଲି, କାନ୍ଦିଭଲି,ମାଲାଡ଼ରେ ପୂର୍ବରୁ ଯେତିକି ଦର ଓଲା-ଉବେର ପକ୍ଷରୁ ନିଆଯାଉଥିଲା | ତାହାଠାରୁ ଦୁଇଗୁଣ  ଅଧିକ ଅର୍ଥ ଦେବାକୁ ପଡୁଛି |

ତେବେ ମୂଳ କଥା ହେଉଛି ବର୍ଷା ଯୋଗୁଁ ଅନ୍ୟ ଦିନ ଅପେକ୍ଷା କାର ଡ୍ରାଇଭରମାନେ କମ ସଂଖ୍ୟାରେ ରାଜି ହେଉଛନ୍ତି | ଯାହାଫଳରେ କାର ସଂଖ୍ୟା କମିଯାଉଛି | କିନ୍ତୁ ଲୋକ ବର୍ଷା ଯୋଗୁଁ ବାଇକରେ ଓଦା ନ ହେବା ପାଇଁ ଏହି ସେବା ଉପରେ ନିର୍ଭର କରୁଛନ୍ତି | ଯାହାଫଳରେ ମୂଲ୍ୟ ବଢ଼ାଇଦେଉଛନ୍ତି ଏହି ଦୁଇ କମ୍ପାନୀ | ତେବେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପଡିପାରେ ବୋଲି ଅନୁମାନ କରିବା କିଛି ଭୁଲ ନୁହେଁ।

ପଢନ୍ତୁ: ଶେଷରେ ନବମ ଦିନରେ ମିଳିଲା ନିଖୋଜ ବାୟୁସେନାର ଧ୍ୱଂସାବଶେଷ

Related posts

ଭୂକମ୍ପ:୫.୧ ତୀବ୍ରତାରେ ଥରିଲା ଆସାମ

ENO Beuro

ଆଜି ସ୍ଵାଧୀନତା ସଂଗ୍ରାମୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ

ENO Beuro

ଶଶି ଥରୁରଙ୍କ ଅଫିସରେ ଭଙ୍ଗାରୁଜା

ENO Beuro

1 comment

ଗୁଜରାଟରେ ବିଭୀଷିକା ରଚିବ ବାତ୍ୟା 'ବାୟୁ' June 12, 2019 at 11:02 am

[…] ଆସୁଛି ବର୍ଷା ଋତୁ, ବଢିପାରେ ଓଲା-ଉବେର ଭଡା ! […]

Leave a Comment