ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ପାଇଥିବା ଆମ୍ ଆଦମୀ ପାର୍ଟି ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଫୁଲ୍ ଦମରେ ଲଢ଼େଇ କରିବ । ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ନିଜର ପ୍ରାର୍ଥୀ ଦେବ ।
ରାଷ୍ଟ୍ରୀୟ ପାର୍ଟିର ମାନ୍ୟତା ପାଇଥିବା ଆମ୍ ଆଦମୀ ପାର୍ଟି ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଫୁଲ୍ ଦମରେ ଲଢ଼େଇ କରିବ । ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ନିଜର ପ୍ରାର୍ଥୀ ଦେବ । ଓଡ଼ିଶାରେ ଦୃଢ଼ ବିରୋଧୀ ଦଳର ଆବଶ୍ୟକତାକୁ ଆମ୍ ଆଦମୀ ପାର୍ଟି ପୂରଣ କରିବାର ରଣନୀତି ନେଇ ଏବେଠୁ ନିଜର ସାଂଗଠନିକ କାର୍ଯ୍ୟ ଜୋରଦାର କରିବ ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁସାରେ, ଗତକାଲି ନୂଆଦିଲ୍ଲୀସ୍ଥିତ ଆମ୍ ଆଦମୀ ପାର୍ଟି ମୁଖ୍ୟାଳୟରେ ଦଳର ସାଂସଦ ତଥା ଜାତୀୟ ସଂଗଠନ ସମ୍ପାଦକ ଡଃ ସନ୍ଦୀପ ପାଠକ ଏନେଇ ଘୋଷଣା କରିବା ସହ ନିର୍ବାଚନ ପାଇଁ ଦୃଢ଼ ପ୍ରସ୍ତୁତି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଆମ୍ ଆଦମୀ ପାର୍ଟିର ନିର୍ବାଚନ ଦାୟିତ୍ୱ(ଓଡ଼ିଶା)ରେ ଥିବା ବୀରେନ୍ଦ୍ର କାଦ୍ୟାନ ଓ ଓଡ଼ିଶା ଆବାହକ ନିଶିକାନ୍ତ ମହାପାତ୍ର ଏବଂ କେରଳରେ ଦଳର ଇନଚାର୍ଜ ସମେତ ବରିଷ୍ଠ ପଦାଧିକାରୀ ଓ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ଓଡ଼ିଶା ଓ କେରଳ ସାଧାରଣ ନିର୍ବାଚନରେ ପୁରା ଜୋସରେ ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଓଡ଼ିଶାରେ ଯେଉଁମାନେ ସଂଗଠନକୁ ସୁଦୃଢ଼ କରିପାରିବେ ସେଭଳି ବ୍ୟକ୍ତିଙ୍କୁ ସାମିଲ କରିବା, ବିଶେଷକରି ଯେଉଁ ବ୍ୟକ୍ତିମାନେ ନିର୍ବାଚନରେ ପଦପଦବୀ ନୁହେଁ ବରଂ ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେବେ ସେମାନଙ୍କୁ ଦଳରେ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି।ଏ ସମ୍ପର୍କରେ ସୂଚନା ଦେଇ ଆମ୍ ଆଦମୀ ପାର୍ଟି ଓଡ଼ିଶା ଆବାହକ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଓଡ଼ିଶାରେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଲୋକଙ୍କ ମଧ୍ୟରେ ବିରୋଧୀ ଦଳ ଭାବେ ବିଶ୍ୱାସଭାଜନ ହୋଇପାରୁନାହାନ୍ତି । ଶାସକ ବିଜେଡି ସହ ସଲାସୁତୁରା ଯୋଗୁ ଲୋକେ ବିଜେପି ଓ କଂଗ୍ରେସକୁ ପ୍ରତ୍ୟାଖ୍ୟାତ କରୁଛନ୍ତି । ଯାହାର ଫାଇଦା ବିଜେଡିକୁ ମିଳୁଛି । କିନ୍ତୁ ଆମ୍ ଆଦମୀ ପାର୍ଟି ଗୋଟିଏ ଦୃଢ଼ ବିକଳ୍ପ ବିରୋଧୀ ଦଳ ଭାବେ ରାଜ୍ୟର ସାଧାରଣ ଲୋକଙ୍କ ମଧ୍ୟରେ ବିଜେଡି ସରକାର ବିରୋଧୀ ମାନସିକତାକୁ ଉଜାଗର କରାଇବ ତଥା ଲୋକଙ୍କୁ ସଚେତନତା କରାଇବ । ଓଡ଼ିଶାରେ ଦଳର ସାଂଗଠନିକ ପ୍ରଦର୍ଶନକୁ ବିଶ୍ଲେଷଣ କରାଯିବା ପରେ ଆଗାମୀ ବିଧାନସଭା ନିର୍ବାଚନରେ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ୱ ନିଷ୍ପତ୍ତି ନେଇଛନ୍ତି । ଯଦିଓ ୨୦୧୯ ସାଧାରଣ ନିର୍ବାଚନରେ ଦଳ ସ୍ଥାନୀୟସ୍ତରରେ ମାତ୍ର ୭/୮ଟି ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । କିନ୍ତୁ ଇତିମଧ୍ୟରେ ଦଳର ନିର୍ବାଚନମଣ୍ଡଳୀସ୍ତରୀୟ ସଂଗଠନ ୧୪୭ଟି ବିଧାନସଭା ଆସନରୁ ୧୩୨ଟିରେ ଏବଂ ୩୧୪ ବ୍ଲକରୁ ୨୭୦ ବ୍ଲକରେ ସଂଗଠନର ଉପସ୍ଥିତ ଥିବାବେଳେ ବହୁ ପଂଚାୟତରେ ସଂଗଠନ ବେଶ୍ ସକ୍ରିୟ ହୋଇ କାମ କରୁଛି । ଗଣମାଧ୍ୟମରେ ଚର୍ଚ୍ଚା ହେବା ଓ ତୃଣମୂଳସ୍ତରରେ ସଂଗଠନକୁ ସୁଦୃଢ଼ କରି କାମ କରିବା ଭିତରେ ଫରକ ରହିଛି । ଏହା ସତ ଯେ ଦଳ ରାଜ୍ୟରେ କୌଣସି ନିର୍ବାଚନୀ ସଫଳତା ହାସଲ ଦିଗରେ ଏପର୍ଯ୍ୟନ୍ତ ଫୋକସ କରିନି । ୨୦୧୯ ସାଧାରଣ ନିର୍ବାଚନରେ ସୀମିତ ସମ୍ବଳ ଭିତରେ ମାତ୍ର ୭/୮ଟି ଆସନରେ ପ୍ରାର୍ଥୀ ଦିଆଯାଇଥିଲା । କିନ୍ତୁ ଏବେ ଦଳର କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି ଓଡ଼ିଶାରେ ଦଳ ସବୁ ଆସନରେ ଲଢ଼ିବ । ସେଥିପାଇଁ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ କେନ୍ଦ୍ରୀୟ ନେତୃତ୍ୱ ଯୋଗାଇ ଦେବେ । ଆସନ୍ତା ମାସକ ମଧ୍ୟରେ ୩-୪ଟି ବୈଠକ ରାଜ୍ୟରେ ହେବ, ଯେଉଁଥିରେ ଶ୍ରୀ ପାଠକ ସାମିଲ ହେବେ । ଗୁଜୁରାଟରେ ଦଳ ମାତ୍ର ୭ମାସ ପ୍ରଚାର କରି ଯେଉଁଭଳି ସଫଳତା ପାଇଛି, ତାହା ଦଳର ମନୋବଳକୁ ସୁଦୃଢ଼ କରିଛି । ଓଡ଼ିଶାରେ ତ ନିର୍ବାଚନ ବର୍ଷେରୁ ଅଧିକ ସମୟ ରହିଛି । ତେଣୁ ଓଡ଼ିଶାରେ ଆଗାମୀ ନିର୍ବାଚନରେ ଦଳ ନିଶ୍ଚିତ ଆଖିଦୃଶିଆ ସଫଳତା ହାସଲ କରିବ ତଥା ସେ ଦିଗରେ କାର୍ଯ୍ୟ ଆରମ୍ଭ ହୋଇସାରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।