• Home
  • Video
  • ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ଏଲିନା ସାମନ୍ତରାୟ୍‌ ଙ୍କ ଆଗାମୀ ସିନେମା ମୁଁ ଖାଣ୍ଟି ଓଡିଆ ଝିଅ
Video

ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ଏଲିନା ସାମନ୍ତରାୟ୍‌ ଙ୍କ ଆଗାମୀ ସିନେମା ମୁଁ ଖାଣ୍ଟି ଓଡିଆ ଝିଅ

ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ଏଲିନା ସାମନ୍ତରାୟ୍‌ ପ୍ରଥମଥର ଲାଗି ଜଣେ ନବାଗତଙ୍କ ବିପକ୍ଷରେ ନାୟିକା ଭୂମିକାରେ ଖୁବ୍‌ଶୀଘ୍ର ପରଦାକୁ ଆସୁଛନ୍ତି । ଏହି ନବାଗତ ଜଣଙ୍କ ହେଲେ ରଣବୀର୍‌ । ଆଜ୍ଞା ହଁ, ଓଡିଆ ସିନେମା “ମୁଁ ଖାଣ୍ଟି ଓଡ଼ିଆ ଝିଅ” ଜରିଆରେ ରଣବୀର୍‌ ଓ ଏଲିନାଙ୍କ ଯୋଡ଼ି ପରଦାକୁ ଆସୁଛି ।

ଅଭିଜ୍ଞ ତଥା ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମଧ୍ୟ ଅଛନ୍ତି ଲିଡ଼୍‍ ରୋଲ୍‌ରେ। ପାପୁ ପମ ପମ ଙ୍କ କମେଡୀ ମଧ୍ୟ ଏଥିରେ ରହିଛି । ସବୁ ଦେଖିବାକୁ ଗଲେ ସିନେମା ଟି ଏକ ଭରପୁର ପ୍ୟାକେଯ ଭଳି ଲାଗୁଛି । ଦେଖାଯାଊ ଆଗକୁ କଣ ହଊଛି ।

ଏଲିନା  କ୍ୟାରିଅର୍‌ର ଆରମ୍ଭ କରିଥିଲେ ଫିଲ୍ମ ‘ଇଶ୍କ ତୁ ହିଁ ତୁ’  ରୁ। ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ତାଙ୍କର ନାୟକ ସାଜିଥିଲେ ଟପ୍‌ ହିରୋ ଅରିନ୍ଦମ୍‌ ରାୟ୍‌।ଏହାପରେ ତାଙ୍କୁ ଅନୁଭବ ଓ ବୁଦ୍ଧାଦିତ୍ୟଙ୍କ ସହିତ ‘ଜଗା ହାତରେ ପଘା’ରେ ଦେଖିବାକୁ ମିଳିଥିଲା।

ସେ ଚକଲେଟି ହିରୋ ଅଭିଷେକ୍‌ଙ୍କ ବିପକ୍ଷରେ ବି ନାୟିକା ବନିଥିଲେ ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେହି ନୁହେଁ କାହାର‘ରେ । ଏଲିନା ତା’ପରେ ଆଉ ଜଣେ ନାଆଁକରା ନାୟକ ବାବୁସାନ୍‌ ମହାନ୍ତିଙ୍କ ବିପକ୍ଷରେ ନାୟିକା ସାଜିଥିଲେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଭ୍‌ ଷ୍ଟେସନ୍‌’ରେ। ତା’ପରେ ‘ଝିଅଟା ବଗିଡ଼ିଗଲା’ରେ ରୁଦ୍ର ଓ ବାବୁସାନ୍‌ ସହ ନଜର ଆସିଥିଲେ ସେ । ଗତ ରଜ ଅବସରରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଅଭୟ’ରେ ଅନୁଭବଙ୍କ ବିପକ୍ଷରେ ନାୟିକା ବନିଥିଲେ ଏଲିନା।

ଏଲିନା ଙ୍କ ଏହି ସିନେମା ମୁଁ ଖାଣ୍ଟି ଓଡିଆ ଝିଅ କେତେ ନା କରୁଛି ତାହା ଦେଖିବା ବାକି ରହିଲା। ତାଙ୍କର ଓ ରନବୀର ଙ୍କ ଯୋଡି କୁ ଦର୍ଶାକେ କେତେ ମାତ୍ର ରେ ପସନ୍ଦ କରୁଛନ୍ତି ତାହା ମଧ୍ୟ ସିନେମା ପରଦା ଉପରକୁ ଆସିଲେ ଜଣ ପଡିବ ।

Related posts

Katha Deli Matha Chuin || Odia Movie || Dubbing HD Video

Krishna Kumar Manoj

“To Akhi Re Mo Akhi” Odia Album Song By Manas Kumar HD Videos

Krishna Kumar Manoj

ଉଦୟ ମୁଭିଜର ପ୍ରଥମ ଅବଦାନ ତୁ ମୋ ହୀରୋ ର ଅଡିଓ ରିଲିଜ ଅନୁଷ୍ଠିତ ହେଇଛି

Krishna Kumar Manoj

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More