LIFESTYLE

ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ପିଆଜର ଅବିଶ୍ୱାସନୀୟ ଔଷଧୀୟ ଗୁଣ

ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ପିଆଜର ଅବିଶ୍ୱାସନୀୟ ଔଷଧୀୟ ଗୁଣ

ଫାଷ୍ଟଫୁଡ ହେଉ ଅବା ସାଲାଡ, ମଧ୍ୟାହ୍ନ ଭୋଜନ ହେଉ କି ରାତ୍ରି ଭୋଜନ , ଯେକୌଣସି ଖାଦ୍ୟ ପ୍ରସ୍ତୁତ କଲାବେଳେ ପିଆଜ, ସମସ୍ତଙ୍କ ନିକଟରେ ଏକ ପରିଚିତ ନାମ । ଭାରତୀୟ ରୋଷେଇ ଘରେ ଏହା ଏକ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ । ଖାଦ୍ୟର ସ୍ଵାଦ ବଢାଇବା ସାଙ୍ଗକୁ ରୋଗପ୍ରତିରୋଧକ ଶକ୍ତିରେ ପୂର୍ଣ୍ଣ । ଏଥିରେ ପୋଟାସିୟମ, ଆଇରନ ,ସୋଡିୟମ ଓ ଫାଇବର ଇତ୍ୟାଦି ଗୁଣ ବହୂ ପରିମାଣରେ ମହଜୁଦ ଥାଏ । କଞ୍ଚା ପିଆଜରେ ଅଧିକ ପରିମାଣର ସଲଫର ଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ହିତକର ।

ଶ୍ାସରୋଗ ରୋଗର ଚିକିତ୍ସାରେ :- ଶ୍ୱାସରୋଗ ପାଇଁ ପିଆଜ ବହୁତ ଉପକାରୀ । ପିଆଜରେ ବହୁଳ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥିବାରୁ ଏହା ଶରୀରରେ  ହେଉଥିବା ଏଲର୍ଜିରୁ ରକ୍ଷାକରିଥାଏ । ଶ୍ୱାସରୋଗର ଉପଶମ ପାଇଁ ପିଆଜକୁ ଔଷଧ ରୂପେ ବ୍ୟବହାର କରାଯାଏ ।

କେଶର ସୁରକ୍ଷା ପାଇଁ :- ଲାଲ ପିଆଜ ସୈାନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ । ଅନେକ ଦେଶମାନଙ୍କରେ ଚନ୍ଦାପଣ ଓ କେଶ ଝଡିବା ସମସ୍ୟାର ସମାଧାନ ପାଇଁ ପିଆଜର ବହୁଳ ବ୍ୟବହାର କରାଯାଇଥାଏ । ପିଆଜ ରସରେ ଲୁଣ ଓ ଗୋଲମରିଚ ମିଶାଇ କେଶ ମୂଳରେ ଲଗାଇଲେ କେଶ କୋମଳ ହେବା ସହ ରେଶମ ପରି ହୋଇଥାଏ।

କର୍କଟ ରୋଗରୁ ସୁରକ୍ଷା ପାଇଁ :- ପିଆଜ ଓ ହଳଦୀ ଏକାଠି ମିଶାଇ ସେବନ କଲେ କର୍କଟ ରୋଗ ହେବାର ଆଶଙ୍କା କମିଯାଏ । ସ୍ତନକର୍କଟ, ମଳାଶୟକର୍କଟ , ମୁଖକର୍କଟରୁ ରକ୍ଷାକରିଥାଏ ପିଆଜ । ପିଆଜରେ ଥିବା ଖାସ ଗୁଣ କର୍କଟର ପ୍ରଭାବକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଆପଣ ଯଦି କର୍କଟ ପରି ଦୁରାରୋଗ୍ୟ ରୋଗରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି ନିୟମିତ ରୁପେ କିଛି କିଛି ପିଆଜ ଖାଇବା ଜରୁରୀ ।

ଆଣ୍ଠୁଗଣ୍ଠି ବ୍ୟଥା :- ଆଣ୍ଠୁଗଣ୍ଠିରେ ବ୍ୟଥା ହେଉଥିଲେ କିଛି ପିଆଜ ରସରେ ସୋରିଷ ତେଲ ମିଶାଇ ଗରମ କରି ମାଲିସ କଲେ ଆରମ ମିଳିଥାଏ ।       

ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ପିଆଜର ଅବିଶ୍ୱାସନୀୟ ଔଷଧୀୟ ଗୁଣ        

ପଢନ୍ତୁ, ଆପଣ ବି ଅସମୟରେ ଶୋଇପଡୁଛନ୍ତି କି ? ଜାଣିରଖନ୍ତୁ କେତେବେଳେ ଭଲ, କେତେବେଳେ ଖରାପ

Related posts

ଖରାଦିନେ ପିଅନ୍ତୁ ନାହିଁ ଏହି ସବୁ ପାନୀୟ ,ନଚେତ୍ ହୋଇପାରେ ଅନେକ ସମସ୍ୟା!

ENO Beuro

ହାତ ଗୋଡ ଝିମ ଝିମ ହେଇଯାଉଛି କି? ଜାଣିରଖନ୍ତୁ ଏହାର ଉପଚାର

ENO Beuro

ମଧୁମେହ ରୋଗରୁ ରକ୍ଷା ଦେଇଥାଏ “ଜାମୁକୋଳି” ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

1 comment

Leave a Comment