News

କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ

ରେଳ ଯାତ୍ରୀଙ୍କ ପାଇଁ ସତର୍କ ସୂଚନା । ଅନଲାଇନ ଟିକେଟ କାଟିଲା ବେଳେ ସାମାନ୍ୟ ସତର୍କତା ଅବଲମ୍ବନ କରନ୍ତୁ । କେନ୍ଦ୍ର ରେଳବାଇ ତରଫରୁ ଚଳିତ ମାସରୁ ଏକ ଅନୁସନ୍ଧାନ ଅଭିଯାନ ଆରମ୍ଭ ହେଇଛି। ଯେଉଁମାନେ ଅନଲାଇନରେ ଟିକେଟ ବୁକିଂ କରିବା ସହିତ ବେଆଇନ୍ ସଫ୍ଟଓୟାର ବ୍ୟବହାର କରି କଳା ବ୍ୟବସାୟ ଚଳାଇଥାଆନ୍ତି ସେମାନଙ୍କ ବିରୋଧରେ ଏହି ଅଭିଯାନ ଚାଲିଛି ।

ସୂଚନା ଅନୁସାରେ, ଅନାଧିକୃତ ଏଜେଣ୍ଟ ବେଆଇନ ସପ୍ଟଓ୍ଵୟାର ଖୋଲିଥିଲେ। ଯାହାର ନାମ ‘ଏନଇଓ’ ରଖିଥିଲେ। ଏହି ‘ଏନଇଓ’ ଜରିଆରେ ୪୧ ନକଲି ଆଇଡି ଖୋଲି ଅନାଧିକୃତ ଏଜେଣ୍ଟ ଟିକେଟ ବୁକ୍ କରୁଥିଲେ । ଚଳିତ ମାସରେ ଏଭଳି ଅନାଧିକୃତ ଏଜେଣ୍ଟଙ୍କ ଠାରୁ ୧.୫ଲକ୍ଷ ଟଙ୍କା ଓ ୩୨ ଇ-ଟିକେଟ ଜବତ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ରେଳବାଇ ଅଧିନିୟମ ଧାରା ୧୪୩ ଅନୁଯାୟୀ ବେଆଇନ ଟିକେଟ କାରବାର କରୁଥିବା ନେଇ ମାମଲା ରୁଜୁ କରାଯାଇଛି।

ଦୀପାବଳି ସମୟରେ କେନ୍ଦ୍ର ରେଳବାଇ ଟିକେଟ ନ ଥାଇ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ସର୍ବମୋଟ ୧୧କୋଟି ଟଙ୍କା ସଂଗ୍ରହ କରିଛି। ପାର୍ବଣ ସମୟରେ ରେଳବାଇ ପୁଲିସ୍ ଫୋର୍ସ ଓ ସିଆର କର୍ମସିଆଲ ଓ ଭିଜିଲାନ୍ସ ବିଭାଗ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଆକସ୍ମିକ ଭାବେ ଚଢ଼ଉ କରି ଯାତ୍ରୀଙ୍କ ଠାରୁ ବେଆଇନ ଟିକେଟକୁ ଜବତ କରିବା ସହିତ କେତେଜଣଙ୍କୁ ଗିରଫ ମଧ୍ୟ କରିଥିଲେ।

ସିଆର ମୁଖ୍ୟ ପିଆରଓ ସୁନୀଲ ଉଦାସୀଙ୍କ କହିବାନୁସାରେ, ଅକ୍ଟୋବର ୧୫ରେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ଆଉଟଲେଟରୁ ୨୧ଟି ଟିକେଟକୁ ବାତିଲ କରାଯାଇଥିଲା। ଯାହାର ମୂଲ୍ୟ ପାଖାପାଖି ୮୦, ୭୫୦ଟଙ୍କା ଥିଲା। ଏଥିସହିତ ନଗଦ ୪୫,୭୫୦ଟଙ୍କା, ୫୮ ଭରାଯାଇଥିବା ଫର୍ମ, ସିପିୟୁ, ଏକ୍ସଟରନାଲ ହାର୍ଡଡିସ୍କ, ରସିଦ ବହି ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ କରିବା ସହିତ ଏହାର ମାଲିକଙ୍କୁ ଗିରଫ କରାଯାଇଥିଲା।

ଗତବର୍ଷ ଅକ୍ଟୋବର ୧ରୁ ଅକ୍ଟୋବର ୨୧ ପର୍ୟ୍ୟନ୍ତ ୧୧.୩୫ କୋଟି ଟଙ୍କା ଏଭଳି ବ୍ୟବସାୟରୁ ଜବତ କରାଯାଇଛି। ଯେଉଁଥିରୁ ବେଆଇନ୍ ଭାବେ ଟିକେଟ କାଟିବାର କାରବାରରେ ୭.୦୩ କୋଟି ସଂଗ୍ରହ ହୋଇଥିଲା। ଏହି ମାମଲା ୬୧.୪୮ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏକ ସର୍ବେକ୍ଷଣରୁ ଜଣାପଡ଼ିଛି।

କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ  କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ

ପଢନ୍ତୁ, ବସ ଭଡା ଏଣିକି ମହଙ୍ଗା ପଡିବ, ଖାଲି ଚଢ଼ିକି ଓହ୍ଲାଇଲେ ବି ୧୩ଟଙ୍କା

Related posts

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌,୧୦ ଆହତ

ENO Beuro

ପୁଅ ବାହାଘର ପାଇଁ ଲାଲୁଙ୍କ ପାରୋଲ ଆବେଦନ ମଞ୍ଜୁର!

ENO Beuro

ଆଜିଠୁ ବଜେଟ ଅଧିବେଶନ ! ଫେବୃଆରୀରେ ଜେଟଲୀଙ୍କ ଉପସ୍ଥାପନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More