Loading...

ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ସାମିଲ ହେବେ ରାଜଧାନୀ ଅଟୋ ସଂଘ

ଦ୍ୱିତୀୟ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ସାମିଲ ହେବେ ରାଜଧାନୀ ଅଟୋ ସଂଘ

ଦ୍ୱିତୀୟ ଦିନରେ ପହଞ୍ଚିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଏହି ଅନ୍ଧୋଳନରେ ଆଜି ସାମିଲ ହୋଇଛନ୍ତି ସ୍ମାର୍ଟସିଟି ଅନଲାଇନ୍ ଅଟୋ ସଂଘ ।

ଦ୍ୱିତୀୟ ଦିନରେ ପହଞ୍ଚିଛି ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଏହି ଅନ୍ଧୋଳନରେ ଆଜି ସାମିଲ ହୋଇଛନ୍ତି ସ୍ମାର୍ଟସିଟି ଅନଲାଇନ୍ ଅଟୋ ସଂଘ । ଏହାଦ୍ବାରା ଭୁବନେଶ୍ବରରେ ଆଜି ଅଟୋ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅଟୋରିକ୍ସା ଚାଳକ ମାନେ ଲୋୟର ପିଏମଜିରେ ଧାରଣା ଦେବେ ।  

 

ସୂଚନାନୁସାରେ, ୧୦ ଦଫା ନେଇ ଷ୍ଟିଅରିଂ ଛାଡ଼ ଡାକରା ଦେଇଛି ଓଡ଼ିଶା ଡ୍ରାଇଭର ମିଳିତ ମହାମଞ୍ଚ । ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ ଓ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।ଡ୍ରାଇଭରଙ୍କୁ ସାମାଜିକ ସୁରକ୍ଷା, ପେନସନ ବ୍ୟବସ୍ଥା, ଦୁର୍ଘଟଣା ଜନିତ କ୍ଷତିପୂରଣ, ଗାଡ଼ି ରହଣି ସ୍ଥଳରେ ମୌଳିକ ସୁବିଧା ସୁଯୋଗ ଯୋଗାଇଦେବା ଭଳି ଅନେକ ସମସ୍ୟାକୁ ଦୂର କରିବାକୁ ଦାବି ହୋଇଥିଲା । କିନ୍ତୁ ଏହି ଦାବି ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ । ସରକାର ପ୍ରତିଶୃତି ଦେଇ ପ୍ରତାରଣା କରିଥିବା ଅଭିଯୋଗ କରି ଡ୍ରାଇଭର ମହାମଞ୍ଚ ଆନ୍ଦୋଳନକୁ ଓହ୍ଲାଇଛି । ଯଦି ସରକାର ସେମାନଙ୍କ ଆନ୍ଦୋଳନରେ ପ୍ରଭାବିତ ନହୁଅନ୍ତି ବା ଦାବି ପୂରଣ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ମଞ୍ଚ ଚେତାବନୀ ଦେଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.