EnewsOdia.Com

ଭୁବନେଶ୍ଵରରେ ବିଲେଇ ମାରି ବନ୍ଧାହେଲେ ଯୁବକ

ବିଲେଇକୁ ଗୁଳିକରି ହତ୍ୟା କରିବା ଅଭିଯୋଗରେ ଛାତ୍ର ଆଶୁତୋଷ ନାୟକଙ୍କୁ ଗିରଫ କରିଛି ପୋଲିସ ।ସୂଚନାଯୋଗ୍ୟ ଯେ, ଗତକାଲି ଭୁବନେଶ୍ବର ଯୁନିଟ-୪ ପୋଷ୍ଟାଲ କଲୋନୀର ସୁଶାନ୍ତ ପଟ୍ଟନାୟକଙ୍କ ପୋଷା ବିଲେଇକୁ କେହି ଗୁଳି କରି ମାରିଦେଇଥିବା ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଥିଲା । ପୋଷ୍ଟାଲ କଲୋନୀ ପାଚେରୀ କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଲେଇଟିକୁ ଦେଖିଥିଲେ ମାଲିକ ସୁଶାନ୍ତ ପଟ୍ଟନାୟକ ।ବିଲେଇ ମୁଣ୍ଡରେ ଗୁଳି ବାଜିଥିବା ଦେଖି ତୁରନ୍ତ ତାକୁ ଭେଟନାରୀ ହସପିଟାଲକୁ ନେଇଥିଲେ । ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା । ପ୍ରବଳ ରକ୍ତସ୍ରାବ ଯୋଗୁଁ ବିଲେଇଟିର ମୃତ୍ୟୁ ଘଟିଥିଲା ।  ମୃତ ବିଲେଇକୁ ଉଦ୍ଧାର କରି ଏକ୍ସ-ରେ ଫଟୋଗ୍ରାଫି କରାଯାଇଥିଲା । ଏଥିରେ ବିଲେଇ ମୁଣ୍ଡ ଏବଂ ଛାତିରେ ଗୁଳି ଅଟକିଯାଇଥିବା ଜଣାପଡିଥିଲା ।

ଏହାପରେ ବିଲେଇ ମାଲିକ ସୁଶାନ୍ତ ପଟ୍ଟନାୟକ ତାଙ୍କ ପଡୋଶୀ ସନ୍ତୋଷ ନାୟକଙ୍କ ନାଁରେ ସିଧାସଳଖ ସେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଖାରବେଳ ଥାନା ପୋଲିସ ତଦନ୍ତ କରି ସନ୍ତୋଷ ନାୟକଙ୍କ ପୁଅ ଆଶୁତୋଷ ନାୟକଙ୍କୁ ଗିରଫ କରିଛି । ଏହା ପୂର୍ବରୁ ପଡୋଶୀ ଆଶୁତୋଷ ଅନେକ ଜୀବଜନ୍ତୁଙ୍କୁ ମାରିଥିବା ଅଭିଯୋଗ ହୋଇଛି ।

ପଢନ୍ତୁ: ଚାଲାଣ କାଟିବାପରେ ମୁହଁ ଖୋଲିଲେ ବାବୁସାନ

ସମ୍ବନ୍ଧିତ ଖବର

ପୁଣି ବିବାଦରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର

Ratnamani Maharana

ହୋଲିରେ ମଦୁଆଙ୍କୁ ସାବାଡ଼୍‌ କରିବ ପୁଲିସର ସ୍ବତନ୍ତ୍ର ଟିମ୍‌

Ratnamani Maharana

ହୋଲିକୁ ଆଉ ମାତ୍ର କେଇଟା ଦିନ, ଭୁବନେଶ୍ଵରରେ ଖୋଲିଲାଣି ରଙ୍ଗର ପସରା

Ratnamani Maharana

OTET ଅନିୟମିତତାକୁ ନେଇ ତେଜିଲେ ଛାତ୍ରଛାତ୍ରୀ

Ratnamani Maharana

ଫେବୃଆରୀ ୨୫ରେ ଭାରତରେ ଲଞ୍ଚ୍‌ ହେବ 5G ସ୍ମାର୍ଟଫୋନ୍‌

Ratnamani Maharana

ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

Ratnamani Maharana