ଫିଲ୍ମ ସୁଟିଂରେ ଅଘଟଣ : ଅଭିନେତା ଅନୁଭବ ମହାନ୍ତି ଆହତ

ଫିଲ୍ମ ସୁଟିଂ ବେଳେ ଅଭିନେତା ଅନୁଭବ ମହାନ୍ତି ଆହତ

ରାଜ୍ୟସଭା ସାଂସଦ ତଥା ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏକ ଫିଲ୍ମ ସୁଟିଂ ବେଳେ ସେ ଆହତ ହୋଇଛନ୍ତି । ‘ପ୍ରେମ କୁମାର’ ନାମକ ସିନେମା ସୁଟିଂ ବେଳେ ଅନୁଭବ ପଡିଯାଇ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି । କଟକ ମହାନଦୀ ବିହାରଠାରେ ଫିଲ୍ମ ସୁଟିଂ ସମୟରେ ଏଭଳି ଅଘଟଣ ଘଟିଥିବା ଜଣା ପଡିଛି ।

ରାଜରେ ମୁକ୍ତିଲାଭ କରିବାକୁ ଥିବା ‘ପ୍ରେମ କୁମାର’ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଏକ ଫାଇଟ ସିନ କରିଥିଲେ ଅନୁଭବ । ହିରୋଇନକୁ ବଞ୍ଚାଇବାକୁ ଯାଇ ତାଙ୍କୁ ପ୍ରାୟ ୧୫ ପୁଟ ଉଚ୍ଚ ଛାତ ଉପରୁ ତଳକୁ ଡେଇଁବାର ଏକ ସିନ ଥିଲା । ତେବେ ଏହି ଷ୍ଟଣ୍ଟ ସିନ କରୁଥିବା ବେଳେ ଅନୁଭବ ତଳେ ପଡିଯାଇଥିଲେ ଏବଂ ତାଙ୍କ ଗୋଡ ମୋଡି ହୋଇ ଯାଇଥିଲା ।

ଅନୁଭବଙ୍କୁ କଟକର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅନୁଭବ ସୁସ୍ଥ ଥିବା ନେଇ ପ୍ରଯୋଜନା ସଂସ୍ଥା ତରଫରୁ ସୂଚନା ମିଳିଛି । ସପ୍ତାହେ ପର୍ଯ୍ୟନ୍ତ ତାଙ୍କୁ ବିଶ୍ରାମ ନବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଚଳଚିତ୍ର ଅଭିନେତା ଓ ଅଭିନେତ୍ରୀ ମାନେ ତାଙ୍କୁ ହସ୍ପିଟାଲରେ ସାକ୍ଷାତ କରିଛନ୍ତି । ତେବେ ସେ ସମ୍ପୂର୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।

ପଢନ୍ତୁ ;

ଭବାନିପାଟଣାରେ ପୋଲ ତଳକୁ ଓଲଟିଲା ଯାତ୍ରୀବାହୀ ବସ : ୨ ମୃତ,୨୫ ଆହାତ

‘ପ୍ରେମ କୁମାର’ ନାମକ ସିନେମା ସୁଟିଂ ବେଳେ ଅନୁଭବ ପଡିଯାଇ ଆହତ ହୋଇଥିବା ସୂଚନା ମିଳିଛି - 90%

90%

ହିରୋଇନକୁ ବଞ୍ଚାଇବାକୁ ଯାଇ ତାଙ୍କୁ ପ୍ରାୟ ୧୫ ପୁଟ ଉଚ୍ଚ ଛାତ ଉପରୁ ତଳକୁ ଡେଇଁବାର ଏକ ସିନ ଥିଲା - 88%

88%
89%

Very Good!

ଫିଲ୍ମ ସୁଟିଂରେ ଅଘଟଣ : ଅଭିନେତା ଅନୁଭବ ମହାନ୍ତି ଆହତ

ରାଜ୍ୟସଭା ସାଂସଦ ତଥା ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏକ ଫିଲ୍ମ ସୁଟିଂ ବେଳେ ସେ ଆହତ ହୋଇଛନ୍ତି । ‘ପ୍ରେମ କୁମାର’ ନାମକ ସିନେମା ସୁଟିଂ ବେଳେ ଅନୁଭବ ପଡିଯାଇ ଆହତ ହୋଇଥିବା ସୂଚନା ମିଳିଛି । ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି । କଟକ ମହାନଦୀ ବିହାରଠାରେ ଫିଲ୍ମ ସୁଟିଂ ସମୟରେ ଏଭଳି ଅଘଟଣ ଘଟିଥିବା ଜଣା ପଡିଛି ।

No Votes Yet

You're not rated yet