ସୁସ୍ଥ, ସୁନ୍ଦର ଓ ଘନ କେଶ ପାଇବାକୁ ଚାହାନ୍ତି ? ବ୍ୟବହାର କରନ୍ତୁ କଞ୍ଚା ପିଆଜ ରସ

ସୁସ୍ଥ, ସୁନ୍ଦର ଓ ଘନ କେଶ ପାଇବା ପାଇଁ ସମସ୍ତେ ଚାହାନ୍ତି, ଏଥିପାଇଁ ଅନେକ ଉପାୟ ମଧ୍ୟ ଅବଲମ୍ବନ କରିଥାଆନ୍ତି । କିନ୍ତୁ ସୁନ୍ଦର କେଶ ପାଇଁ ଉପଯୁକ୍ତ ଧ୍ୟାନ ନେବାକୁ ପଡିବ । ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀକୁ ବ୍ୟବହାର ନକରି ଯାଣନ୍ତୁ କିଛି ଘରୋଇ ଉପାୟ । ଘରୋଇ ଓ ସହଜ ଉପାୟରେ ଆପଣ ନିଜ କେଶର ଯତ୍ନ ନେଇପାରିବେ । ଘନ କେଶ ପାଇଁ କଞ୍ଚା ପିଆଜ ରସ ଏକ ବଡ ମହୌଷଧି ।

ନିୟମିତ ରୁପେ କେଶରେ କଞ୍ଚା ପିଆଜ ରସ ଲଗାଇଲେ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ମିଳେ । ପିଆଜ ରସକୁ କେମିତି ବ୍ୟବହାର କରିବେ ଜାଣନ୍ତୁ ।

• ପିଆଜ ରସକୁ କେଶରେ ମାଲିସ କରି ଶୁଖିବା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । କିଛି ସମୟ ପରେ ଭଲଭାବରେ ମୁଣ୍ଡକୁ ଧୋଇ ଦିଅନ୍ତୁ । ଏପରି କଲେ ଘନ କେଶ ସହ କେଶ ଫାଟିବାକୁ ମୁକ୍ତି ମିଳେ ।

• ସୁସ୍ଥ କେଶ ପାଇଁ ମହୁ ମଧ୍ୟ ବହୁତ ଦରକାରୀ । ଅଧା କପ୍ ପିଆଜ ରସରେ ୩ ଚାମଚ ମହୁ ମିଶାଇ ଭଲରେ ମିଶାଇ ଦିଅନ୍ତୁ । ଏହାକୁ କେଶମୂଳରେ ଲଗାନ୍ତୁ । ଏପରି କରିବା ଦ୍ୱାରା କେଶ ବଢିବା ସହ କେଶକୁ ଆବଶ୍ୟକ ପୋଷଣ ମଧ୍ୟ ମିଳିଥାଏ ।

• ସୁନ୍ଦର ଓ ମଜଭୂତ କେଶ ପାଇଁ ପ୍ରଥମେ କେଶ ମୂଳରେ ପିଆଜ ରସକୁ ମାଲିସ କରନ୍ତୁ । ଏକ ଘଣ୍ଟା ପରେ ସାମ୍ପୋରେ ମୁଣ୍ଡ ଧୋଇ ନିଅନ୍ତୁ । ଏପରି କଲେ କେଶ ଘନ ଦେଖାଯାଏ ।

• ପିଆଜ ରସ ସହ ନଡିଆ ତେଲକୁ ମିଶାଇ କେଶରେ ଲଗାଇଲେ କେଶ ଘନ ହେବା ସହ ସିଲ୍କି ଦେଖାଯାଏ । ଅଳ୍ପ ଉଷୁମ ନଡିଆ ତେଲ ସହ ପିଆଜ ରସ ମିଶାଇ କେଶମୂଳରେ ଲଗାନ୍ତୁ । ଏପରି କରିବା ଦ୍ୱାରା କେଶରେ ଚମକ ଆସିଯିବ ।

• ପିଆଜ ରସକୁ ଆପଣ ମେହେନ୍ଦୀ ସହ ମଧ୍ୟ ବ୍ୟହାର କରିପାରିବେ । କେଶରେ ମହେନ୍ଦୀ ଲଗାଇବା ବେଳେ ପିଆଜ ରସ ମିଶାଇ ଲଗାନ୍ତୁ । ନିୟମିତ ରୂପେ ଏପରି କଲେ ଆପଣ ଜାଣିପାରିବେ ପିଆଜ କେଶ ପାଇଁ କେତେେ ଉପକାରୀ ।

ସୁସ୍ଥ, ସୁନ୍ଦର ଓ ଘନ କେଶ ପାଇବାକୁ ଚାହାନ୍ତି ? ବ୍ୟବହାର କରନ୍ତୁ କଞ୍ଚା ପିଆଜ ରସ

ପଢନ୍ତୁ ବ୍ଲୁ ହ୍ଵେଲ ଚଲେଞ୍ଜ ର ମାଷ୍ଟରମାଇଣ୍ଡକୁ ଗିରଫ କଲା ପୁଲିସ