News

OMR ସିଟ୍ ଗାଏବ ପରେ ବି ପାସ ହେଲେ ପଡ଼ିଆ SSV ହାଇସ୍କୁଲର ଛାତ୍ରଛାତ୍ରୀ

Pp

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା  ପରିଚାଳନରେ ଦେଖାଦେଇଥିଲା ବ୍ୟାପକ ବିଭ୍ରାଟ। ବାରମ୍ବାର ପ୍ରଶ୍ନ ପତ୍ର ଲିକ ହେବା, ପିଲାମାନେ କପି ପାଇଁ ଜିଦି ଧରି ବସିବା ଆଦି  ମାଧ୍ୟମିକ ପରିଷଦର ନିଜ ହଜାଇଦେଇଥିଲା। ମାତ୍ର ଏସବୁ ଘଟନାପରେ ମଧ୍ୟ ମାଲକାନିଗିରି ଜିଲ୍ଲାର ପଡିଆ SSV ହାଇସ୍କୁଲର OMR ସିଟ୍ ଗାଏବ ଘଟଣା ଥିଲା ବିସ୍ମୟକର। ତେବେ ଏବେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାପରେ ଲୋକମାନେ ଆହୁରି ବିସ୍ମଯ ଯେ, ପଡିଆ ସ୍କୁଲର ଛାତ୍ରଛାତ୍ରୀ ପାସ କେମିତି ହେଲେ? ତେବେ ପରୀକ୍ଷା କମିଟିର ସୁପାରିଶ ଅନୁସାରେ ଏକ ସ୍ୱତନ୍ତ୍ର ଫର୍ମୁଲା ଅନୁଯାୟୀ ସେହି ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରୋସେସ୍ କରାଯାଇଥିବା ବୋର୍ଡ ସଭାପତି ଜାହାନ ଆରା ବେଗମ୍   ସୂଚନା ଦେଇଛନ୍ତି।

ଲିଖିତ ଉତ୍ତରକୁ ଦେଖି ସେହି ଅନୁସାରେ ଉକ୍ତ ବିଷୟରେ OMR ମାର୍କ ଦିଆଯାଇଥିବା କହିଛନ୍ତି ବୋର୍ଡ ଅଧକ୍ଷ। ସେପଟେ ୩ଟି ସ୍କୁଲ୍‌ରେ କପି ପାଇଁ ଇଂରାଜୀ ପରୀକ୍ଷା ସମୂହ ବାତିଲ ହୋଇଛି । ଇଂରାଜୀ ପରୀକ୍ଷା ବାତିଲ ହୋଇଥିବା ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରି ଦେବେ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର  ସୂଚନା ଦେଇଛନ୍ତି।
ପଢନ୍ତୁ: ଟ୍ୱିଟ୍‌କୁ ନେଇ ବିବାଦରେ ବଲିଉଡ଼ ଅଭିନେତା ବିବେକ ଓବରୟ

Related posts

ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଭୁଲିଗଲେ କେନ୍ଦ୍ର ସରକାର

Ratnamani Moharana

ଅନୁଗୁଳ:ବୃଦ୍ଧାଙ୍କୁ ଜିଅନ୍ତା ଜାଳି ଦେଲେ

ENO Beuro

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

1 comment

Leave a Comment