EnewsOdia.Com

ଓଡ଼ିଆ ଯୁବକଙ୍କୁ ବାହା ହେବେ ଅଭିନେତ୍ରୀ ଝିଲିକ୍‌, ନାଁକୁ ନେଇ ସସ୍‌ପେନ୍ସ

ଝିଲିକ୍‌ । ଓଲିଉଡ୍‌ ହିରୋଇନ୍‌ । ଅବଶ୍ୟ ଝିଲକ ହେଉଛନ୍ତି ବଙ୍ଗାଳି । ତେବେ ବେଶ୍‌ କିଛି ବର୍ଷ ହେବ ସେ ଓଡ଼ିଆ ଫିଲ୍ମ ଜଗତରେ ନିଜର ନାଁ କମେଇଛନ୍ତି । ପ୍ରାୟତଃ ସବୁ ଓଡ଼ିଆ ହିରୋଙ୍କ ସହିତ ବିଭିନ୍ନ ସିନେମାରେ କାମ କରି ଓଡ଼ିଆଣୀ ବନି ଯାଇଛନ୍ତି । ଆଉ ଏବେ ଚର୍ଚ୍ଚା ଚାଲିଛି ଝିଲିକ ଓଡ଼ିଶାରେ ହିଁ ବାହା ହେବେ ।

ଜଣେ ଓଡ଼ିଆ ଯୁବକଙ୍କର ପତ୍ନୀ ବନିବେ । ଯଦିଓ ତାଙ୍କ ଭାବୀ ସ୍ୱାମୀ କିଏ ହେବେ ସେ କଥା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନାହିଁ, ତଥାପି ଯୁବକ ଜଣକ ଜଣେ ଜଣାଶୁଣା ରାଜନେତାଙ୍କ ପୁଅ ବୋଲି ସୂଚନା ମିଳିଛି । ଯାହା ଶୁଣିବାକୁ ମିଳିଛି, ଉଭୟଙ୍କ ମଧ୍ୟରେ ନିର୍ବନ୍ଧ ହୋଇ ସାରିଛି । ଚଳିତ ବର୍ଷ ବାହାଘର ହେବ ।

 

JHILIKଝିଲିକ ଭଟାଚାର୍ଯ୍ୟଙ୍କ ଘର ପଞ୍ଚିମବଙ୍ଗରେ । ଉଭୟ ଓଡ଼ିଆ ଓ ବଙ୍ଗଳା ଫିଲ୍ମରେ ସେ କାମ କରିଛନ୍ତି । ଟାର୍ଗେଟ୍‌, ଅଗସ୍ତ୍ୟ, ସୁପର୍‌ ମିଛୁଆ, ତୁ ମୋ ହିରୋ ଭଳି ଅନେକ ହିଟ୍‌ ଓଡ଼ିଆ ଫିଲ୍ମ ଭେଟି ଦେଇଛନ୍ତି ଝିଲିକ ।

ପଢନ୍ତୁ: ଅନିଲ କପୁରଙ୍କ ସହ ଅର୍ଚ୍ଚିତାଙ୍କ ଠୁମ୍‌କା, ରଚନା ବାନାର୍ଜୀ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର

ସମ୍ବନ୍ଧିତ ଖବର

ଏବେ ରାସନ ଦୋକାନରେ ମିଳିବ ଅଣ୍ଡା, ମାଛ ଏବଂ ମାଂସ

Ratnamani Maharana

‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ପାଇଁ କ୍ଷମା ମାଗିବେନି ରାହୁଲ

Ratnamani Maharana

ତାମିଲ୍‌ ସିନେମାରେ ଓଡିଆ ହିରୋ

Ratnamani Maharana

ଆମେରିକୀୟ ଅତିଥିଙ୍କୁ ନଚେଇ ଦେଲେ ଓଡ଼ିଶାର ଆଦିବାସୀ ପିଲା

Ratnamani Maharana

ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Ratnamani Maharana

କରୋନା ପୀଡ଼ିତଙ୍କୁ ବାକ୍ସ ଭିତରେ ଭର୍ତ୍ତି କରି ନେଉଛି ଚୀନ

Ratnamani Maharana