ବିଜେଡି ରେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗରଙ୍କ ଗୃହ ପ୍ରବେଶ

humman sagar

ଓଡିଶାରେ ହ୍ୟୁମାନଙ୍କ କ୍ରେଜର ଫାଇଦା ଉଠେଇବ ବିଜେଡ଼ି..

ଓଡିଶାର ସଂଗୀତ ପ୍ରେମୀଙ୍କ ମନ ଜିତିଥିବା ଓଲିଉଡ ସିଙ୍ଗର ଏବେ ରାଜନୀତି ଦୁନିଆରେ ପାଦ ଥାପିବାକୁ ପୁରା ଦମରେ ତୟାର। ଓଡିଶାରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଜ ସୁରରେ ମତୁଆଲା କରି ରଖିଥିବା ହୁମମାନସର ଏବେ ରାଜନୀତି   କରିବେ ସେ ବି ବିଜେଡ଼ି ଦଳର ର ମଙ୍ଗ ଧରିବାକୁ ରାଜି ବୋଲି କହିସାରିଛନ୍ତି। ନିକଟରେ ସେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବୀନ ନିବାସରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି।

ହ୍ୟୁମାନଙ୍କ ଯୋଗଦାନ ଦଳକୁ ଅଧିକ ମଜବୁତ କରିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମତ। ଆଗାମୀ ନିର୍ବାଚନ ପ୍ରଚାର ସମୟରେ ହ୍ୟୁମାନଙ୍କୁ ବିଜେଡିର ପ୍ରଚାର ମୈଦାନରେ ଦେଖିବାକୁ ମିଳିପାରେ। ଓଡିଶାରେ ହ୍ୟୁମାନ ନିଜର ଲକ୍ଷ ଲକ୍ଷ ଫ୍ୟାନର ଫାଇଦା ନେଇ ଦଳକୁ ମଜବୁଦ କରିପାରନ୍ତି। ଓଲିଉଡ କଳାକାର ରାଜନୀତିରେ ଏଣ୍ଟ୍ରି କରିବା କିଛି ନୂଆ କଥା ନୁହେଁ । ଓଲିଉଡ କଳାକାର ବିଜେଡିରେ ଯୋଗ ଦେବା ସହ ରାଜନୀତି ମୈଦାନରେ ମଧ୍ୟ ସଫଳତା ଲାଭ କରିସାରିଥିଲା ବେଳେ ଏବେ ହ୍ୟୁମାନଙ୍କ ଭାଗ୍ୟ ପରୀକ୍ଷାର ସମୟ।

ପଢନ୍ତୁ: ପୁଣି ଥରେ ଚାଲିବ ସମଝୌତା ଏକ୍ସପ୍ରେସ୍‌

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More