• Home
  • LIFESTYLE
  • ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କୁ କଣ କଣ ଲାଭ ମିଳିଥାଏ ; ଆସନ୍ତୁ ଜାଣିବା
LIFESTYLE

ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କୁ କଣ କଣ ଲାଭ ମିଳିଥାଏ ; ଆସନ୍ତୁ ଜାଣିବା

ଅଧିକାଂଶ ମହିଳା ଚୁଡି ବା ଶଙ୍ଖା ନିଶ୍ଚୟ ପିନ୍ଧିଥାନ୍ତି । ସାଧାରଣତଃ ଏହି ବିଷୟରେ ଏହା ମାନ୍ୟତା ରହିଛି ଯେ ଚୁଡି ବା ଶଙ୍ଖା ବିହାହିତ ନାରୀଙ୍କ ପ୍ରତୀକ ,ସେଥିପାଇଁ ତାକୁ ପରିଧାନ କରାଯାଇଥାଏ । ଯେତେବେଳେକି ପ୍ରତ୍ୟେକ ପରମ୍ପରା ପଛରେ କିଛି ନା କିଛି କାରଣ ରହିଥାଏ । ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କୁ ଅନେକ ଲାଭ ହୋଇଥାଏ । ଜାଣନ୍ତୁ ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କୁ କଣ କଣ ଲାଭ ହୋଇଥାଏ;-

ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ସୁନା ଓ ରୂପା ର ସ୍ପର୍ଶ୍ୱ ଶରୀରକୁ ଶକ୍ତି ପ୍ରଦାନ କରିଥାଏ। ସୁନାରୁପାର ଘର୍ଷଣ ଦ୍ୱାରା ଶରୀରକୁ ଏହାର ଶକ୍ତିଶାଳୀ ତତ୍ତ୍ୱ ପ୍ରାପ୍ତ ହୋଇଥାଏ। ଯାହାଦ୍ୱାରା ମହିଳାଙ୍କ ଶରୀରକୁ ଲାଭ ମିଳିଥାଏ  ଓ ସେମାନେ ଅଧିକ ବର୍ଷ ପର୍ୟ୍ୟନ୍ତ ସୁସ୍ଥ ରହିଥାନ୍ତି। 

ଶାରୀରିକ ଭାବେ ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ କୋମଳ ହୋଇଥାନ୍ତି। ମହିଳାମନାଙ୍କ ଶରୀରର ହାଡ ନରମ ହୋଇଥାଏ । ଚୁଡି ପିନ୍ଧିବା ଦ୍ୱାରା ମହିଳାମାନଙ୍କୁ ଶାରୀରିକ ଭାବେ ଶକ୍ତି ପ୍ରଦାନ କରିବାର ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ। ମହିଳାମାନେ ସାଧାରଣତଃ ସୁନା ବା ରୂପାର ଚୁଡି ପିନ୍ଧିଥାନ୍ତି। ସୁନା ବା ରୂପା ବାରମ୍ବାର ଶରୀରର ସମ୍ପର୍କରେ ରହିବା ଦ୍ୱାରା ଏହି ଧାତୁର ଗୁଣ ଶରୀରକୁ ମିଳୁଥାଏ।

ମାନ୍ୟତା ରହିଛି ଯେ, ମହିଳା ଗୃହ କାର୍ୟ୍ୟ କରିବା ସମୟରେ ଚୁଡିର ଶବ୍ଦ ଦ୍ୱାରା ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତିର ପ୍ରଭାବ ଦୂର ହୋଇଥାଏ ଓ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ । ଆହୁରି ମଧ୍ୟ ମାନ୍ୟତା ରହିଛି ଯେ ବିବାହିତା ମହିଳା ଚୁଡି ପିନ୍ଧିବା ଦ୍ୱାରା ତାଙ୍କ ସ୍ୱାମୀଙ୍କ ଆୟୁରେ ବୃଦ୍ଧି ହୋଇଥାଏ  ।ଏହି କାରମରୁ ବିବାହିତା ମହିଳାଙ୍କ ପାଇଁ ଶଙ୍ଖା ପିନ୍ଧିବା ଅନିବାର୍ୟ୍ୟ ଅଟେ।

ଚୁଡି ପିନ୍ଧିବା ଦ୍ୱାରା ମହିଳାଙ୍କୁ କଣ କଣ ଲାଭ ମିଳିଥାଏ ; ଆସନ୍ତୁ ଜାଣିବା bangles

ପଢନ୍ତୁ ;

ହୁ ହୁ ହୋଇ ବଢି ଚାଲିଛି ପେଟ୍ରୋଲ ଓ ଡିଜେଲ ଦର : ନିର୍ବାଚନରେ ମୋଦୀଙ୍କ ପାଇଁ ହୋଇପାରେ ସମସ୍ୟା

Related posts

ହୃଦରୋଗରେ ପୀଡ଼ିତ ଥିବା ଲୋକମାନେ ଖାଆନ୍ତୁ ଚକୋଲେଟ୍‌ । ଆସନ୍ତୁ ଜାଣିବା କେଉଁ ଚକୋଲେଟ୍‌ ଖାଇଲେ କେଉଁ ଉପକାର ମିଳେ ।

Krishna Kumar Manoj

ଏବେ ମଣିଷକୁ ମଶା କାମୁଡିଲେ ମରିବେ ମଶା

Krishna Kumar Manoj

ନନ୍‌ଷ୍ଟିକ ପାତ୍ରରେ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି କି ? ସାବଧାନ ! ଜାଣନ୍ତୁ ଏହା ଶରୀର ପାଇଁ କେତେ କ୍ଷତିକାରକ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More