News

ବେଦାନ୍ତ ଷ୍ଟେରଲାଇଟ କପର ପ୍ଲାଣ୍ଟ ଗୁଳିକାଣ୍ଡ:ମୃତ୍ୟୁସଂଖ୍ୟା ୧୨ରେ ପହଂଚିଲା

କାଲି ତାମିଲନାଡ଼ୁ ବନ୍ଦ ପାଇଁ ଡାକରା ଦେଲା ଡ଼ିଏମକେ

ତାମିଲନାଡୁ ବେଦାନ୍ତ ଷ୍ଟେରଲାଇଟ କପର ପ୍ଲାଣ୍ଟକୁ ବିରୋଧ କରି ପୋଲିସ ଗୁଳିରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ୪ଜଣ ଅଧିକ ଆହତ ହୋଇଛନ୍ତି। ପୋଲିସକୁ ମୃତକର ପରିଚୟ ମିଳିଛି। ମୃତକର ନାଁ କାଲିଆପ୍ପନ (୨୨) ବୋଲି ଜଣାପଡିଛି। ବାହାରେ ଉତ୍ତେଜନାମୂଳକ ପରିସ୍ଥିତି ଜାରି ରହିଥିବାରୁ ସାଧାରଣ ଜନତାଙ୍କୁ ଘରେ ରହିବା ପାଇଁ ପୋଲିସ ସତର୍କ ସୂଚନା ଜାରି କରିଛି।

ମଙ୍ଗଳବାର ଡ଼ିଏମକେ ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସର୍ବଦଳୀୟ ବିକ୍ଷୋଭର ନେତୃତ୍ୱ ନେବା ପରେ ୨୫ ତାରିଖକୁ ତାମିଲନାଡ଼ୁ ବନ୍ଦ ଡାକରା ଦେଇଛି । ପୋଲିସର କାର୍ଯ୍ୟାନୁଷ୍ଠାନକୁ ଡ଼ିଏମକେ ଦୃୃଢ ନିନ୍ଦା କରିଛି । ତୁତିକୋରିନ ଜିଲ୍ଲାରେ ଥିବା ବେଦାନ୍ତର କପର ପ୍ଲାଣ୍ଟ ପ୍ରଦୂଷଣକୁ ନେଇ ୧୦୦ ଦିନ ବ୍ୟାପୀ ଲୋକଙ୍କ ପ୍ରତିବାଦକୁ ପ୍ରଶାସନ କର୍ଣ୍ଣପାତ ନକରିବା ଦୁର୍ଭାଗ୍ୟଜନକ ଓ ବିକ୍ଷୋଭକାରୀଙ୍କୁ ଟାର୍ଗେଟ କରି ପୋଲିସ ଯେଭଳି ଗୁଣ୍ଡାଙ୍କ ପରି ଗୁଳିଚାଳନା କଲା ଏହାକୁ ଡ଼ିଏମକେ ଦୃଢ ନିନ୍ଦା କରିଛି । ତାମିଲ ମାନଙ୍କ ଭାଗବେଗ ବନ୍ଦରେ ପ୍ରତିଫଳିତ ହେଉ ବୋଲି ଡ଼ିଏମକେ ଏକ ପ୍ରେସ୍ ରିଲିଜରେ ନିବେଦନ କରିଛି।

ବେଦାନ୍ତ ଷ୍ଟେରଲାଇଟ କପର ପ୍ଲାଣ୍ଟ ଗୁଳିକାଣ୍ଡ:ମୃତ୍ୟୁସଂଖ୍ୟା ୧୨ରେ ପହଂଚିଲା vedant

ପଢନ୍ତୁ; ନିପା ଭାଇରସ ଆତଙ୍କ: କେମିତି ବ୍ୟାପେ ନିପା ଭାଇରସ,ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ

Related posts

ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା:୯ ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ ସମ୍ଭାବନା

Krishna Kumar Manoj

ପର୍ଯ୍ୟଟକଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସେବା କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Krishna Kumar Manoj

ଟିଭି ସାମ୍ବାଦିକାଙ୍କୁ ଗଳା କାଟି ହତ୍ୟା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More