VASTU

ପାଦ ଛୁଇଁ ପ୍ରଣାମ କରିବା ପୂର୍ବରୁ ଜାଣି ରଖନ୍ତୁ କେତୋଟି କଥା

St

ସନାତନ ଧର୍ମରେ ନିଜଠୁ ବଡ଼ମାନଙ୍କୁ ଅଭିବାଦନ କରିବା ପାଇଁ ପାଦ ଛୁଇଁବାର ପରମ୍ପରା କାହିଁ କେଉଁ ଯୁଗରୁ ଚାଲି ଆସୁଛି। ସନାତନ ଧର୍ମରେ ନିଜଠୁ ବଡ଼ଙ୍କୁ ଆଶୀର୍ବାଦ ପାଇଁ ଚରଣ ସ୍ପର୍ଶ    କରିବାକୁ ଉତ୍ତମ କୁହାଯାଇଛି କିନ୍ତୁ ଆପଣ ଜାଣିଛନ୍ତି କି ନିଜଠୁ ବଡ଼ ବ୍ୟକ୍ତିଙ୍କ ପାଦ ଛୁଇଁବା ଦ୍ବାରା ଅନେକ ପ୍ରକାର ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା ଏହାର କେତେକ ଅଜଣା କଥା ସମ୍ପର୍କରେ।

୧) କୁହାଯାଇଥାଏ ଯେ ପାଦର ଆଙ୍ଗୁଳିଠୁ ବି ଶକ୍ତି ସଞ୍ଚାର ହୋଇଥାଏ। ଯଦି କୈାଣସି ବ୍ୟକ୍ତି କାହା ପାଦ ଛୁଇଁଥାଏ ତେବେ ଏହାର ସକରାତ୍ମକ ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ।

Feet

୨) ପାଦ ଛୁଇଁ ପ୍ରଣାମ କରିବା ଏକ ପ୍ରକାରର ବ୍ୟାୟାମ ହୋଇଥାଏ,ନିଜଠୁ ବଡ଼ ବ୍ୟକ୍ତିଙ୍କ ପାଦ ଛୁଇଁବା ଦ୍ବାରା ଆପଣ କସରତର ମୁଦ୍ରାରେ ରହିଥାଆନ୍ତି। ପ୍ରତିଦିନ ଏପରି କରିବା ଦ୍ବାରା ଶରୀର ନମନୀୟ ହୋଇଥାଏ।

Tra

୩) ପ୍ରଣାମ କରିବାର ଆଉ ଏକ ବଡ଼ ଫାଇଦା ହେଲା ଆମ ଭିତରେ ଅହଙ୍କାର କମ୍ ହୋଇଥାଏ। ଏଥିପାଇଁ ବଡ଼ଙ୍କୁ ପ୍ରଣାମ କରିବା ଦ୍ବାରା ପରମ୍ପରାକୁ ନିୟମ ଏବଂ ସଂସ୍କାରର ରୂପ ଦିଆଯାଇଥାଏ।

Tt

୪) ଶାସ୍ତ୍ରରେ କୁହାଯାଇଛି ଯେ ପ୍ରତିଦିନ ନିଜଠୁ ବଡ଼ଙ୍କୁ ସମ୍ମାନ ବା ଅଭିବାଦନ ଜଣାଇବା ଦ୍ବାରା ଆୟୁ,ଯଶ,ବିଦ୍ୟା ଏବଂ ବଳ ବୃଦ୍ଧି ହୋଇଥାଏ। ଏଥିପାଇଁ ଆଜି ଯୁଗରେ ମଧ୍ୟ ଅନେକ ଲୋକ ପ୍ରତିଦିନ ନିଜଠୁ ବଡ଼ ବ୍ୟକ୍ତିଙ୍କ ପାଦ ଛୁଇଁଥାଆନ୍ତି।

Big

ପଢନ୍ତୁ: ଜାଣନ୍ତୁ କେଉଁ ଦିନ କି ପ୍ରକାର ଜିନିଷ କିଣିବା ହୋଇଥାଏ ଶୁଭ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସବୁ ଜିନିଷ , ମିଳିପାରେ ମା ଲକ୍ଷ୍ମୀଙ୍କ କୃପା

ENO Beuro

ଆପଣଙ୍କ ଘରେ ପାରା ରହୁଛନ୍ତି କି!! ଜାଣନ୍ତୁ ଏହା କି ପ୍ରକାର ପ୍ରଭାବ ପକେଇଥାଏ ଆପଣଙ୍କ ଜୀବନରେ

Ratnamani Moharana

ଅଧିକ ରତ୍ନ ଧାରଣ ହୋଇପାରେ ଆପଣଙ୍କ ବିନାଶର କାରଣ: ଜାଣନ୍ତୁ କି କି ବିଷୟ ପ୍ରତି ରଖିବେ ଧ୍ୟାନ

Ratnamani Moharana

Leave a Comment