Entertainment

ସପ୍‌ନା ଚୌଧୁରୀଙ୍କ କାର୍ଯ୍ୟକ୍ରମରେ ଦଳାଚକଟା, ଜଣେ ମୃତ

swapna

ବିଗବସର ପୁରୁଣା ପ୍ରତିଯୋଗୀ ତଥା ହରିୟାନାର ନାଁ କରା ଡ୍ୟାନ୍ସର ସପ୍‌ନା ଚୌଧୁରୀଙ୍କର ଏକ କାର୍ଯ୍ୟକ୍ରମରେ ଦଳାଚକଟା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଏଥିରେ ଅନ୍ୟ ୧୨ ଜଣ ଆହତ ମଧ୍ୟ ହୋଇଛନ୍ତି।

swapna

ସୂଚନାଯୋଗ୍ୟ, ବେଗୁସରାୟ ଜିଲ୍ଲାର ବଛବାରା ଥାନାରେ ଛଠ ମହୋତ୍ସବ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସପ୍ନା ଚୌଧୁରୀଙ୍କୁ ଡକା ଯାଇଥିଲା । ସପ୍ନାଙ୍କୁ ଦେଖିବା ପାଇଁ ସେଠାରେ ଲକ୍ଷ ଲକ୍ଷ ଲୋକ ଏକାଠି ହୋଇ ଥିଲେ । ତେବେ ସପ୍‌ନାଙ୍କର ଏତେ ପ୍ରଶଂସକ ଅଛନ୍ତି ଯେ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପରେ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଥିଲା। ଏହା ଏତେ ପରିମାଣରେ ବୃଦ୍ଧି ପାଇଥିଲା ଯେ ଆୟତ୍ତ ବାହାରକୁ ଚାଲି ଯାଇଥିଲା ସେଠାରେ ସପ୍ନା ଠୁମକା ଲଗାଇବାକୁ ଆରମ୍ଭ କରିବା ସମୟରେ ଦର୍ଶକମାନେ ବେକାବୁ ହୋଇ ବ୍ୟାରିକେଡ ଭାଙ୍ଗି ଷ୍ଟେଜ୍ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ । ଫଳରେ ଲୋକଙ୍କ ମଧ୍ୟରେ ଦଳାଚକଟା ହୋଇ ଜଣଙ୍କର ମୃତ୍ୟୁ ହୋଇଛି।

ପଢନ୍ତୁ; ବାରବାଟୀ ଆସିପାରନ୍ତି ବାହୁବଳୀ ପ୍ରଭାସ

Related posts

ପ୍ରଥମ ଦିନରେ ବମ୍ପର ଓପନିଂ କଲା ‘ଭାରତ’

Ratnamani Moharana

ପ୍ରଥମ ଦିନରେ ‘ବାଗୀ ୨’ର ‘ରେଡ’ ଏବଂ ‘ହିଚିକି’ ଅପେକ୍ଷା ଭଲ ବ୍ୟବସାୟ କରିପାରିଛି

ENO Beuro

ମେଡମ୍‌ ତୁସାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲେ ସାଉଥ ସୁପରଷ୍ଟାର ମହେଶ ବାବୁ

ENO Beuro

Leave a Comment