POLITICALS

ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି !

Untitled 1

ସପ୍ତଦଶ ଲୋକସଭାର ନୂଆ ବାଚସ୍ପତି ହେବେ ବିଜେପି ସାସଂଦ ଓମ୍‌ ବିର୍ଲା। ସେ ରାଜସ୍ଥାନର କୋର୍ଟ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।  ଆଜି ମଧ୍ୟାହ୍ନରେ ସେ ଲୋକସଭାର ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। ଲୋକସଭା ବାଚସ୍ପତି ପାଇଁ ଅନେକ ବରିଷ୍ଠ ବିଜେପି ନେତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା | ବାଚସ୍ପତି ଦୋୖଡରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ, ରାଧାମୋହନ ସିଂ, ରମାପତି ରାମ ତ୍ରିପାଠୀ, ଏସଏସ ଅଲୁୱାଲିଆ ଓ ଡ. ବୀରେନ୍ଦ୍ର କୁମାରଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା |

ସମର୍ଥନ କରିବ ବିଜେଡି

ଲୋକସଭା ବାଚସ୍ପତିଙ୍କ ନାମ ଘୋଷଣା ହେବା ପରେ ଏହାକୁ ନେଇ ସମସ୍ତେ ଚକିତ ହୋଇଯାଇଛନ୍ତି | ତେବେ ଓମ ବିର୍ଲାଙ୍କୁ ବିଜେଡି ସମର୍ଥନ କରିବା ନେଇ ଘୋଷଣା କରିଛି | ଦିଲ୍ଲୀରେ ବସିଥିବା ବିଜେଡି ସଂସଦୀୟ ଦଳ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି | ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର  ଏ ନେଇ ସୂଚନା ଦେଇଛନ୍ତି |

ପଢନ୍ତୁ: ଆଇଏମଡିର ପୂର୍ବାନୁମାନ ୨୧ ସୁଦ୍ଧା ଓଡିଶା ଛୁଇଁବ ମୌସୁମୀ

Related posts

ଜୁଏଲ ଓରାମଙ୍କ ଦିଲ୍ଲୀ ଘରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

Ratnamani Moharana

ନିରଞ୍ଜନ ପୂଜାରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍‌

Ratnamani Moharana

ଅପରାଜିତାଙ୍କ ଭାଷଣ ଭିଡିଓ ଭାଇରାଲ: ଶୃଙ୍ଖଳା,ଅନୁଶାସନର ପାଠ ପଢାଇଲେ

ENO Beuro

Leave a Comment