News

ପଳାତକ ଘୋଷିତ ହେବେ ବିଜେପି ପାର୍ଥୀ ଓମ ପ୍ରକାଶ

ଛ’ଦିନ ବୀଟିଗଲା। ସତ୍ୟବାଦୀ ବିଧାନସଭା ଆସନର ବିଜେପି ପାର୍ଥୀ ଓମ ପ୍ରକାଶ ମିଶ୍ରଙ୍କୁ ପୁଲିସ ଠାବ କରିପାରି ନାହି। ଓମ ପ୍ରକାଶ ଗିରଫ ହେବାନେଇ ପ୍ରଚାର ହେବାପରେ ସେ ଫେରାର ଅଛନ୍ତି। ଗତ ଶୁକ୍ରବାର ଏକ ଭିଡିଓ ମାଧ୍ୟମରେ ସେ ନିଜର ସଫେଇ ଦେଇଥିଲେ। ବିଜେଡ଼ିର ଉତ୍ପାତ  ପାଇଁ ସେ ବୁଥ ନିକଟକୁ ଯିବା ପାଇଁ ବାଧ୍ୟ ହେଲେ ଓ ତାଙ୍କୁ ଏଭିଏମ ଭାଙ୍ଗିବା ଘଟଣାରେ ଫସେଇ ଦିଆଗଲା। ତେବେ ଓମ ପ୍ରକାଶ ଏବେ ପୁଲିସ ଫାଇଲର ପାଲଟାକ ଲିଷ୍ଟରେ ରହିଛନ୍ତି। ପୁରୀ ପୁଲିସ ତାଙ୍କୁ ପଳାତକ ଘୋଷିତ କରିବା ପାଇଁ ଏସଡିଜେଏମ  କୋର୍ଟରେ ଆବେଦନ କରିଛି। ଏହି ଆବେଦନ ଉପରେ ସୋମବାର ଦିନ କୋର୍ଟ ନିଷ୍ପତି ନେବାର ଆଶା କରାଯାଉଛି।

 

ସୂଚନାଯୋଗ୍ୟ, ତୃତୀୟ ପର୍ଯ୍ୟାୟ ମତଦା,ନ  ବେଳେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିରକିଶୋରପୁରରେ ଇଭିଏମ୍‌ ଭଙ୍ଗାରୁଜା  ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ  କରିଥିଲେ । ଉଭୟ ଅଭିଯୁକ୍ତ ହେଲେ ମନୋଜ ସାମନ୍ତରାୟ ଓ ଅକ୍ଷୟ ବିଶ୍ୱାଳ । ତେବେ ଏହି ଘଟଣାରେ ବିଜେପି ନେତା ଓମ୍‌ ପ୍ରକାଶ ଅଗ୍ରଓ୍ୱାଲଙ୍କ ସମ୍ପୃକ୍ତି ଥିବା  ଅଭିଯୋଗ ହୋଇଥିଲା।

ପଢନ୍ତୁ: ଦିଗ ବଦଳାଇ ଓଡିଶା ଆଡକୁ ମୁହାଁଇଲା ସାମୁଦ୍ରିକ ବାତ୍ୟା ‘ଫନି’

Related posts

କୁମ୍ଭାରୀ ନିର୍ବାଚନୀ ସଭାରେ ଅଭାବନୀୟ କାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଲେ ଯୁବକ

ENO Beuro

ପାକିସ୍ତାନରେ ନିର୍ବାଚନ ଲଢିବେ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ଭଉଣୀ

ENO Beuro

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ୧୪୮ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବ- ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ENO Beuro

Leave a Comment