News

ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା

ରାଜ୍ୟରେ ଏବେ ପିଆଜ ସଙ୍କଟ ଦିନକୁ ଦିନ କମିବା ପରିବର୍ତେ ବଢିବାକୁ ଲାଗିଛି । କେଜି ପିଛା ୧୦ରୁ ୧୫ଟଙ୍କା ମଧ୍ୟରେ ରହିବା ସ୍ଥାନରେ ଏବେ ପିଆଜ ଦର ୪୫ଟଙ୍କା ଅଛି । ସ୍ଥିତି ଏପରି ହେଲାଣି ଯେ, ଖୁଚୁରା ବଜାରରେ ପିଆଜ ଦର ଖୁବ୍‌ ଶୀଘ୍ର ୫୦ ପାର୍‌ ହୋଇଯିବ ।

ଗତକାଲି ଖୁଚୁରା ବଜାରରେ ପିଆଜ କେଜି ପିଛା ୪୫ଟଙ୍କାରେ ବିକ୍ରି ହୋଇଛି । ଏନେଇ ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ବର୍ଷା ଯୋଗୁଁ ଏଥର ପିଆଜ ଚାଷ ପ୍ରଭାବିତ ହୋଇଛି । ଯେତିକି ପିଆଜ ଅମଳ ହେବା କଥା ତାହାର ୨୦% କମ୍‌ ଅମଳ ହୋଇଛି । ତେଣୁ ପିଆଜ ମୂଲ୍ୟ ହଠାତ୍‌ ବଢ଼ିଯାଇଛି । ସାଧାରଣତଃ ପିଆଜ କେଜି ପିଛା ୧୦ରୁ ୧୫ଟଙ୍କା ରହିଥାଏ । ହେଲେ ଚଳିତବର୍ଷ ଏହି ସମ୍ଭାବନା କମ୍‌ । ଡିସେମ୍ବରରେ ବି ପିଆଜର ଦର ଅଧିକ ରହିବ । କେଜି ପିଛା ୨୦ରୁ ୨୫ଟଙ୍କା ରହିପାରେ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

ଭୁବନେଶ୍ୱର କଟକ, ପୁରୀ, ବ୍ରହ୍ମପୁର, ରାଉରକେଲାରେ ପିଆଜର ଦର ୪୦ ଟଙ୍କା ଉପରେ ରହିଛି । ବର୍ଷା ଯୋଗୁଁ ପିଆଜ ଚାଷ ପ୍ରଭାବିତ ହୋଇଛି । ୨୦ ପ୍ରତିଶତ ଅମଳ ପ୍ରଭାବିତ ହୋଇଥିବାରୁ ପିଆଜ ଦର ବଢିଛି ବୋଲି ବ୍ୟବସାୟୀମାନେ ସଫେଇ ଦେଇଛନ୍ତି । ଗତ ମାସରେ ପିଆଜ ଦର ୨୦ରୁ ୨୫ ଟଙ୍କା ମଧ୍ୟରେ ଥିଲା । ଚଳିତ ମାସରେ ହଠାତ କେଜିପ୍ରତି ୧୫ ଟଙ୍କାରୁ ଅଧିକ ଦର ବଢିଯାଇଛି । ନାସିକରେ ପିଆଜ ଅମଳ ସମୟ ଉପନୀତ । ଆସନ୍ତା ଡିସେମ୍ବର ମାସରେ ନୁଆ ଅମଳ ଓଡ଼ିଶାରେ ପହଞ୍ଚିଲେ ଦର ଟିକେ କମିବ ବୋଲି ସୂଚନା ମିଳିଛି । ବିଗତ ୩ମାସ ଧରି ରାଜ୍ୟରେ ପିଆଜ ଦର ଚଢା ରହିଛି । ଯୋଗାଣମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କରନୁଲରୁ ପିଆଜ ଆଣି ଖାଉଟିଙ୍କୁ ମହଙ୍ଗା ମାଡ଼ରୁ ମୁକ୍ତି ଦେବା ପାଇଁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ଫସର ଫାଟିଛି । ଆନ୍ଧ୍ରପ୍ରଦେଶର କରନୁଲରୁ ପିଆଜ ଆସିଲା ହେଲେ ଓଡ଼ିଶାର ଖାଉଟିଙ୍କୁ କମ୍ ଦରରେ ମିଳି ନଥିଲା ।

ଏବେବି କନ୍ଦଉଛି ପିଆଜ, ବଜାରରେ ପିଆଜ ଦର କେଜି ପିଛା ୪୫ଟଙ୍କା

ପଢନ୍ତୁ, ୭ ନଭେମ୍ବର, ରାଶିଫଳ

Related posts

ରାଷ୍ଟ୍ରପତିଙ୍କ ଏକକାଳୀନ ନିର୍ବାଚନ ସପକ୍ଷରେ ମତବ୍ୟକ୍ତ

ENO Beuro

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ପ୍ରାର୍ଥନା ସଭାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ENO Beuro

ଖଲିସ୍ତାନୀ ଆତଙ୍କବାଦୀକୁ ରାତ୍ରିଭୋଜନ ପାଇଁ ଡାକି ବିବାଦରେ କାନାଡା ଦୂତାବାସ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More