News

ବାୟୁସେନା ନିଖୋଜ ବିମାନରେ ଥିଲେ ଓଡିଆ ପୁଅ ସୁମିତ ମହାନ୍ତି

O

ଆସାମ  ଜୋରହଟରୁ ଗତ ୩ ତାରିଖ ଦିନ ଅଋଣଚଳ ପ୍ରଦେଶ ମେଚୁକା ଅଭିମୁଖେ ଯାଇଥିବା ଭାରତୀୟ ବାୟୁସେନା ବିମାନ ଏଏନ-୩୨ର ଏଯାଏଁ ସନ୍ଧାନ ମିଳିନଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ଖବର। ବାୟୁସେନାର ନିଖୋଜ ବିମାନ AN-32ରେ ରହିଛନ୍ତି ଜଣେ ଓଡ଼ିଆ ଅଫିସର ଥିବାନେଇ ସୂଚନା ଦେଇଛି ବାୟୁସେନା। ସେହି ଓଡ଼ିଆ ଅଫିସର୍ ଜଣକ ହେଲେ ଗଂଜାମ ଜିଲ୍ଲାର ସୁନିତ ମହାନ୍ତି । ନିଖୋଜ ହୋଇଥିବା ଏହି ବିମାନର ୮ ଜଣିଆ କ୍ରିୟୁ ଟିମ୍‌ରେ ଥିଲେ ଫ୍ଲାଇଟ ଲେଫ୍ଟନାଣ୍ଟ ସୁନିତ ମହାନ୍ତି(୨୪)। ବିମାନ ନିଖୋଜ ହେବାର ୪ ଦିନ ବିତିଥିଲେ ବି ସୁନୀତଙ୍କ ସମେତ ଅନ୍ୟ ୧୨ ଜଣ ଅଧିକାରୀଙ୍କ ପତ୍ତା ମିଳିପାରିନି ।

Sunit
Sumit

ସୁନିତଙ୍କ ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର  ବ୍ଲକ ଆମ୍ବପୁଆ ପଞ୍ଚାୟତର ବଳିଆପଲ୍ଲୀ ଗ୍ରାମରେ। ସୁନିତ ବାୟୁସେନାରେ ମେକାନିକାଲ ଇଞ୍ଜିନିୟର ଭାବେ ୨୦୧୨ରେ ବାୟୁସେନାରେ ଯୋଗ ଦେଇଥିଲେ। ତାଙ୍କ ବାପା ସୁରେନ୍ଦ୍ରନାଥ ମହାନ୍ତି ମଧ୍ୟ ବାୟୁସେନାର ଗ୍ରୁପ କ୍ୟାପଟେନ ଭାବେ ୨୦୧୦ରେ ଅବସର ଗ୍ରହଣ କରିଛନ୍ତି । ସେ ଏବେ ଘରୋଇ ବିମାନ ସେବା ସଂସ୍ଥାରେ କାମ କରୁଥିବା ବେଳେ ପରିବାର ସହ ଦିଲ୍ଲୀରେ ରହୁଛନ୍ତି। ସୁନିତଙ୍କ ପିଲା ବେଳ ଦିଲ୍ଲୀରେ କଟିଥିଲା ବେଳେ ସେ ଅବିବାହିତ ଅଛନ୍ତି।। ସୁନିତ ହେଉଛନ୍ତି ସୁରେନ୍ଦ୍ର ଓ ସଂଯୁକ୍ତାଙ୍କ ଏକମାତ୍ର ପୁଅ। ସୁନିତଙ୍କ ଜଣେ ଭଉଣୀ ସୁମେଧା ମହାନ୍ତି ଏବେ କାନାଡ଼ାରେ ରହୁଛନ୍ତି। ବଳିଆପଲ୍ଲୀରେ ରହୁଥିବା ଦାଦା ପ୍ରଦୀପ କୁମାର ମହାନ୍ତି ଓ ଖୁଡ଼ି ପ୍ରଶାନ୍ତି ମହାନ୍ତି ବିମାନ ନିଖୋଜ ସମ୍ପର୍କରେ ମଙ୍ଗଳବାର ଦିନ ଖବରକାଗଜରୁ ପଢି ଜାଣିଥିଲେ। ତେବେ ଏଥିରେ ସୁନିତ ଥିବେ ବୋଲି ଆମେ କେବେ କଳ୍ପନା କରିନଥିଲୁ ବୋଲି ସେମାନେ ଆଜି ପ୍ରତିକ୍ରିୟାରେ କହିଛନ୍ତି। ସେମାନେ କହିଛନ୍ତି-ସୁନିତ ସେଥିରେ ଥିବା ଶୁଣିବା ପରେ ଛାତି ଫାଟିଯାଉଛି। ଭଗବାନଙ୍କ ନିକଟରେ ଆମେ ପ୍ରାର୍ଥନା କରୁଛୁ, ସେ କିଭଳି ଭଲରେ ଫେରି ଆସନ୍ତୁ।

Family
Family

ପଢନ୍ତୁ: ସରୁନି ଦାମଙ୍କ ଫ୍ୟାମିଲି ଡ୍ରାମା: ପୁଅ କଥାକୁ ଖଣ୍ଡନ କଲେ ଦାମ ରାଉତ

Related posts

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରୁଛନ୍ତି ସରକାର

ENO Beuro

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟସ୍ରୋତକୁ ଫେରିଥିବା ୩୦ ମାଓବାଦୀ

ENO Beuro

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା : ଆଜି ମେଡିକାଲରୁ ଡିସଚାର୍ଜ ହେବେ ରିମା

ENO Beuro

Leave a Comment