News

ବିମୁଦ୍ରାକରଣକୁ ବର୍ଷେ ପୂରିଲା ପରେ ମଧ୍ୟ ଅଚଳ ଟଙ୍କାର ସମସ୍ୟା ପିଛା ଛାଡୁନି

ବିମୁଦ୍ରାକରଣକୁ ବର୍ଷେ ପୂରିଲା ପରେ ମଧ୍ୟ ଅଚଳ ଟଙ୍କାର ସମସ୍ୟା ପିଛା ଛାଡୁନି

ବିମୁଦ୍ରାକରଣକୁ ବର୍ଷେ ପୂରିଲା ପରେ ମଧ୍ୟ ଅଚଳ ଟଙ୍କାର ସମସ୍ୟା ପିଛା ଛାଡୁନି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାତିଅଧିଆ ବିମୁଦ୍ରାକରଣ ବହୁ କଳା ବ୍ୟବସାୟୀଙ୍କ ଯୋଜନାକୁ ପଣ୍ଡ କରିଦେଲା । ଜଣାପଡୁଛି ଯେ ନିଜ ପାପକୁ ଲୁଚେଇବାକୁ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଟଙ୍କାକୁ ପ୍ରଭାବିତ କରିଛନ୍ତି ଏମାନେ । କାରଣ ମହାପ୍ରଭୁଙ୍କ ହୁଣ୍ଡିରୁ ବାହାରିଛି ପ୍ରାୟ ୧୮ ଲକ୍ଷ ଅଚଳ ଟଙ୍କା । କେନ୍ଦ୍ର ସରକାରଙ୍କ ନିର୍ଦେଶ ଅନୁସାରେ ମାର୍ଚ ୩୧ରୁ ବ୍ୟାଙ୍କ ଅଚଳ ଟଙ୍କା ନନେବାରୁ ସେବେଠାରୁ ହୁଣ୍ଡିରେ ପଡିଥିବା ୧୮ ଲକ୍ଷ ଟଙ୍କା ପ୍ରଶାସନ ପାଖରେ ରହିଛି ।

ତେବେ ଏହି ଟଙ୍କାକୁ ବ୍ୟାଙ୍କରେ ଡିପୋଜିଟ୍ ପାଇଁ ଆରବିଆଇ ଓ କେନ୍ଦ୍ର ସରକାରଙ୍କୁ ଜଣାଯାଇଥିଲେ ସୁଦ୍ଧା କିଛି ସନ୍ତୋଷ ଜନକ ଉତର ମିଳିନଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଟଙ୍କାକୁ କଣ କରାଯିବ ସେନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୌଠକରେ ନିଷ୍ପତି ନିଆଯିବ । ତେବେ ଯଦି ଟଙ୍କା ବ୍ୟାଙ୍କରେ ଡିପୋଜିଟ୍ ହୋଇପାରିବ ନାହିଁ ତେବେ ସେ ଅଚଳ ଟଙ୍କାକୁ ପୋଡା ଯିବ ନହେଲେ ପୋତା ଯିବ ବୋଲି କୁହାଯାଉଛି ।

ବିମୁଦ୍ରାକରଣ ଦ୍ଵାରା ୮୬ ପ୍ରତିଶତ ନୋଟ୍‌କୁ ଅଚଳ ଘୋଷଣା କରିବା ଥିଲା ଏକ ବିରଳ ପଦକ୍ଷେପ । ତେବେ ମୋଦି ସରକାରଙ୍କ ଏହି ବିମୁଦ୍ରାକରଣ  କେତେ ସଫଳ ହୋଇଛି ତାହାକୁ ନେଇ ବିତର୍କ ଜାରି ରହିଛି । ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଛନ୍ତି ଯେ ବିମୁଦ୍ରାକରଣ ସମ୍ପୂର୍ଣ୍ଣ ବିଫଳ ହୋଇଛି ଓ ସେମାନେ ଏହାକୁ କଳା ଦିବସ ଭାବେ ପାଳୁଛନ୍ତି । ମାତ୍ର ସରକାର ଦାବି କରୁଛନ୍ତି ଏହା ସଫଳ ହୋଇଛି ।

ବିମୁଦ୍ରାକରଣକୁ ବର୍ଷେ ପୂରିଲା ପରେ ମଧ୍ୟ ଅଚଳ ଟଙ୍କାର ସମସ୍ୟା ପିଛା ଛାଡୁନି

ପଢନ୍ତୁ, ଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ, ରେଡ଼ିଓ ଚକୋଲେଟ୍ ଏଫଏମ ଆଣିଛି ସୁଯୋଗ

Related posts

ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ:ପାସ୍ ହାର ୪୧.୧୫%

ENO Beuro

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା,ଅପରାହ୍ଣରେ ବୈଠକ!

ENO Beuro

କିଡ୍‌ନୀ ସଂକ୍ରାନ୍ତ ରୋଗରେ ପୀଡ଼ିତ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି!

ENO Beuro

1 comment

Leave a Comment