'ରମି' ଆପର ପ୍ରମୋସନ କରି ଅଡୁଆରେ କ୍ରିକେଟର ସଚିନ ତେନ୍ଦୁଲକର
ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି ।
Loading...
ଭାରତୀୟ ସେନା ପ୍ରଥମ ପଦକ୍ଷେପ ଭାବରେ କମ୍ପ୍ୟୁଟର ଆଧାରିତ ଅନଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ସହିତ ଅଗ୍ନିବୀର, ଜୁନିଅର କମିଶନଡ ଅଫିସର ଏବଂ ଅନ୍ୟାନ୍ୟ ବର୍ଗରେ ପ୍ରବେଶ ନିମନ୍ତେ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି ।
ଭାରତୀୟ ସେନା ପ୍ରଥମ ପଦକ୍ଷେପ ଭାବରେ କମ୍ପ୍ୟୁଟର ଆଧାରିତ ଅନଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଆରମ୍ଭ କରିବା ସହିତ ଅଗ୍ନିବୀର, ଜୁନିଅର କମିଶନଡ ଅଫିସର ଏବଂ ଅନ୍ୟାନ୍ୟ ବର୍ଗରେ ପ୍ରବେଶ ନିମନ୍ତେ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଛି । ଯୋଗ୍ୟ ପଞ୍ଜୀକୃତ ପ୍ରାର୍ଥୀ ମାନଙ୍କ ପାଇଁ ଅନଲାଇନ ସିଇଇ ଆଜି ୧୭୬ଟି ଅଖିଳ ଭାରତ ସ୍ତରୀୟ ସ୍ଥାନରେ ୩୭୫ ପରୀକ୍ଷା କେନ୍ଦ୍ରରେ ଆରମ୍ଭ ହୋଇ ସାରିଛି । ୨୬ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ।ତିନିଟି ପର୍ଯ୍ୟାୟରେ ନୂତନ ନିଯୁକ୍ତି ପ୍ରକ୍ରିୟା ସମ୍ପନ୍ନ କରାଯିବ । ପ୍ରଥମ ପର୍ଯ୍ୟାୟରେ, www.joinindianarmy.nic.inରେ ଅନଲାଇନରେ ପଞ୍ଜୀକୃତ ହୋଇଥିବା ଏବଂ ଆବେଦନ କରିଥିବା ସମସ୍ତ ପ୍ରାର୍ଥୀ ଅନଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ । ଦ୍ୱିତୀୟ ପର୍ଯ୍ୟାୟରେ, ସଫଳ ତାଲିକାଭୁକ୍ତ ପ୍ରାର୍ଥୀମାନଙ୍କୁ ଜୁନ ୨୦୨୩ରୁ ସମ୍ପୃକ୍ତ ସେନା ନିଯୁକ୍ତି କାର୍ଯ୍ୟାଳୟ ଦ୍ୱାରା ସ୍ଥିର ହୋଇଥିବା ସ୍ଥାନରେ ନିଯୁକ୍ତି ରାଲି ପାଇଁ ଡକରା ଦିଆଯିବ । ଯେଉଁଠାରେ ସେମାନଙ୍କର ଶାରୀରିକ ସୁସ୍ଥତା ପରୀକ୍ଷା ଏବଂ ଶାରୀରିକ ମାପ ପରୀକ୍ଷା କରାଯିବ । ଶେଷରେ, ତୃତୀୟ ପର୍ଯ୍ୟାୟରେ ମନୋନୀତ ପ୍ରାର୍ଥୀମାନେ ମେଡିକାଲ ପରୀକ୍ଷା ଦେବେ । ଏହାପରେ ସଫଳ ପ୍ରାର୍ଥୀଙ୍କ ଅନ୍ତିମ ଯୋଗ୍ୟତା ତାଲିକା ଘୋଷଣା କରାଯିବ । ସଂଶୋଧିତ ନିଯୁକ୍ତି ବ୍ୟବସ୍ଥା ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ଶୃଙ୍ଖଳିତ, ସ୍ୱଚ୍ଛ କରିବ ଏବଂ ଦେଶରେ ଉପଲବ୍ଧ ଅତ୍ୟାଧୁନିକ ଆଇଟି ଭିତ୍ତିଭୂମିର ସର୍ବାଧିକ ବ୍ୟବହାର କରାଯିବା ପାଇଁ ଡିଜାଇନ କରାଯାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଅନଲାଇନ ଗେମ୍ ପ୍ରମୋସନକୁ ନେଇ ଅଡୁଆରେ ସଚିନ ତେନ୍ଦୁଲକର । 'ରମି' ଆପର ପ୍ରମୋସନ ପାଇଁ ଭାରତ ରତ୍ନ ତଥା କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନାଁରେ ମାମଲା ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି ।
ଆପଲ୍ର ନୂଆ ଆଇଫୋନ୍-୧୫ ପ୍ରୋ ସିରିଜ୍ରେ ତାତି ସମସ୍ୟା ଦେକାଦେଇଛି। କଂପାନି ପକ୍ଷରୁ କୁହାଯାଇଛି ଯେ ଇନ୍ଷ୍ଟାଗ୍ରାମ୍, ଉବର୍ ଭଳି ଆପ୍ ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଛି।
ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ଘଟଣା ପୁଣି ଚର୍ଚ୍ଚାକୁ ଆସିଛି। ଏହି ମାମଲାରେ ବିସ୍ତୃତ ରିପୋର୍ଟ ଦାଖଲ କରିନଥିବାରୁ ଜାତୀୟ ମାନବାଧିକାର ଆୟୋଗ(ଏନ୍ଏଚ୍ଆର୍ସି) ଭୁବନେଶ୍ବର-କଟକ ପୁଲିସ କମିସନରଙ୍କୁ ସର୍ତ୍ତମୂଳକ ସମନ ଜାରି କରିଛନ୍ତି।