• Home
  • News
  • କାନପୁର : ଲୁଗା ବ୍ୟବସାୟୀଙ୍କ ଠାରୁ ୯୬ କୋଟିର ଅଚଳ ନୋଟ ଜବତ
News

କାନପୁର : ଲୁଗା ବ୍ୟବସାୟୀଙ୍କ ଠାରୁ ୯୬ କୋଟିର ଅଚଳ ନୋଟ ଜବତ

ଉତ୍ତରପ୍ରଦେଶରୁ ଆସିଛି ଏକ ବଡ ଖବର ।  ଜଣେ ଲୁଗା ବ୍ୟବସାୟୀଙ୍କଠାରୁ ଜବତ ହୋଇଛି  ୯୬ କୋଟିର ଅଚଳ ପୁରୁଣା ନୋଟ୍ ।   ଉତ୍ତରପ୍ରଦେଶର କାନପୁରରୁ ଏହି ଟଙ୍କା ମିଳିଛି । କାନପୁରର ଜଣେ ଲୁଗା ବ୍ୟବସାୟୀ ଆନନ୍ଦ କ୍ଷେତ୍ରୀଙ୍କ ଘରୁ ଏହି ନୋଟ ଜବତ କରିଛି ଏନଆଇଏ ଓ ୟୁପି ପୋଲିସ । କୌଣସି ସୁତ୍ରରୁ ଖବର ପାଇଁ ଆଜି ସକାଳେ ଏନଆଇଏ ଓ ଉତ୍ତରପ୍ରଦେଶ ପୋଲିସ ଚଢାଉ ଏହି ଲୁଗା ବ୍ୟବସାୟୀଙ୍କ ଘରେ ରେଡ କରିଥିଲା । ଆଉ ଘରୁ ମିଳିଥିଲା ପୁଳା ପୁଳା ଅଚଳ ପୁରୁଣା ନୋଟ । ଘଟଣାରେ ବ୍ୟବସାୟୀ  ଆନନ୍ଦ କ୍ଷେତ୍ରୀ ସମେତ ୧୬ ଜଣଙ୍କୁ ଗିରଫ କରିଛି ପୁଲିସ।

ନୋଟବନ୍ଦୀର ପ୍ରାୟ ୧୪ ମାସ ପରେ ମଧ୍ୟ ଏତେ ପରିମାଣର ନଗଦ ପୁରୁଣା ଟଙ୍କା କେଉଁଠୁ ଆସିଲା ଏବଂ ଏହାକୁ କେଉଁ ଉଦ୍ଦେଶ୍ୟ ରଖାଯାଇଥିଲା ଏବଂ କେଉଁ କାର୍ୟ୍ୟରେ ଲଗାଯାଇଥାନ୍ତା ତାର ଯାଞ୍ଚ ଆରମ୍ଭ କରିଛି ପୋଲିସ।

କୁହାଯାଉଛି ଯେ ପୋଲିସକୁ ଏହି ପୁରୁଣା ନୋଟର ଭଣ୍ଡାରର ସୂଚନା ମିଳିଥିଲା।  ଯେତେବେଳେ ଅଫିସରମାନେ ହୋଟେଲ ଗଗନ ଉପରେ ଚଢ଼ାଉ କରିଥିଲେ ସେହି ସମୟରେ ତାଙ୍କର ଆଖି ଲାଖି ଯାଇଥିଲା। ଅନେକ କୋଠରୀରେ ବିଛଣା ପରି ନୋଟର ବଣ୍ଡଲ ଛୁପାଯାଇ ରଖାଯାଇଥିଲା।

ପୋଲିସ ଘଟଣାସ୍ଥଳରୁ  ସନ୍ତକୁମାର, ସଂଜୟ ସିଂହ, ଅନିଲ ଓ ସହାରନପୁରର ବିଜୟ ପ୍ରକାଶ ଏବଂ ଓମପ୍ରକାଶଙ୍କୁ ଗିରଫ କରିଛି। ଏହି ବିଷୟରେ ଏସଏସପି ଏ.କେ. ମୀଣା କହିଛନ୍ତି ଯେ କାନପୁରର କିଛି ବଡ଼ ବଡ଼ ବ୍ୟବସାୟୀ ଓ ବିଲଡର କୋଟି କୋଟି ଟଙ୍କାର ପୁରୁଣା ନୋଟ୍ ଲୁଚାଇ ରଖାଯାଇଥିବା ସୂଚନା ମିଳିଥିଲା। ଯେଉଁ ଆଧାରରେ ପୋଲିସ ହୋଟେଲ ଗଗନ ଉପରେ ଚଢ଼ାଉ କରିଥିଲା।

ଏଏନଆଇଏର ଏହି ସୂଚନା ପରେ ବିଶେଷ ଦଳ ଗଠନ କରାଯାଇ ମନି ଏକ୍ସଚେଞ୍ଜର ଏବଂ କିଛି ସନ୍ଦିଗ୍ଧ ଲୋକଙ୍କ ଉପରେ ନଜର ରଖାଯାଉଥିଲା। ଯେଉଁ ଆଧାରରେ ଏହି  ବଡ଼ ସଫଳତା ମିଳିଛି।

କାନପୁର : ଲୁଗା ବ୍ୟବସାୟୀଙ୍କ ଠାରୁ ୯୬ କୋଟିର ଅଚଳ ନୋଟ ଜବତ old indian rupee

ପଢନ୍ତୁ ;

ଗରୁଡ ପୁରାଣରେ ଭାଗ୍ୟଶାଳୀ ପୁରୁଷଙ୍କ ବିଷୟରେ ରହିଛି କିଛି ଖାସ୍ ତଥ୍ୟ ; ଆସନ୍ତୁ ଜାଣିବା

Related posts

ହ୍ୟାଣ୍ଡସମ୍ ଏସପିଙ୍କୁ ଦେଖିବାକୁ ୧୨୦୦ କି.ମି ଯାତ୍ରା କଲେ ଏହି ଯୁବତୀ

Krishna Kumar Manoj

ସରକାରଙ୍କ ନୂଆ ନିୟମ;ବାପା-ମାଆଙ୍କ ସେବା କରିବାକୁ ସନ୍ତାନମାନେ ବାଧ୍ୟ ,ନ ହେଲେ ଦେବାକୁ ପଡିବ ଟଙ୍କା

Krishna Kumar Manoj

ଧାରା ୩୭୭ ଶୁଣାଣି: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More