• Home
  • CELEBS
  • ACTRESSESS
  • ନାୟିକା ଏଲିନା ସାମନ୍ତରାୟ୍‌, ଏକା ସହ ଦୁଇଟି ବଡ ପ୍ରଯୋଜନା ସଂସ୍ଥାରେ କରିବେ କାମ
ACTRESSESS

ନାୟିକା ଏଲିନା ସାମନ୍ତରାୟ୍‌, ଏକା ସହ ଦୁଇଟି ବଡ ପ୍ରଯୋଜନା ସଂସ୍ଥାରେ କରିବେ କାମ

ତରଙ୍ଗ ଓ ସାର୍ଥକ, ଓଲିଉଡ଼୍‍ର ଦୁଇଟି ବଡ ପ୍ରଯୋଜନା ସଂସ୍ଥା । ୨୦୦୯ରେ ସାର୍ଥକ ବ୍ୟାନରର ପ୍ରଥମ ମୁକ୍ତିପ୍ରାପ୍ତ ଓଡ଼ିଆ ଛବି ହେଲା ‘ଆକାଶେ କି ରଙ୍ଗ ଲାଗିଲା’ । ଏହା ପରେ ଲଗାତାର ବହୁ ଚଳଚ୍ଚିତ୍ର ଦେଇ ଚାଲିଥିବା ସାର୍ଥକ ଇତିମଧ୍ୟରେ ୨୨ଟି ଓଡ଼ିଆ ଛବି ନିର୍ମାଣ କରିସାରିଛି।

ସେହିଭଳି ୨୦୧୫ର “ଇଶ୍କ ତୁ ହିଁ ତୁ” ସିନେମା ଜରିଆରେ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ କରିଥିଲା ତରଙ୍ଗ ସିନେ ପ୍ରଡ଼କସନ୍‌ସ । ଏହାପରେ ଏହି  ୩ ବର୍ଷରେ ୯ ଟି ବହୁ ସୁନ୍ଦର ସିନେମା  ଦର୍ଶକଙ୍କୁ ଭେଟି ଦେଇଛି ।

ଓଲିଉଡ଼୍‍ର ଏହି ଦୁଇଟି ବଡ ପ୍ରଯୋଜନା ସଂସ୍ଥା ସହ କାମ କରିବାକୁ କଳାକାର ମାନେ ନିଜ ଭାଗ୍ୟ ବୋଲି ଭାବନ୍ତି । ଉଭୟ ବ୍ୟାନରରେ ଏଯାବତ୍‌ ସିଦ୍ଧାନ୍ତ, ଅନୁଭବ,ଅରିନ୍ଦମ୍‌, ସବ୍ୟସାଚୀ, ବାବୁସାନ୍‌, ବୁଦ୍ଧାଦିତ୍ୟ, ଅମ୍ଳାନ, ଅର୍ଚ୍ଚିତା, ବର୍ଷା ପ୍ରିୟଦର୍ଶିନୀ, ଝିଲିକ୍‌, ଓ ଆହୁରି ଅନେକ ଆଗଧାଡିର ନାୟକନାୟିକା କାମ କରିସାରିଛନ୍ତି।

ଏହି ତାଲିକାରେ ଏବେ ସାମିଲ୍‌ ହୋଇଛନ୍ତି ଓଲିଉଡ଼୍‍ର ଆଉ ଜଣେ ଆଗଧାଡ଼ିର ନାୟିକା ଏଲିନା ସାମନ୍ତରାୟ୍‌। ରମେଶ ରାଉତଙ୍କ ନିର୍ଦ୍ଦେଶନାରେ ସବ୍ୟସାଚୀଙ୍କ ବିପକ୍ଷରେ ସାର୍ଥକ ବ୍ୟାନରର ଏକ ସିନେମାରେ ନଜର ଆସିବେ ଏଲିନା । ଏହା ସାର୍ଥକ ବ୍ୟାନର ସହ ସବ୍ୟସାଚୀଙ୍କ ବିପକ୍ଷରେ ମଧ୍ୟ ପ୍ରଥମ ସିନେମା ।  ଏଥିସହିତ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରର ମୁଳୁଦୁଆ ପକେଇଥିବା ତରଙ୍ଗ ସିନେ ପ୍ରଡ଼କସନ୍‌ସର ମଧ୍ୟ ଆଉ ଏକ ସିନେମା ହାତେଇଛନ୍ତି ଏହି ସୁନ୍ଦରୀ ନାୟିକା ।

ଏଠାରେ ସୂଚନାଯୋଗ୍ୟ ଯେ, ତରଙ୍ଗରେ ପ୍ରସାରିତ ‘କିଏ ହେବ ମୋ’ ହିରୋଇନ୍‌’ରିଆଲିଟି ସୋ’ର ବିଜୟିନୀ ହେବାପରେ ଏଲିନା ତରଙ୍ଗ ସିନେ ପ୍ରଡ଼କସନ୍‌ସ ପ୍ରଥମ ଫିଲ୍ମ ‘ଇଶ୍କ ତୁ ହିଁ ତୁ’ରେ ଅରିନ୍ଦମଙ୍କ ବିପକ୍ଷରେ ନାୟିକା ବନିଥିଲେ। ତା’ପରେ ସେ ଏହି ବ୍ୟାନରରେ ‘ଜଗା ହାତରେ ପଘା’,‘ଲଭ୍‌ ଷ୍ଟେସନ୍‌’ ଓ ‘ଅଭୟ ଏ କମନ୍‌ମ୍ୟାନ୍‌’ରେ ବି ନଜର ଆସିଥିଲେ। ଏଯାବତ ଏଲିନା ବହୁ ସିନେମାର ନାୟିକା ହେଇ ଓଲିଉଡ଼୍‍ର ଏକ ସଫଳ ଅଭିନେତ୍ରୀ ହେଇ ପାରିଛନ୍ତି ।

ପଢନ୍ତୁ, ଚଳନ୍ତା ଟ୍ରେନରେ ଆଉ ରହିବନି ଅସୁବିଧା, ଘଟଣାସ୍ଥଳରେ ହେବ ସମାଧାନ

Related posts

Riya Dey Ollywood Actress Biography, Filmography

Jitendra

Sheetal Patra Is The Young & Talented Actress Of Odia Film Industry

Jitendra

Popular Bengali Actresses Are In Ollywood Industry

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More