News

ଦିଲ୍ଲୀ ଏମ୍ସ୍ ରେ ଆଡମିଟ ହେଲେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ !

ପପୁ ପମପମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁତୁତର

ଓଡିଶାରେ କମେଡି କିଙ୍ଗ୍‌ କୁହାଯାଉଥିବା ପପୁ ପମ୍‌ପମ୍‌  ଅସୁସ୍ଥ ହୋଇଛନ୍ତି । ପପୁ ପମ୍‌ପମ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ସୋମବାର ଅପରାହ୍ନରେ ହଠାତ୍‌ ଅଧିକ ଖରାପ ହୋଇପଡ଼ିଥିଲା । ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନିଆଜିବା ପରେ କାଲି ରାତିରେ ଦିଲ୍ଲୀ ଏମ୍ସ ରେ ଆଡମିଟ କରାଯାଇଛି । ତାଙ୍କୁ ଏଡମିଟ କରାଯିବା ପରେ ଚିକିତ୍ସା ଆରମ୍ଭ ହୋଇଛି।

ତାଙ୍କ ପାନକ୍ରିଆସରେ ଇନଫେକସନ୍ ଥିବାରୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲର ଆଇସିୟୁରେ ଭର୍ତି ହୋଇଥିଲେ । ଡାକ୍ତରଙ୍କ ମତରେ ୯୦ ପ୍ରତିଶତଙ୍କ କ୍ଷେତ୍ରରେ ଅତ୍ୟଧିକ ମଦ ପିଇବା ଯୋଗୁଁ ପାନକ୍ରିଆସ୍ ଏପରି ସଂକ୍ରମଣ ହୋଇଥାଏ । ଏବେ ତାଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷଜ୍ଞ ଡାକ୍ତରମାନେ ତୀକ୍ଷ୍ଣ ନଜର ରଖିଛନ୍ତି ।

ପପୁ ଅସୁସ୍ଥ ଥିବା ନେଇ ଦୁଇ ଦିନ ହେଲା ସୋସିଆଲ ମିଡିଆରେ ଏକ ଫଟୋ ଘୁରି ବୁଲୁଥିଲା । ଫଟୋରେ ପପୁଙ୍କ ମୁହଁରେ ଅକ୍ସିଜେନ୍ ଲାଗିଥିବା ଦୃଶ୍ୟମାନ ହେଉଛି । ଏଥିସହ ପପୁଙ୍କ ସ୍ୱାସ୍ଥ୍ୟର ତୁରନ୍ତ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା ଲାଗି ନିବେଦନ କରାଯାଇଛି । ପପୁ ଅସୁସ୍ଥ ହେବା ଖବର ପାଇବା ମାତ୍ରେ ତାଙ୍କ ଅଜସ୍ର ପ୍ରଶଂସକ ଓ ବନ୍ଧୁ ପପୁଙ୍କୁ ଭେଟିବା ପାଇଁ ହସ୍‌ପିଟାଲ ଆଗରେ ଭିଡ ଜମାଇଛନ୍ତି । ପପୁ ଶୀଘ୍ର ସୁସ୍ଥ ହୋଇ ପୁଣି ସୁଟିଂରେ ଯୋଗ ଦିଅନ୍ତୁ ଓ ସମସ୍ତଙ୍କୁ ହସାନ୍ତୁ ବୋଲି ଇଶ୍ୱରଙ୍କ ପ୍ରାର୍ଥନା ଲାଗି କରୁଛନ୍ତି ତାଙ୍କ ପ୍ରଶଂସକ ।

ଦିଲ୍ଲୀ ଏମ୍ସ୍ ରେ ଆଡମିଟ ହେଲେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ! papu

ପଢନ୍ତୁ ;

ଛତୁରେ ଭରିରହିଛି ଔଷଧୀୟ ଗୁଣ , ଏହାକୁ ଖାଇବା ଦ୍ଵାରା କେଉଁ ସବୁ ରୋଗ ଦୂର ହୋଇଥାଏ ଜାଣନ୍ତୁ ?

Related posts

ୱାଇଲଡ ଲାଇଫ ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା: ଫେରିବନି ସୁନ୍ଦରୀ

ENO Beuro

ଆଗାମୀ ୨୫ ତାରିଖକୁ ଘୂର୍ଣ୍ଣିବଳୟ ହେବ ବୋଲି ପାଣିପାଗ ବିଭାଗ ର ପୂର୍ବସୂଚନା

ENO Beuro

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More