Spread the love୨୦୧୭ ରେ ଏଯାବତ ଅନେକ ସିନେମା ପରଦା ଉପରକୁ ଆସିସାରିଲାଣି । କିନ୍ତୁ ଦର୍ଶକଙ୍କ ନିକଟରେ ସେମାନଙ୍କର ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି । ଯେମିତି ଅନୁଭବ-ବର୍ଷା,... ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି
Spread the love

୨୦୧୭ ରେ ଏଯାବତ ଅନେକ ସିନେମା ପରଦା ଉପରକୁ ଆସିସାରିଲାଣି । କିନ୍ତୁ ଦର୍ଶକଙ୍କ ନିକଟରେ ସେମାନଙ୍କର ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି । ଯେମିତି ଅନୁଭବ-ବର୍ଷା, ବାବୁଶାନ୍‌- ଝିଲିକ୍‌, ବାବୁଶାନ୍‌- ଏଲିନା, ସବ୍ୟସାଚୀ-ଅର୍ଚ୍ଚିତା ଆଦି ଯୋଡି ପରଦା ଉପରେ ଖୁବ ଲୋକପ୍ରିୟ । ହେଲେ ଏହି ଯୋଡିର କିଛି ବି ଚଳଚ୍ଚିତ୍ର ଏବର୍ଷ ପରଦା ଉପରକୁ ଆସିନି ।

ଅନୁଭବ-ବର୍ଷା:

ଓଲିଉଡର ରିଲ ଓ ରିୟଲ ଜୀବନ ଯୋଡି ଅନୁଭବ-ବର୍ଷା ପ୍ରିୟଦର୍ଶିନୀ ଙ୍କୁ ୨୦୧୭ରେ ଦର୍ଶକ ପରଦାରେ ଦେଖିବାରୁ ବଞ୍ଚିତ ହୋଇଛନ୍ତି । ୨୦୧୭ରେ ଅନୁଭବଙ୍କୁ ଯେଉଁ ଦୁଇଟି ସିନେମା ‘ଅଭୟ’ ଓ ‘କାବୁଲା ବାରବୁଲା-ସର୍ଚ୍ଚିଂ ଲୈଲା’ ରେ ଦେଖିବାକୁ ପାଇଛନ୍ତି ଦର୍ଶକ, ଉଭୟରେ ନାୟିକା ଥିଲେ ଏଲିନା ସାମନ୍ତରାୟ । ଅପରପକ୍ଷରେ ବର୍ଷା ପ୍ରିୟଦର୍ଶିନୀଙ୍କର ଏବର୍ଷ କେବଳ ଗୋଟିଏ ଓଡ଼ିଆ ଛବି ମୁକ୍ତିଲାଭ କରିଛି, ତାହା ହେଲା ‘ରୋମିଓ -ଜୁଲିଏଟ୍‌’ । ଏଥିରେ ଅରିନ୍ଦମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ବର୍ଷା । ଅନୁଭବ-ବର୍ଷା ଯୋଡ଼ିକୁ ଗତ ବର୍ଷ ଶେଷ ଥର ପାଇଁ “ଗୋଟେ ଶୁଆ ଗୋଟେ ଶାରୀ” ରେ ଦେଖିବାକୁ ପାଇଥିଲେ ଦର୍ଶକେ ।

ଅନୁଭବ-ବର୍ଷା - ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି

ବାବୁଶାନ୍‌- ଝିଲିକ୍‌:

ଆଖିରେ ଆଖିରେ, ଲେଖୁ ଲେଖୁ ଲେଖି ଦେଲି ଓ ସୁପର ମିଛୁଆ ଭଳି ସୁପରହିଟ୍‌ ଫିଲ୍ମର ଲୋକପ୍ରିୟ ଯୋଡ଼ି ବାବୁଶାନ୍‌ -ଝିଲିକଙ୍କୁ ଏବର୍ଷ ଗୋଟିଏ ବି ସିନେମାରେ ଦେଖିବାକୁ ମିଳି ନାହିଁ । ଗତବର୍ଷ ଏହି ଯୋଡିର ସିନେମା ‘ ଜବରଦସ୍ତ ପ୍ରେମିକ’ ରିଲିଜ୍‌ ହୋଇଥିଲା । କିନ୍ତୁ ଏବର୍ଷ ଉଭୟଙ୍କୁ ଏକାଠି ଦେଖିବାରେ ନିରାଶ ହେଇଛନ୍ତି ଦର୍ଶକେ ।

ବାବୁଶାନ୍‌- ଝିଲିକ୍‌ - ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି

ସବ୍ୟସାଚୀ-ଅର୍ଚ୍ଚିତା:

ଗତବର୍ଷ ହେଲା ମତେ ପ୍ରେମ ଜର, ବାଏ ବାଏ ଦୁବାଇ ଓ ଛାତି ତଳେ ଡିଙ୍ଗ ଡ଼ୋଙ୍ଗ ଭଳି ତିନିଟା ଓଡ଼ିଆ ସିନେମାରେ ଏକାଠି ଅଭିନୟ କରିଥିବା ଓଲିଉଡର ଅନ୍ୟ ଏକ ଲୋକପ୍ରିୟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କୁ ୨୦୧୭ରେ ଦେଖିବାକୁ ପାଇନାହାନ୍ତି ସିନେ ପ୍ରେମୀ । ସବ୍ୟସାଚୀ “ସୀତାରାମଙ୍କ ବାହାଘର କଳିଯୁଗରେ” ନଜର ଆସିଥିବା ବେଳେ ଅର୍ଚ୍ଚିତା “ଜଷ୍ଟ ମୋହବତ୍‌” ଏବଂ “ଶିବା ନଟ୍‌ ଆଉଟ୍‌” ରେ ନଜର ଆସିଛନ୍ତି । ଜଷ୍ଟ ମୋହବତ୍‌ ରେ ଆକାଶଙ୍କ ବିପକ୍ଷରେ ଓ ଶିବା ନଟ୍‌ ଆଉଟ୍‌ ରେ ଅରିନ୍ଦମଙ୍କ ବିପକ୍ଷରେ ନଜର ଆସିଛନ୍ତି ଏହି ନାୟିକା ଜଣକ ।
ସବ୍ୟସାଚୀ-ଅର୍ଚ୍ଚିତା - ୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି

Your email address will not be published. Required fields are marked *