News

ନ୍ୟୁଜିଲାଣ୍ଡ ମସିଜିଦ୍‌ ଗୁଳିକାଣ୍ଡରେ ଜଣେ ଭାରତୀୟ ମୃତ

newzeland-2

ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ମସିଜିଦ୍‌ ଗୁଳିକାଣ୍ଡ ଘଟଣାରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଗୁଜୁରାଟର ଜୁନୈଦ କାରା। ଏବେବି ୯ ଜଣ ପ୍ରବାସୀ ଭାରତୀୟ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ନ୍ୟୁଜିଲ୍ୟାଣ୍ଡରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ କୋହଲି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ସଞ୍ଜୀବ କହିଛନ୍ତି ବିଭନ୍ନ ସୂତ୍ରରୁ ସେ ଏହି ଖବର ପାଇଛନ୍ତି କିନ୍ତୁ ସରକାରୀ ସୂତ୍ରରୁ ଏବେଯାଏ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ଏମ୍‌ଆଇଏମ୍‌ ମୁଖ୍ୟ ଅସାଦୁଦ୍ଦିନ୍ ଓୱେସି ସୂଚନା ଦେଇ କହିଛନ୍ତି, ମସଜିଦ ମଧ୍ୟରେ ଅହମ୍ମଦ ଜାହାଙ୍ଗୀର ନାମକ ଜଣେ ହାଇଦ୍ରାବାଦର ଯୁବକ ଥିଲେ।

ସୂଚନାଯୋଗ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଛନ୍ତି ଯେ ଏହି ଭୟାନକ ଗଣହତ୍ୟା ଘୃଣା ହିଂସାର ବୀଭତ୍ସ ରୂପକୁ ପୁଣି ଥରେ ସାମ୍ନାକୁ ଆଣିଛନ୍ତି। ନ୍ୟୁଜିଲାଣ୍ଡ୍‌କୁ ଏହି ମାମଲାରେ ସମସ୍ତ ସହାୟତା ଯୋଗାଇଦେବାକୁ ଆମେରିକା ପ୍ରସ୍ତୁତ ରହିଛି ବୋଲି ଟ୍ରମ୍ପ୍‌ କହିଛନ୍ତି। ଫ୍ରାନ୍ସ, ଜର୍ମାନୀ, ରୁଷିଆ ଏବଂ ଅଷ୍ଟ୍ରେଲିଆ ଏହି ଆକ୍ରମଣକୁ ମାନବତା ବିରୋଧୀ ଜଘନ୍ୟ ହିଂସା ବୋଲି କହିଛନ୍ତି।

ପଢନ୍ତୁ; ସେମିତି କିଛି ହୋଇନାହିଁ,ସମସ୍ତେ ଜୀବିତ ଓ ଭଲ ଅଛନ୍ତି:ଜୈଶ୍‌-ଏ-ମହମ୍ମଦ

Related posts

ନନ୍ଦନକାନନରେ ପ୍ରବେଶ ଶୁଳ୍କ ୫୦ ଟଙ୍କାକୁ ବୃଦ୍ଧି , ଉତ୍କଳ ଦିବସରୁ ଲାଗୁ 

ENO Beuro

‘ଏକତା ଦୌଡ଼’ର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ENO Beuro

ପ୍ରଥମ ଥର ପାଇଁ ଭାରତୀୟ ନୌସେନାରେ ମହିଳା ପାଇଲଟ ଓ ତିନି ମହିଳା ଅଧିକାରୀ ସାମିଲ

ENO Beuro

Leave a Comment