EnewsOdia.Com

ମାତ୍ର ୩୭୦୦ ଟଙ୍କା ପାଇଁ ୭ ବର୍ଷରେ ୬୦ ଥର ଧାଇଁଲେଣି କୋର୍ଟ

ଧାନ ବିକ୍ରି ବାବଦରେ କୋର୍ଟ ଜିମାରେ ଥିବା ୩୭୦୦ ଟଙ୍କା ଫେରିପାଇବା ଲାଗି ୭ ବର୍ଷରେ ୬୦ ଥର ଧାଇଁଲେଣି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ପଥୁରୀ ପଞ୍ଚାୟତ ବୁଡାମରା ଉଦାଳି ଗ୍ରାମର ଯୋଗେଶ୍ବର ବେହେରା। ଏ ସଂକ୍ରାନ୍ତରେ ବାରିପଦା ଏସ୍‌ଡିଜେଏମ୍‌ କୋର୍ଟରେ ୨୦୧୩ ମସିହାରୁ ଚାଲିଛି ମାମଲା।  ୧୯୬୪ ମସିହାରେ ଯୋଗେଶ୍ବରଙ୍କ ପିତା ସେହି ଗ୍ରାମର ରାଧାକାନ୍ତ ଦାସଠାରୁ ଏକ ଜମି କିଣିଥିଲେ। ୧୧ ନଭେମ୍ବର ୨୦୧୩ ମସିହାରେ ଯୋଗେଶ୍ବର ସେହି ଜମିରେ ଚାଷ କରିଥିବା ଧାନକୁ ଲୋକ ଲଗାଇ ରାଧାକାନ୍ତ ଦାସ ଓ ତାଙ୍କ ପୁଅ କୃଷ୍ଣଚନ୍ଦ୍ର ଦାସ କାଟି ନେଇଥିବା ସଂପର୍କରେ ବାଙ୍ଗିରିପୋଷି ଥାନାରେ ଅଭିଯୋଗ ହୋଇଥିଲା। ବାଙ୍ଗିରିପୋଷି ଥାନା କେସ୍‌ ନଂବର ୧୨୭/୨୦୧୩ରେ ମାମଲା ରୁଜୁ କରି ବଳକା ଧାନକୁ ସର୍ବସମ୍ମୁଖରେ ୩୭୦୦ ଟଙ୍କାରେ ବିକ୍ରି କରି କୋର୍ଟ ଜିମା ଦେଇଥିଲା।  ସେବେଠୁ ଏହି ମାମଲାର ବିଚାର ବାରିପଦା ଏସ୍‌ଡିଜେଏମ୍‌ କୋର୍ଟରେ (କେସ୍‌ ନଂ ୧୭୫୪/୧୩) ଚାଲିଛି।

ଏହା ମଧ୍ୟରେ ୭ ବର୍ଷ ବିତିଗଲାଣି। ୩୭ ଶହ ଟଙ୍କା ପାଇଁ ୭ ଜଣ ସାକ୍ଷୀଙ୍କ ସହିତ ୬୦ ଥର କୋର୍ଟ ବାରଣ୍ଡା ମାଡ଼ିଲେଣି ବୋଲି ଯୋଗେଶ୍ବର କହିଛନ୍ତି। ଏଯାଏ ଏହି କେସ୍‌ ତୁଟି ନଥିବା ବେଳେ ନ୍ୟାୟିକ ପ୍ରକ୍ରିୟାର ଗୋଲକ ଧନ୍ଦାରେ ଅଣନିଶ୍ବାସୀ ହୋଇଗଲେଣି ଯୋଗେଶ୍ବର। ମାମଲାର ଓକିଲ ଖର୍ଚ୍ଚ ଓ ଯାତାୟାତ ବାବଦକୁ ତାଙ୍କର ହଜାର ହଜାର ଟଙ୍କା ଖର୍ଚ୍ଚ ହେଲାଣି। ତଥାପି ସେ ଟଙ୍କା ପାଇବା ଆଶା ଛାଡ଼ିନାହାନ୍ତି।

ପଢନ୍ତୁ: ବିଜେପୁର ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ଆରମ୍ଭ

ସମ୍ବନ୍ଧିତ ଖବର

ବଦଳିଲା ବଳି ପ୍ରଥା, ମାଆ କାଳୀଙ୍କୁ ଅର୍ପଣ କରାଯାଉଛି ଖଇରେ ପ୍ରସ୍ତୁତି ଜୁଗାର

Ratnamani Maharana

ଇତିହାସ ସୃଷ୍ଟି କଲେ ରକ୍ତଦାତା : ୪ ଜଣ ଦାନ କଲେ ବିରଳ ବମ୍ବେ ଫିନୋଟାଇପ୍‌ ରକ୍ତ

Ratnamani Maharana

କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୂର

Ratnamani Maharana

ପଲିସି ବନ୍ଦ କରିବାକୁ ଯାଉଛି ଏଲଆଇସି

Ratnamani Maharana

ଭୁବନେଶ୍ବରର ହାଇଟେକ୍ ଭିକାରି; ଆଗରେ ଭିକ୍ଷାଥାଳ, ହାତରେ ମୋବାଇଲ୍

Ratnamani Maharana

ଲିମକା ରେକର୍ଡ ବୁକରେ ସ୍ଥାନ ପାଇଲା ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଜଟିଳ ଅସ୍ତ୍ରୋପଚାର

Ratnamani Maharana