26.1 C
Bhubaneswar
September 28, 2021
EnewsOdia.Com
ରାଜନୀତି

ଓମରଙ୍କୁ ରେଜର ପଠାଇଲା ବିଜେପି !

ଜମ୍ମୁ-କାଶ୍ମୀରରେ 2ଜି ଇଣ୍ଟରନେଟ୍‌ ସେବା ଆରମ୍ଭ ହେବା ପରେ ଓମର ଅବଦୁଲାଙ୍କ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଟୋରେ ଓମରଙ୍କ ଦାଢ଼ି ବଢ଼ିଥିବା ଦେଖିବାକୁ ମିଳିଛି । ସ୍ମାର୍ଟ ଓମର ଏବେ ବାବାଜୀ ବେଶରେ ନଜର ଆସିଛନ୍ତି । ସେପଟେ ଏହାକୁ ଟ୍ରୋଲ କରିବାକୁ ଭୁଲିନି ବିଜେପି । ଏହାପୂର୍ବରୁ ବିଜେପି ନେତା ଗିରିରାଜ ସିଂହ ଓମର ଅବଦୁଲାଙ୍କ ଫଟୋରେ କମେଣ୍ଟ କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓମରଙ୍କୁ ଟ୍ୱିଟ୍‌  କରି ତାଙ୍କୁ ଚିହ୍ନି ପାରୁନଥିବା କହିଥିଲେ ।

ମଙ୍ଗଳବାର ଦିନ ତାମିଲନାଡୁ ବିଜେପି ଓମରଙ୍କୁ ରେଜର ପଠାଇଥିବା କୁହାଯାଉଛି । ତାମିଲନାଡୁ ବିଜେପି ନିଜ ଟ୍ୱିଟର ଆକାଣ୍ଟରେ ଆମାଜନ୍‌ରେ ଓମର ଅବଦୁଲାଙ୍କ ନାଁରେ ରେଜର ଅର୍ଡର ହୋଇଥିବା ଫଟୋ ସହ ଲେଖିଛି, ‘ପ୍ରିୟ ଓମର ଅବଦୁଲା ଆପଣଙ୍କୁ ଏଭଳି ଦେଖି ଦୁଃଖ ହେଉଛି ଯେତେବେଳେ କି ଆପଣଙ୍କର ବହୁ ‘ଭ୍ରଷ୍ଟ’ ନେତା ବାହାରେ ମଜା କରୁଛନ୍ତି । କୃପା  କରି ଏହି ଗିଫ୍ଟ ସ୍ୱୀକାର କରନ୍ତୁ ଏବଂ ଯେକୌଣସି ସହାୟତା ଦରକାର ପଡ଼ିଲେ ଆପଣଙ୍କ କାଉଣ୍ଟରପାର୍ଟ କଂଗ୍ରେସକୁ ସମ୍ପର୍କ କରନ୍ତୁ ।’

ପଢନ୍ତୁ: ‘ମ୍ୟାନ୍‌ ଭର୍ସେସ୍‌ ୱାଇଲ୍ଡ’ ଶୁଟିଂରେ ରଜନୀକାନ୍ତ ଆହତ

 

Related posts

ନବୀନଙ୍କ ତୃତୀୟ ନୟନ ହେବେ ସୌମ୍ୟରଞ୍ଜନ ପଟ୍ଟନାୟକ

Ratnamani Maharana

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଗୃହୀତ

Ratnamani Maharana

ୱାଇଫାଇ ସହ ଯୋଡି ହେବାକୁ ଯାଉଛି ବିଧାନସଭା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More