News

ପୁଲୱାମା ସହିଦ ଦୁଇ ଓଡିଆଙ୍କୁ ସହାୟତା ଦେଲେ ଓଲିଉଡ ଷ୍ଟାର ଅର୍ଦ୍ଧେନ୍ଦୁ

manoj

ଜାମ୍ମୁ-କାଶ୍ମୀରର ପୁଲୱାମାରେ ସହିଦ ହୋଇଥିବା ଦୁଇ ଓଡିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କୁ ଆର୍ଥିକ ସହାୟତା ଦେଲେ ଓଡିଆ ଚଳଚିତ୍ର ତରକା ଅର୍ଦ୍ଧେନ୍ଦୁ। ପ୍ରତ୍ୟକ ସହିଦଙ୍କ ଗାଁରେ ପହ୍ନଚି ପରିବାର ଲୋକଙ୍କ ହାତରେ ଲକ୍ଷେ ଟଙ୍କା କରି ସହାୟତା ପ୍ରଦାନ କରିଥିଲେ ଅର୍ଦ୍ଧେନ୍ଦୁ।

କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବ୍ୟତୀତ କିଛି ଘରୋଇ କମ୍ପାନୀ ଏବଂ ବଲିଉଡ ଷ୍ଟାର ଓ କ୍ରିକେଟର ମାନେ ପୁଲୱାମା ସହିଦ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ବେଳେ ଏକମାତ୍ର ଓଡିଆ ସିନେ ତାରକା ଅର୍ଦ୍ଧେନ୍ଦୁ ଏଇ ଅନୁଦାନ ଦେଇ ନିଜର ମହତପଣିଆର ପରିଚୟ ଦେଇଛନ୍ତି। ଏହାସହିତ ଓଲିଉଡ ମଧ୍ୟ ଗୌରବନ୍ଵିତ କରିଛନ୍ତି।

ସୂଚନାଥାଉ କି, ଜାମ୍ମୁ-କାଶ୍ମୀରରେ ହୋଇଥିବା ଆତଙ୍କି ଆକ୍ରମଣରେ ୪୪ ଜଣ ସିଆରପିଏଫ ଯବାନଙ୍କ ମଧ୍ୟରେ ୨ ଓଡିଆ ମଧ୍ୟ ସହିଦ ହୋଇଥିଲେ। ସେମାନେ ହେଲେ ଜଗତସିଂହପୁରର ପ୍ରସନ୍ନ ସାହୁ ଏବଂ ନିଆଳି ଥାନା ରତନପୁର ଗାଁର ମନୋଜ ବେହେରା ଏହି ଦୁଇ ସହିଦଙ୍କୁ ସହାୟତା ଦେଇଥିବା ଚଳଚିତ୍ର ଅଭିନେତା ଅର୍ଦ୍ଧେନ୍ଦୁ ନିକଟ ଅତୀତରେ ମୁକ୍ତିଲାଭ କରିଥିବା ଚଳଚିତ୍ର ‘ବ୍ଲାକମେଲ’ରେ ନାୟକ ସାଜିଥିଲେ। ଚଳଚିତ୍ରରେ ଅଭିନୟ ଜାରି ରଖିଥିବା ଅର୍ଦ୍ଧେନ୍ଦୁଙ୍କ ଭିତରେ ବି ଦେଶପ୍ରୀତି ଓ ସେବାମୂଳକ ମନୋଭାବ ରହିଛି ଜାଣି ସହିଦଙ୍କ ଗାଁ ଲୋକେ ଖୁସି ହୋଇଥିଲେ।

ପଢନ୍ତୁ; ପୁଣି ଆତଙ୍କବାଦୀଙ୍କ ବଡ ଆକ୍ରମଣ ଯୋଜନା, ୫୦୦ କିଲୋ ବିସ୍ପୋରକ ବ୍ୟବହାରର ପ୍ରସ୍ତୁତି

Related posts

ଅମିତ ଶାହଙ୍କୁ ସ୍ୱାଇନ୍‌ ଫ୍ଲୁ,୧୮ ତାରିଖ କଟକ ସମାବେଶ ସ୍ଥଗିତ

ENO Beuro

ଇଣ୍ଡିଆ ପୋଷ୍ଟ ପେମେଣ୍ଟ୍ସବ୍ୟାଙ୍କକୁ ଆଜି ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ENO Beuro

୨୯ ରେ ଲଘୁଚାପ ସମ୍ଭାବନା ,୨୮ ରୁ ୩୧ ଯାଏଁ ବର୍ଷା

ENO Beuro

Leave a Comment