Entertainment

ମୃତ୍ୟୁ ପରେ ଶ୍ରୀଦେବୀଙ୍କ ପ୍ରଥମ ଜନ୍ମବାର୍ଷିକୀ:ଏହି ଖାସ ଅବସରରେ ଜାହ୍ନବୀ ସେୟାର କଲେ ଫ୍ୟାମିଲି ଫଟୋ

By Krishna Kumar Manoj

August 13, 2018

ବଲିଉଡ ‘ଚାନ୍ଦନୀ’ ଶ୍ରୀଦେବୀଙ୍କ ଜନ୍ମଦିନ(୧୩ ଅଗଷ୍ଟ)କୁ ତାଙ୍କ ପରିବାର ସମେତ ତାଙ୍କ ଫ୍ୟାନମାନେ ମଧ୍ୟ ପାଳନ କରୁଛନ୍ତି । ଏହି ଖାସ ଅବସରରେ ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ କପୁର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ମା ଶ୍ରୀଦେବୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପକ୍ଷରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ କରିବ ୬ଟି ଫିଲ୍ମର ସ୍କ୍ରିନିଂ

ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଆଜି ଅଭିନେତ୍ରୀ ଶ୍ରୀଦେବୀଙ୍କ ୬ଟି ଫିଲ୍ମ ରିଲିଜ କରିବାକୁ ଯାଉଛି । ଏହି ଫିଲ୍ମର ସ୍କ୍ରିନିଙ୍ଗ ୧ମହାଦେବ ରୋଡ ନୂଆଦିଲ୍ଲୀର ଫିଲ୍ମ ଡିଭିଜନ ଅଡିଟୋରିୟମରେ ରଖା ଯାଇଛି । ଆଜି ଶ୍ରୀଦେବୀଙ୍କ ଜନ୍ମ ଦିନ ଅବସରରେ ଏହି କାର୍ଯ୍ୟକ୍ରମ ରଖା ଯାଇଛି ।

ସୂଚନାନୁଯାୟୀ ଆଜି ସକାଳେ ୧୧ଟା ୩୦ରେ ପଦ୍ମଶ୍ରୀ ଏବଂ ରଷ୍ଟ୍ରୀୟ ପୁରଷ୍କାର ବିଜେତା ଅଭିନେତ୍ରୀ ଶ୍ରୀଦେବୀଙ୍କର ପ୍ରସିଦ୍ଧ ଫିଲ୍ମ ‘ମମ୍’ ଦେଖାଯିବ। ଏହା ପରେ ୨ଟା ୩୦ରେ ୟଶ ଚୋପ୍ରାଙ୍କର ନିର୍ଦ୍ଦେଶନାରେ ନିର୍ମିତ ଲମହେ, ସଂନ୍ଧ୍ୟା ୭ଟାରେ ଅନିଲ କପୁର ଏବଂ ଶ୍ରୀଦେବୀଙ୍କର ପ୍ରସିଦ୍ଧ ଫିଲ୍ମ ମିଷ୍ଟର ଇଣ୍ଡିଆ ଦେଖାଯିବ । ଆସନ୍ତା କାଲି ମଧ୍ୟ ୩ଟି ଫିଲ୍ମର ସ୍ରିନିଙ୍ଗ ହେବ । ଆସନ୍ତା କାଲି ଇଙ୍ଗଲିଶ ବିଙ୍ଗଲିଶ, ସଜ୍ଞା ଏବଂ ଚାନ୍ଦିନୀ ସାମିଲ ଅଛି।

ଏହି ଦିନକୁ ସ୍ମରଣୀୟ କରିବା ପାଇଁ ବଲିଉଡ୍‌ ଆର୍ଟ ପ୍ରୋଜେକ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ଥିବା ଚାପେଲ୍‌ ରୋଡସ୍ଥିତ ବିଲିଡିଂ କାନ୍ଥରେ ଶ୍ରୀଦେବୀଙ୍କର ଏକ ୧୮ ଫୁଟିଆ ଚିତ୍ର କରିବାର ପ୍ରସ୍ତୁତି ଆରମ୍ଭ କରିଛି। ଏହି ଚିତ୍ରକୁ ଆଙ୍କିବେ ଚିତ୍ରକର ରଞ୍ଜିତ ଦହିଆ, କୁନାଲ ଦହିଆ, ବିଦିଶା ବିଶ୍ୱାସ, ଆରୁଶୁ ଓ ରିଚା। ଶ୍ରୀଦେବୀଙ୍କ ହିଟ୍‌ ଚଳଚ୍ଚିତ୍ର ‘ଗୁରୁଦେଭ’ର ଏକ ଦୃଶ୍ୟକୁ ସେମାନେ ଆଙ୍କିବେ ବୋଲି ମନସ୍ତ କରିଛନ୍ତି।

ପଢନ୍ତୁ;ନୋବେଲ ବିଜୟୀ ଭି.ଏସ୍ ନାଇପଲଙ୍କ ପରଲୋକ