ଓମଫେଡ୍ ‘ଡାଏରୀ ଏକ୍ସପ୍ରେସ’ ଶୁଭାରମ୍ଭ: ରାଜଧାନୀରେ ବୁଲିବ ୩୩ ଗାଡି

ଲୋକଙ୍କ ପାଖରେ ପହଞ୍ଚିବ ଓମ୍‌ଫେଡ୍‌। ଓମଫେଡ୍‌ ଦ୍ୱାରା ପ୍ରସ୍ତୁତ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ରାଜଧାନୀବାସୀଙ୍କ ନିକଟରେ ପହଞ୍ଚିବ। ଏଥିପାଇଁ ଆଜି ୧୦ଟି ବ୍ୟାଟେରି ଚାଳିତ ଇ-କାର୍ଟକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଆହୁରି ୨୩ଟି ଇ-କାର୍ଟ ଏଥିରେ ସାମିଲ ହେବ। ରାଜଧାନୀର ପ୍ରତି ଦୁଇଟି ଓ୍ଵାର୍ଡ ପାଇଁ ଗୋଟିଏ ଇ-କାର୍ଟ ଗାଡ଼ିକୁ ସଂରକ୍ଷିତ ରଖାଯିବ ବୋଲି ଜଣାପଡ଼ିଛି।

ଇ-କାର୍ଟରେ ଦୁଗ୍ଧ ବୋତଲ, ରାବିଡ଼ି, ମିଠା ଦହି, ପ୍ୟାକେଟ ଦହି, ସାଦା ଦହି, ଘୋଳ ଦହି, ଲସି, ଛେନା ପୋଡ଼, ପନିର, ପେଡ଼ା, ଖୁଆ, ରସଗୋଲା, ଗୋଲାପଜାମୁ ଓ ଆଇସକ୍ରିମ୍ ଉପଲବ୍ଧ ହେବ । ପ୍ରଥମ ପର୍ଯ୍ୟାୟରେ ୫୦ଟି ଇ-କାର୍ଟ ଜରିଆରେ ବିକ୍ରୀବଟ୍ଟା କରାଯିବ ।ଏଥିପାଇଁ ୧କୋଟି ଟଙ୍କା ଖର୍ଚ୍ଚ କରାଯିବ। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ଏହା ମଞ୍ଜୁର ହୋଇଛି ।

ଓମ୍‌ଫେଡ୍‌ ଦ୍ୱାରା ନିଯୁକ୍ତିପ୍ରାପ୍ତ ବିକ୍ରେତାମାନଙ୍କ ଦ୍ୱାରା ଖାଉଟିମାନଙ୍କୁ ସିଧାସଳଖ ବିକ୍ରିୟ କରାଯିବ। ଓମ୍‌ଫେଡ୍‌ ସହ ଅନୁବନ୍ଧିତ ୩ଲକ୍ଷ ଦୁଗ୍ଧଚାଷୀଙ୍କଠାରୁ ଦୁଗ୍ଧ ସଂଗ୍ରହ କରାଯାଇ ସେମାନଙ୍କୁ ବିକ୍ରିୟ ସୁବିଧା ଯୋଗାଇ ଦିଆଯିବ।

ପଢନ୍ତୁ;ମିଳିବ ନିଜ ମନ ପସନ୍ଦର ଜୀବନସାଥି! ଆପଣାନ୍ତୁ ଏହି ସହଜ ଉପାୟ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More