Loading...

ଏଣିକି ଭାରତୀୟ ରେଳରେ ବି ମିଳିବ ଅନଲାଇନ ଖାଦ୍ଯ

ଏଣିକି ଭାରତୀୟ ରେଳରେ ବି ମିଳିବ ଅନଲାଇନ ଖାଦ୍ଯ

ଦୁଇଟି ପର୍ଯ୍ୟାୟରେ ହ୍ୱାଟ୍ସଆପ୍ ମାଧ୍ୟମରେ ଇ-କ୍ୟାଟରିଂ ସେବା (Indian Railway e-Catering Service) କାର୍ଯ୍ୟକାରୀ ଯୋଜନା କରିଛି କରିବାକୁ ଆଇଆରସିଟିସି।

ରେଳଯାତ୍ରୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ଏଣିକି ଯାତ୍ରା ବେଳେ ଅନ ଲାଇନ ଖାଦ୍ୟ ଅର୍ଡର କରିବା ଲାଗି ଯାତ୍ରୀଙ୍କ ଲାଗି ହେବ ସହଜ। ଏନେଅ ଭାରତୀୟ ରେଳବାଇ ପକ୍ଷରୁ ଆରମ୍ଭ ହୋଇଛି ଏକ ଅନଲାଇନ ସେବା। ଯାହା ମାଧ୍ୟମରେ ଯାତ୍ରୀ ଅନଲାଇନ ଖାଦ୍ୟ ଅର୍ଡର କରିପାରିବେ। ଭାରତୀୟ ରେଳବାଇ ଅଧିନସ୍ଥ (Indian Railway) ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ (Indian Railway Catering and Tourism Corporation) ଆଇଆରସିଟିସି (IRCTC) www.catering.irctc.co.in ନାମରେ ଏକ ୱେବସାଇଟ୍ ବିକଶିତ କରିଛି। ଆଇଆରସିଟିସି ଏହାର ଇ-କ୍ୟାଟରିଂ ଆପ୍ (IRCTC e-Catering App) ଫୁଡ୍ ଅନ୍ ଟ୍ରାକ ମାଧ୍ୟମରେ ଇ-କ୍ୟାଟରିଂ ସେବା ଆରମ୍ଭ କରିଛି। ଇ-କ୍ୟାଟରିଂ ସେବାକୁ ଅଧିକ ଗ୍ରାହକ କେନ୍ଦ୍ରୀତ କରିବା ପାଇଁ ଆଇଆରସିଟିସି ପକ୍ଷରୁ ଆରମ୍ଭ ହୋଇଛି ଏକ ହ୍ୱାଟ୍ସଆପ୍ ସେବା। ଯାହାର ନମ୍ବର ହେଉଛି +୯୧-୮୭୫୦୦୦୧୩୨୩। ଏହି ହ୍ୱାଟ୍ସଆପ୍ ମାଧ୍ୟମରେ ଯାତ୍ରୀ ଅନଲାଇନ ଖାଦ୍ୟ ଅର୍ଡର କରିପାରିବେ।  

ଦୁଇଟି ପର୍ଯ୍ୟାୟରେ ହ୍ୱାଟ୍ସଆପ୍ ମାଧ୍ୟମରେ ଇ-କ୍ୟାଟରିଂ ସେବା (Indian Railway e-Catering Service) କାର୍ଯ୍ୟକାରୀ ଯୋଜନା କରିଛି କରିବାକୁ ଆଇଆରସିଟିସି। ପ୍ରଥମ ପର୍ଯ୍ୟାୟରେ ଏହି ହ୍ୱାଟ୍ସଆପ୍ ନମ୍ବର www.ecatering.irctc.co.in ଲିଙ୍କ କ୍ଲିକ୍ କରି ଇ-କ୍ୟାଟରିଂ ସେବା ଚୟନ ପାଇଁ ଗ୍ରାହକଙ୍କୁ ଇ-ଟିକେଟ୍ ବୁକିଂ କରିବାକୁ ଏକ ବାର୍ତ୍ତା ପଠାଇବ। ଏହି ବିକଳ୍ପ ମାଧ୍ୟମରେ ଗ୍ରାହକ ସେମାନଙ୍କ ନିଜ ପସନ୍ଦର ରେସ୍ତୁରାଁ, ଯାହା ରେଳ ଷ୍ଟେସନ ନିକଟରେ ଉପଲବ୍ଧ ରହିଛି, ସେଠାରୁ ସିଧାସଳଖ ଆଇଆରସିଟିସି ଇ-କ୍ୟାଟରିଂ ୱେବସାଇଟ୍ ମାଧ୍ୟମରେ ଖାଦ୍ୟ ଅନଲାଇନ ଅର୍ଡର କରିପାରିବେ। ଏନେଇ ଆଇଆରସିଟିସି ଆପ ଡାଉନଲୋଡ କରିବାକୁ ପଡ଼ିବନାହିଁ।

ଏହି ସେବାର ପରବର୍ତ୍ତୀ ପର୍ଯ୍ୟାୟରେ ହ୍ୱାଟ୍ସଆପ୍ ନମ୍ବର ଗ୍ରାହକଙ୍କ ପାଇଁ ଏକ ଯୋଗାଯୋଗ ମାଧ୍ୟମ ହେବ। ଯେଉଁଠାରେ ଗ୍ରାହକ ଇ-କ୍ୟାଟରିଂ ସହ ଜଡ଼ିତ ସେବା ବାବଦରେ ଆବଶ୍ୟକୀୟ ତଥ୍ୟ ପାଇପାରିବେ। ଏପରିକି ଗ୍ରାହକ ଜଣଙ୍କ ତାଙ୍କ ଖାଦ୍ୟ ମଧ୍ୟ ଅର୍ଡର କରିପାରିବେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.