Entertainment

‘ ଦିଓ୍ଵାନା ହେଲି ତୋ’ ପାଇଁ ସିନେମାରେ ନୂଆ ରୂପରେ ଆସୁଛନ୍ତି ଏହି ଓଲିଉଡ ସୁନ୍ଦରୀ

By ENO Beuro

February 24, 2018

ରିୟାଙ୍କୁ ନୂଆ ରୂପରେ ଦେଖିବାକୁ ପାଇବେ ଦର୍ଶକ

ଓଲିଉଡ ସୁନ୍ଦରୀ ରୀୟା ଦେ ଏଥର ନୂଆ ରୂପରେ ଆସୁଛନ୍ତି । ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ‘ ପ୍ରେମ ଅଢେଇ ଅକ୍ଷର ’ ଜରିଆରେ ନାୟିକା ଭାବେ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଏହି ସିନେମାରେ ତାଙ୍କର ନାୟକ ବନିଥିଲେ ଷ୍ଟାରସନ୍‌ ବାବୁସାନ୍‌ । ଏହାପରେ ପ୍ରତି ବର୍ଷ ନିୟମିତଭାବେ ସିନେମାରେ ନଜର ଆସିଛନ୍ତି ରୀୟା ।

ଅଶୋକ କୁମାର ଦାସଙ୍କ ପ୍ରଯୋଜିତ ତଥା ଶ୍ରୀତମ ଦାସଙ୍କ ନିର୍ଦ୍ଦେଶିତ ‘ ଦିଓ୍ଵାନା ହେଲି ତୋ’ ପାଇଁ’ । ଏଥୀରେ ରୀୟା ଦେଙ୍କ ଅପୋଜିଟ୍‌ରେ ଅଛନ୍ତି ଜଣେ ନବାଗତା ମୁନ୍ନା ।  ଏହା ଛଡ଼ା ଏହି ସିନେମାରେ ସିଦ୍ଧାନ୍ତ, ଶ୍ରୀତମ ଦାସ, ଉଷସୀ ମିଶ୍ର, ଅମର , ଗୁଡୁ ଓ ପପୁ ପମ୍‌ ପମ୍‌ ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ।  ଏହି ସିନେମାରେ ରିୟାଙ୍କୁ ଗୋଟେ ଦମଦାର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ ।

ରୀୟାଙ୍କ ଅଭିନୀତ ଅନ୍ୟ ସିନେମା ଭିତରେ ରହିଛି କ୍ରିମିନାଲ୍‌ – ଦ ରିଅଲ୍‌ ହିରୋ ,ଲଭ୍‌ ମାଷ୍ଟର୍‌ , ତୁ ମୋ’ ଦେହର ଛାଇ, ଇଡିଅଟ୍‌, ଗୋଲାପି ଗୋଲାପି, ପାଗଳ କରିଛୁ ତୁ, କଲେଜ୍‌ ଟାଇମ୍‌, ରଘୁପତି ରାଘବ ରାଜରାମ, ଏମିତି ବି ପ୍ରେମ ହୁଏ, ହରି ଓମ୍‌ ହରି, , କଳକୀ ,ତୁ ଯେ ସେଇ ଏବଂ କଥା ଦେଲି ମଥା ଛୁଇଁ ଆଦି ସିନେମା ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେଉଁ ରଙ୍ଗର ପରଦା ଲଗାଇଲେ କ’ଣ ହୁଏ ଜାଣନ୍ତୁ