News

ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର !

ଆସିଲା ବ୍ଲଡ୍ ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ଜଣା ପଡିଛି । ଆଜି ମଧ୍ୟାହ୍ନରେ ଆଇସିୟୁରେ ପପୁଙ୍କୁ ତାଙ୍କ ସ୍ତ୍ରୀ ଭେଟିଥିବା ବେଳେ ସେ ତାଙ୍କ ସହ କଥାହୋଇଛନ୍ତି । ସ୍ତ୍ରୀଙ୍କୁ ଘରକୁ କେବେ ଯିବା ବୋଲି ପପୁ କହିଥିବା ପରିବାର ବର୍ଗଙ୍କ ପକ୍ଷରୁ ଜଣାପଡିଛି ।

ପପୁ ବ୍ଲଡ ଟେଷ୍ଟ୍ ହୋଇଥିଲା । ତାଙ୍କ ବ୍ଲଡ ଟେଷ୍ଟ୍ ର ରିପୋର୍ଟ ଆଜି ଆସିଛି । ପପୁଙ୍କ ରକ୍ତ ପରୀକ୍ଷା ରିପୋର୍ଟରୁ ସବୁ ନରମାଲ ଥିବା ଜଣା ପଡିଛି । ପୁପୁ ଏବେ ନୂଆଦିଲ୍ଲୀ ଏମ୍ସରେ ଏବି- ୮ ଆଇସିୟୁ ନଂ ୪ରେ ଚିକିତ୍ସିତ ହେଉଛନ୍ତି। ଗ୍ୟାଷ୍ଟ୍ରୋଲୋଜି ବିଭାଗର ପ୍ରଫେସର ଅନୁପ ସାରାୟଙ୍କ ନେତୃତ୍ୱରେ ଗଠିତ ୬ ଜଣିଆ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ପପୁଙ୍କୁ ନାକ ବାଟେ ତରଳ ଖାଦ୍ୟ ଦିଆଯାଉଛି ।

ପାନ୍‌କ୍ରିୟାସ୍‌ ରୋଗରେ ପୀଡ଼ିତ ଥିବା ଓଡିଆ ପପୁଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ଓଡିଶାବାସୀଙ୍କୁ ପପୁଙ୍କ ଆରୋଗ୍ୟ ପାଇଁ ପାର୍ଥନା କରିବା ପାଇଁ ସମ୍ପର୍କୀୟ ଅଭିଷେକ ଦାସ ଗତକାଲି ଅନୁରୋଧ କରିଥିଲେ ।

ପଢନ୍ତୁ ;

‘ମୁଁ ଭଗବାନ ବିଷ୍ଣୁଙ୍କ ୧୦ମ ଅବତାର-କଳ୍‌କୀ, ଅଫିସ୍ ଯାଇପାରିବି ନାହିଁ !

Related posts

କେନ୍ଦ୍ର ସରକାର: ଭାରତ ଓ ଶ୍ରୀଲଙ୍କାକୁ ଯୋଡୁଥିବା ରାମ ସେତୁକୁ ଭଙ୍ଗାଯିବ ନାହିଁ

ENO Beuro

ରାଗିଂରେ ଓଡ଼ିଶା ୬ ନମ୍ବର ,୧ ନମ୍ବରରେ ୟୁପି

ENO Beuro

‘ଗାନ୍ଧୀଜୀଙ୍କ ମୃତ୍ୟୁ ଘଟନାର ପୁନଃ ତଦନ୍ତ’ ,ଦ୍ୱିତୀୟ ଥର ହେବନି ଯାଞ୍ଚ୍‌ :ଆଡ୍‌ଭୋକେଟ୍‌ ଅମରେନ୍ଦ୍ର ଶରଣ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More