Celebs News

ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନା ବସ୍ୟ ଙ୍କ ତେଲୁଗୁ ସିନେମା ଦୁନିଆଁ ପ୍ରତି ମୋହ

ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନା ବସ୍ୟ ଙ୍କ ତେଲୁଗୁ ସିନେମା ଦୁନିଆଁ ପ୍ରତି ମୋହ ଆସିଯାଇଛି । ସେ ଏକ ତେଲୁଗୁ ସିନେମା ‘ଶତ୍ରୁ’ରେ ନାୟିକା ଭାବେ ଚୁକ୍ତିବଦ୍ଧ ହୋଇଛନ୍ତି । ଏହାର ମହୁରତ୍‌ ମଧ୍ୟ ହାଇଦ୍ରାବାଦ୍‌ରେ ସମର୍ଣ୍ଣ ହେଇଛି । ଏହା ଉଭୟ ତେଲୁଗୁ ଓ ଓଡ଼ିଆ ଭାଷାରେ ନିର୍ମିତ ହେଉଛି । ଖୁବ୍‌ଶୀଘ୍ର ସୁଟିଂ ଆରମ୍ଭ ହେବ ।

“ଏହି ଫିଲ୍ମରେ ମୁଁ ଏକ ପାଓ୍ଵାର୍‌ଫୁଲ୍‌ କ୍ୟାରେକ୍ଟର୍‌ ପାଇଛି। ଏହାର କାହାଣୀରେ ମୁଁ ନାୟିକା । ମୋତେ ଭିଲେନ୍‌ ନାୟକ ବିରୋଧରେ ବ୍ୟବହାର କରୁଛି । ଶେଷରେ କିନ୍ତୁ ଖଳନାୟକ ନିଜର ଭୁଲ୍‌ ବୁଝୁଛି । ଗୋଟେ ନୂଆ ଟାଇପ୍‌ର ଚରିତ୍ର ପାଇଥିବା ହେତୁ ମୁଁ ଭାରି ଖୁସି,” କହିଛନ୍ତି ନାୟିକା ତମନ୍ନା ।

ତମନ୍ନାଙ୍କର ଦୁଇଟି ଓଡ଼ିଆ ଛବି (ଭାଇନା କଣ କଲା ସେ ଓ ନିଝୁମ ରାତିର ସାଥି ) ମୁକ୍ତିଲାଭ କରିସାରିଛି ଓ ଗୋଟିଏ (ଯୋକର) ମୁକ୍ତି ପ୍ରତୀକ୍ଷାରେ ରହିଛି ।

ସେ କହିଛନ୍ତି ମଧ୍ୟ ମୁଁ ତେଲୁଗୁ ସିନେମାରେ କାମ କଲେ ମଧ୍ୟ ଯଦି ଓଡିଆରୁ ଭଲ ଅଫର ଆସେ ତେବେ ନିଶ୍ଚୟ କରିବି ।

ଓଲିଉଡ଼୍‍ର ଲୋକପ୍ରିୟ ନାୟିକା ତମନ୍ନା ବସ୍ୟ ଙ୍କ ତେଲୁଗୁ ସିନେମା ଦୁନିଆଁ ପ୍ରତି ମୋହ

Related posts

A Very Happy Birth Day To Zeena Samal

Jitendra

Diptirekha Padhi Ollywood Singer Biography And Musical Journey

ENO Beuro

Satyajit Jena Made His Bollywood Debut With Popular Singer Sunidhi Chauhan

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More