ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ଆଜିକାଲି ସମ୍ପତ୍ତି ବଢାଇବା ନିମନ୍ତେ କିମ୍ବା ଘର ତିଆରି କରିବା ପାଇଁ ସମସ୍ତେ ଜମି କିଣୁଛନ୍ତି । ଏହି କ୍ଷେତ୍ରରେ ଜମି କିଣିବା କାହା ପାଇଁ ଶୁଭ ହୋଇଥିବା ବେଳେ କାହା କାହା ପାଇଁ ଏହା ଅଶୁଭ ମଧ୍ୟ ହୋଇଥାଏ ।
ଆଜିକାଲି ସମ୍ପତ୍ତି ବଢାଇବା ନିମନ୍ତେ କିମ୍ବା ଘର ତିଆରି କରିବା ପାଇଁ ସମସ୍ତେ ଜମି କିଣୁଛନ୍ତି । ଏହି କ୍ଷେତ୍ରରେ ଜମି କିଣିବା କାହା ପାଇଁ ଶୁଭ ହୋଇଥିବା ବେଳେ କାହା କାହା ପାଇଁ ଏହା ଅଶୁଭ ମଧ୍ୟ ହୋଇଥାଏ । ତେଣୁ ଜମି କିଣିବା ପୂର୍ବରୁ ଜମିର ପରୀକ୍ଷା କରି କିଣିବା ନିହାତି ଆବଶ୍ୟକ । ତେବେ ଏହି ସମ୍ବନ୍ଧରେ ଭବିଷ୍ୟପୁରାଣ ବା ବାସ୍ତୁଶାସ୍ତ୍ର ସହିତ କିଛି ଧାର୍ମିକ ଗ୍ରନ୍ଥରେ ଭୂମି ପରୀକ୍ଷଣର ବିଧି ରହିଛି । ଯେଉଁ ଆଧାରରେ ଭୂମି ପରୀକ୍ଷାର ସାଧାରଣ ନିୟମ କୁହାଯାଇଛି । ଆଜି ଆପଣଙ୍କୁ ଜମି ପରୀକ୍ଷାର ସାଧାରଣ ନିୟମ କଥା କହିବୁ ଯେଉଁଥିରେ ଆପଣ ସହଜରେ ଜାଣିପାରିବେ କେଉଁ ଜମି ଆପଣଙ୍କ ପାଇଁ ଶୁଭ, କେଉଁ ଜମି ଅଶୁଭ ।
ଶୁଭ ଜମିର ଲକ୍ଷଣ
ଜ୍ୟେତିଷଶାସ୍ତ୍ର ଅନୁସାରେ, ଯେଉଁ ଭୂମି ଘାସ ଓ ଗଛରେ ପରିପୂର୍ଣ୍ଣ ସହ ଉକ୍ତ ଜମିରେ ଭଲ ଚାଷ ହେଉଥିବ ସେହି ଜମି ଜୀବନ୍ତ ଓ ଶୁଭ ଜମି ଅଟେ । ଏହାଛଡା ଯେଉଁ ଜମି ଖୋଳିବା ବେଳେ ସେଥିରୁ ପଥର,ଇଟା ବା ଶଙ୍ଖ ବାହାରେ ତେବେ ସେହି ଜମିକୁ ମଧ୍ୟ ଶୁଭ କୁହାଯାଇପାରିବ । ଯେଉଁ ଜମିରେ ଖାଲ ଖୋଳିବା ପରେ ପୁଣି ସେହି ଖାଲକୁ ପୋତିବା ସାରିବା ପରେ ମଧ୍ୟ ମାଟି ବଂଚିଯାଉଛି ତେବେ ଏହା ଅତ୍ୟନ୍ତ ଶୁଭଫଳ ଆପଣଙ୍କୁ ପ୍ରଦାନ କରିବ । ସେହିଜମିରେ ଚାରି ଦିଗକୁ ମୁହଁ କରି ଦୀପ ଜଳାଇବେ ଯଦି ପ୍ରତ୍ୟେକଟି ଦୀପ ସମାନ ଭାବେ ଜଳିଲା ତେବେ ଏହା ଶଭର ପ୍ରତୀକ ହୋଇଥାଏ ।
ଅଶୁଭ ଜମିର ଲକ୍ଷଣ
ଜ୍ୟେତିଷଶାସ୍ତ୍ର ଅନୁସାରେ, ଯଦି ଜମିଟି ସମତଳ ଭୂମିରେ ନାହିଁ ଅର୍ଥାତ ଜମିଟି ଆବଡା ଖାବଡା ହୋଇ ଅଛି ତେବେ ସେହି ଜମି ଭୁଲରେ ବି କିଣନ୍ତୁନି । ଜମିଟି ଯଦି ବହୁବର୍ଷ ଧରି କାର୍ଯ୍ୟ ନହୋଇ ପଡିଛି ଏବଂ ସେଠାରେ ମୂଷା ବାସ କରୁଛନ୍ତି ତେବେ ସେହି ଜମିଟି ମୃତ ଜମି । ଆବଡା ଖାବଡା ଜମିର ଲକ୍ଷଣ ହେଉଛି, ଏହା ଶତ୍ରୃ ବୃଦ୍ଧି କରିଥାଏ । ବଡ ଗାଡଥିବା ଜମି ଘରକୁ ବିପତ୍ତି ଆଣିଥାଏ । ସେହିପରି ବଙ୍କା ଜମି ଭାଇ ବନ୍ଧୁ କୁଟୁମ୍ବ ସହିତ ମିଶାଇ ଦେଇ ନଥାଏ । ଯେଉଁ ଜମି ଖୋଳୁ ଖୋଳୁ ହାଡ ମିଳିଥାଏ ସେହି ଜମି ସମ୍ପୂର୍ଣ୍ଣ ଅଶୁଭ ହୋଇଥାଏ । ଏହିପରି ଜମି କିଣିବା ଜୀବନ ପ୍ରତି ବିପତ୍ତି ହୋଇଥାଏ । ତେଣୁ ଜମି କିଣିବା ପୂର୍ବରୁ ଜମି ପରୀକ୍ଷଣ ନିହାତି କରନ୍ତୁ । ଯଦି ଏମିତି କିଛି ସମସ୍ୟା ରହିଛି ଆପଣଙ୍କ ଜମିରେ ତେବେ ବାସ୍ତୁ ପୂଜା କରନ୍ତୁ ତେବେ ଦୂର ହୋଇଯିବ ଏହି ସମସ୍ୟା ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।