EnewsOdia.Com

ଖସୁଛି ପିଆଜ ଦର

ଖସୁଛି ପିଆଜ ଦର । ମାସେ ଧରି ଖାଉଟିଙ୍କୁ କନ୍ଦାଇବା ପରେ ଏବେ ଧୀରେ ଧୀରେ ଦର ଖସିବା ଆରମ୍ଭ ହୋଇଛି।  ଦିନ କେଇଟା ତଳେ କିଲୋ ପ୍ରତି ୧୪୦ ଟଙ୍କାରେ ବିକ୍ରି ଦେଉଥିବା ପିଆଜ ଏବେ ୮୦ରୁ ୮୫ ଟଙ୍କାରେ ବିକ୍ରି ହେଉଛି ।ତଥାପି  ଆବଶ୍ୟକତା ଅନୁସାରେ ପିଆଜ କିଣି ପାରୁନଥିବା ଗ୍ରାହକ ଅଳ୍ପ କିଛି ନେଇ କାମ ଚଳାଇବା ଚେଷ୍ଟାରେ ଅଛନ୍ତି ।  ଭୁବନେଶ୍ବର କୁବେରପୁରୀରେ ପିଆଜ ଦର ଆକାର ଅନୁସାରେ କୁଇଣ୍ଟାଲ ପିଚ୍ଛା ୫ହଜାର ୫୦୦ଟଙ୍କାରୁ ୮ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ।

ନୂଆ ପିଆଜ ଏବେ ବଜାରକୁ ଆସିବା ଆରମ୍ଭ ହୋଇଛି । ନାସିକ, ବେଙ୍ଗାଲୁରୁ ଓ ରାଜସ୍ଥାନରୁ ରାଜ୍ୟକୁ ପିଆଜ ବଜାରକୁ ଆସୁଛି । ଫଳରେ ଆକାଶ ଛୁଆଁ ଦରରେ ରୋକ୍‌ ଲାଗିଛି । ଖୁଚୁରା ବଜାରରେ ଏବେ ଦର ୪୦ରୁ ୫୦ ପ୍ରତିଶତ ଖସି ଆସିଛି।  ନାସିକରୁ ଆବଶ୍ୟକ ପରିମାଣର ପିଆଜ ଆସିଲେ ଆଗାମୀ ୧୫ ଦିନ ଭିତରେ ଦର ୩୦ ଟଙ୍କାଙ୍କୁ ଖସି ଆସିବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।  ଅନ୍ୟପଟେ ଦର ଉଚ୍ଚା ଥିବାରୁ ଅଳ୍ପ ପିଆଜ କିଣି କାମ ଚଳାଉଛନ୍ତି ଖାଉଟି।

ପଢନ୍ତୁ:  ରାଷ୍ଟ୍ରପତିଙ୍କ ମଞ୍ଜୁରିପରେ ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ

ସମ୍ବନ୍ଧିତ ଖବର

ଫଳାଫଳା ଆସିବା ପୂର୍ବରୁ ଆପ ଶିବିରରେ ଉତ୍ସବର ମାହୋଲ

Ratnamani Maharana

ପୁଣି ଧନୀ ତାଲିକା ଶୀର୍ଷରେ ମୁକେଶ ଅମ୍ବାନୀ

Ratnamani Maharana

ଆଜି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାମଲାର ଶୁଣାଣି

Ratnamani Maharana

ନୂଆବର୍ଷରେ ଗ୍ରାହକଙ୍କୁ ଝଟକା ବଢିଲା ଏଲପିଜି ଦର

Ratnamani Maharana

କାଲିଠୁ NH ଟୋଲଗେଟରେ ଫାଷ୍ଟଟ୍ୟାଗ୍ ବାଧ୍ୟତାମୂଳକ

Ratnamani Maharana

ବଢିବ ତାପମାତ୍ରା, କମିବ ଶୀତ

Ratnamani Maharana