News

ଶୌଚ ପାଇଁ ଯାଇଥିବାବେଳେ ଦଳି ଦେଲା ଦନ୍ତା ହାତୀ !

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅଞ୍ଚଳରେ ହାତୀ ଆତଙ୍କ

ଶୌଚ ହେବା ଲାଗି ଯାଇଥିଲେ । ହେଲେ ଆଉ ଫେରିଲେନି । ବାଟରେ ଦଳି ଦେଲା ଦନ୍ତା । ହାତୀ ଆକ୍ରମଣରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କ ନାଁ ଭରତ ବଗର୍ତ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅଞ୍ଚଳରେ ହାତୀ ଆତଙ୍କ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁରେ ଘଟିଛି ଏହି ଅଘଟଣା ।

ମିଳିଥିବା ସୂଚନା ଅନୁସାରେ, ଭରତ ଆଜି ସକାଳୁ ଶୌଚ ହେବା ଲାଗି ଘରୁ ବାହାରକୁ ଯାଇଥିଲେ । ତେବେ ଏହି ସମୟରେ ସେ ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ । ଦନ୍ତାଟି ତାଙ୍କୁ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଆଖି ବୁଜିଥିଲେ ଭରତ । ଏ ସମ୍ପର୍କରେ ଖବର ପାଇ ବନବିଭାଗ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଶୌଚ ପାଇଁ ଯାଇଥିବାବେଳେ ଦଳି ଦେଲା ଦନ୍ତା ହାତୀ ! ଶୌଚ ପାଇଁ ଯାଇଥିବାବେଳେ ଦଳି ଦେଲା ଦନ୍ତା ହାତୀ ! elephant

ପଢନ୍ତୁ ;

ବାୟୁସେନାର ଫାଇଟର ବିମାନ ‘ଜାଗୁଆର’ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ !

Related posts

ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ଭୂଇଁରେ ପୋତି ହୋଇଗଲା କାର୍

Krishna Kumar Manoj

ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା

Krishna Kumar Manoj

ନିଶା ଖାଇଥିବା ଡ୍ରାଇଭରଙ୍କ ଲାଇସେନ୍‌ସ୍‌ ରଦ୍ଦ ସହ ଅପରାଧିକ ମାମଲା ଦାଏର୍‌ କରାଯିବ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More