News

ଓଲିଉଡ୍‌ ଅଭିନେତ୍ରୀ ନିକିତାଙ୍କ ସନ୍ଦେହଜନକ ମୃତ୍ୟୁ

niki

ଟେଲି ଅଭିନେତ୍ରୀ ନିକିତାଙ୍କର ଶନିବାର କଟକଠାରେ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

niki

କଟକ ବାସିନ୍ଦା ନିକିତା ଗତ ବର୍ଷ ଓଡ଼ିଆ ଅଭିନେତା ଲିପନ ସାହୁଙ୍କୁ ବିବାହ କରିଥିଲେ। ଆଖି ଖୋଲିବାକୁ ଡ଼ର ଲାଗୁଛି, ଚୋରି ଚୋରି ମନ ଚୋରି, ମାଆର ପଣତ କାନି, ସ୍ମାଇଲ ପ୍ଲିଜ ଭଳି ଚଳଚିତ୍ରରେ ସେ ଅଭିନୟ କରିଛନ୍ତି । ସେ ‘ଏସିପି ନିକିତା’ ସମେତ ଅଳ୍ପ କେତୋଟି ଧାରାବାହିକରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଥିଲେ।

ସୂଚନାଯୋଗ୍ୟ,ଗତ ଦୁଇଦିନ ତଳେ ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ ସିଂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଆଉ ଜଣେ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ପରେ ଟେଲିଭିଜନ ଜଗତରେ ହଇତଇ ସୃଷ୍ଟି ହୋଇଛି ।

ପଢନ୍ତୁ; ରିଲିଜ ହେଲା ‘ଗଲି ବୟ’ର ଟିଜର

Related posts

ଆକାଶ ପଥରେ ପୂର୍ବ ସହ ଯୋଡି ହେଲା ପଶ୍ଚିମ ଓଡିଶା

Ratnamani Moharana

୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ବ୍ୟାଙ୍କ ଭିତରେ ମ୍ୟାନେଜରଙ୍କୁ ଗୁଳି,ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ENO Beuro

Leave a Comment