News

ଓଡ଼ିଶା ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ସବୁ ବର୍ଷ ପରି ଏବର୍ଷ ମଧ୍ୟ ଓଡ଼ିଶା ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାସକ ପୂର୍ବରୁ ଏହି ବିରଳ ସାମୁଦ୍ରିକ ଜୀବଙ୍କୁ କୋଣାର୍କ ଉପକୂଳରେ ଦେଖିବାକୁ ମିଳିଛି। ସାଧାରଣତଃ ଡିସେମ୍ବର ମାସରେ ଓଡିଶାର କୋଣାର୍କ, କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ଓ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ମୁହାଣକୁ ଗଭୀର ସମୁଦ୍ର ଭିତରୁ ହଜାର ହଜାର ସଂଖ୍ୟାର କଇଁଛ ଅଣ୍ଡା ଦେବା ପାଇଁ ଆସିଥାନ୍ତି । ଅଣ୍ଡା ଦେବାର ୪୫ରୁ ୬୦ ଦିନ ଭିତରେ ଛୁଆ ଫୁଟିଥାଏ । ତେବେ ଏବର୍ଷ ସମୟ ଠାରୁ ଆଗରୁ ଦେଖିବାକୁ ମିଳିଛି ଏହି ବିରଳ ଅଲିଭ ରିଡଲେ କଇଁଛମାନଙ୍କୁ ।

ଗତ ୭ ତାରିଖ ବିଳମ୍ବିତ ରାତିରେ କୁଆଁରପୁର ପ୍ରଜଜନ କେନ୍ଦ୍ର ନିକଟରେ ଗୋଟିଏ କଇଁଛ ଅଣ୍ଡା ଦେଉଥିବା ବନ ବିଭାଗ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚିଥିଲା। ଅଣ୍ଡାକୁ କୁକୁର ଓ ଅନ୍ୟ ଜନ୍ତୁଙ୍କ ଦାଉରୁ ରକ୍ଷା କରିବା ପାଇଁ ସେମାନେ ସେଠାରୁ ଅଣ୍ଡା ଗୁଡ଼ିକୁ ସଂଗ୍ରହ କରି ନେଇଥିଲେ । ଛୁଆ ଫୁଟିବା ପର୍ଯ୍ୟନ୍ତ ଅଣ୍ଡାଗୁଡ଼ିକୁ ହାଚେରିରେ ରଖାଯିବ।

ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାକୁ ସୁରକ୍ଷା ଦେବାକୁ ବନ କର୍ମଚାରୀ କାମ ଆରମ୍ଭ କରିଦେଇଛନ୍ତି। ଗତକାଲି ରାଜନଗର ବନଖଣ୍ଡ ଗହୀରମଥା ଶାସନପେଟାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।  ବିଶେଷକରି ମତ୍ସଜୀବୀଙ୍କୁ କିଭଳି ଡଙ୍ଗାଚାଳନା ବେଳେ ସାବଧାନ ରହିବାକୁ ପଡ଼ିବ ତା’ ଉପରେ ଗୁରୁତ୍ୱ ଦିଆଯାଇଛି।

ଏବର୍ଷ ପାଗ ଅନୁକୂଳ ଥିବାରୁ ଅଧିକରୁ ଅଧିକ ସଂଖ୍ୟକ କଇଁଛ ଅଣ୍ଡାଦାନ କରିବାକୁ ଆସିବେ ବୋଲି କୋଣାର୍କ ରେଞ୍ଜର ଆଦିତ୍ୟ ମିଶ୍ର କହିଛନ୍ତି ।

ଓଡ଼ିଶା ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ  ଓଡ଼ିଶା ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ପଢନ୍ତୁ, ଏହି ମୂର୍ତି ସବୁ ଘରେ ଥିଲେ କ’ଣ ହୁଏ

Related posts

ଦିନକୁ ପାରିଶ୍ରମିକ ବାବଦକୁ ୨୦ ଟଙ୍କା ପାଇଁ ଚାଷ କରୁଛନ୍ତି ଗୁରମିତ ରାମ ରହିମ ସିଂହ

ENO Beuro

ବିନା ଇଂଜିନରେ ପୁରୀ-ଅହମଦାବାଦ ଏକ୍ସପ୍ରେସ ଗଡିବା ଘଟଣା : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ !

ENO Beuro

ଇ-ଟିକିଟ୍‌ ବୁକ୍‌ ପାଇଁ ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ଆଧାର କେମିତି ଲିଙ୍କ୍‌ କରିବେ ଯାଣନ୍ତୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More