• Home
  • News
  • ଏହି ବ୍ୟାଙ୍କରେ ବିନା ଚାର୍ଜ ଓ ଜିରୋ ବାଲାନ୍ସରେ ଖାତା ଖୋଲି ଅନେକ ସୁବିଧାର ଲାଭ ଉଠାନ୍ତୁ
News

ଏହି ବ୍ୟାଙ୍କରେ ବିନା ଚାର୍ଜ ଓ ଜିରୋ ବାଲାନ୍ସରେ ଖାତା ଖୋଲି ଅନେକ ସୁବିଧାର ଲାଭ ଉଠାନ୍ତୁ

କେନ୍ଦ୍ର୍ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ (ବିଏସିବିଡିଏ) ନାମକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯାଉଛି । ସରକାରଙ୍କର ଏହି ଯୋଜନା ପଛର ଉଦ୍ଦେଶ୍ୟ ହେଲା ଗରିବ ଲୋକଙ୍କ ପାଖକୁ ବ୍ୟାଙ୍କିଂ ସେବା ପହଞ୍ଚାଇବା । ଏହି ଯୋଜନାରେ ବ୍ୟାଙ୍କ, ଗ୍ରାହକଙ୍କର ସାଧାରଣ ଆବଶ୍ୟକତାକୁ ମାଗଣା ଏଟିଏମ, ମାସିକ ଷ୍ଟେଟମେଣ୍ଟ ଏବଂ ଚେକ୍ ବୁକ୍ ଜରିଆରେ ଧ୍ୟାନ ରଖିଥାଏ । ଏହାକୁ ମଧ୍ୟ ଜିରୋ ବାଲାନ୍ସରେ ଖାତା କୁହାଯାଇପାରେ ।

ଏହି ଖାତାରେ କ୍ରେଡିଟ୍ ଆଣ୍ଡ ମନି ଟ୍ରାନ୍ସଫର ସୁବିଧା ଏବଂ ସରଳ କେୱାଇସି ନିୟମଗୁଡିକ ଆଧାରରେ ଏଟିଏମ ଡେଭିଟ୍ କାର୍ଡ ଭଳି ସୁବିଧାମାନ ରହିଛି । ଯାହା ଦ୍ୱାରା ଜିରୋ ବାଲାନ୍ସ ସହିତ ଖାତା ଖୋଲାଯାଇପାରିବ । ଏହା ଯୋଜନା ଅନ୍ତର୍ଗତ ଜଣେ ବ୍ୟକ୍ତିଙ୍କୁ କୌଣସି ବି ବ୍ୟାଙ୍କରେ କେବଳ ଗୋଟିଏ ହିଁ ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟ ଖୋଲିବାର ଅନୁମତି ଦିଆଯିବ, ଯଦି କୌଣସି ବ୍ୟକ୍ତିଙ୍କ ଉକ୍ତ ବ୍ୟାଙ୍କରେ ଅନ୍ୟ କୌଣସି ଖାତା ରହିଥାଏ କି ଖାଲନ୍ତି ତେବେ ୩୦ ଦିନ ଭିତରେ ତାଙ୍କୁ ପୁରୁଣା ଖାତାଟିକୁ ବନ୍ଦ କରିବାକୁ ପଡିବ ।

  • ବିଏସିବିଡିଏ ଯୋଜନାରେ ସର୍ବନିମ୍ନ ବାଲାନ୍ସର ଆବଶ୍ୟକତା ରହିନଥାଏ । ସାଧାରଣତଃ ଅନେକ ବ୍ୟାଙ୍କରେ ସର୍ବନିମ୍ନ ବାଲାନ୍ସ ବାଧ୍ୟତାମୂଳକ ହୋଇଥାଏ ଏବଂ ନହେଲେ ଜରିମାନା ମଧ୍ୟ ଦେବାକୁ ପଡିଥାଏ ।
  • ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟରେ ସାଧାରଣ ସଂଚୟ ଖାତା ଭଳି ସୁଧ ମିଳିଥାଏ । ଏଥିରେ ବ୍ୟାଙ୍କ ବ୍ରାଞ୍ଚ କିମ୍ବା ଏଟିଏମରୁ କ୍ୟାସ ଜମା କିମ୍ବା ଉଠାଣ, ଚେକ୍ ବୁକ୍ ଏବଂ ଅନଲାଇନ ଫଣ୍ଡ ଟ୍ରାନ୍ସଫର ଭଳି ସୁବିଧା ମିଳିଥାଏ ।
  • ପ୍ରତ୍ୟେକ ବ୍ୟାଙ୍କର ଖାତାଧାରୀଙ୍କ ମାନକ ଭିନ୍ନ ଭିନ୍ନ ରହିଥାଏ, ଯାହାକି ବୟସ ଏବଂ ଆୟ ଉପରେ ନିର୍ଭର କରିଥାଏ । ଆରବିଆଇର ଗାଇଡଲାଇନ୍ସ ଅନୁସାରେ, ବ୍ୟାଙ୍କ ଗ୍ରାହକଙ୍କ ଉପରେ ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଂଟ ଆଧାରରେ ଖାତା ଖୋଲିବା ଦ୍ୱାରା ବୟସ କିମ୍ବା ଆୟର ସୀମୀ ଲଗାଯାଇ ପାରିବ ନାହିଁ ।
  • ଏହ ଯୋଜନା ମୁତବକ ଡେଭିଟ୍ କାର୍ଡ ବ୍ୟବହାର କରିବା ଉପରେ କୌଣସି ଚାର୍ଜ ଲାଗିବ ନାହିଁ । ଯେବେକି ସାଧାରଣ ଖାତା ପାଇଁ ୧୦୦ଟଙ୍କା ରୁ ୩୦୦ଟଙ୍କା ପର୍ଯ୍ୟନ୍ତ ଚାର୍ଜ ଲାଗିଥାଏ । ସାଧାରଣ ସଞ୍ଚୟ ଖାତା ଆଧାରରେ ଆପଣ ଏହି ଆକାଉଣ୍ଟରେ ଇଣ୍ଟରନେଟ ବ୍ୟାଙ୍କିଂର ସୁବିଧାର ପ୍ରୟୋଗ କରିପାରିବେ ଏବଂ ଏହି ଆକାଉଣ୍ଟକୁ ବନ୍ଦ କରିବା ଉପରେ ମଧ୍ୟ କୌଣସି ଶଳ୍କ ଲାଗି ନଥାଏ ।
  • ବେସିକି ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟରେ ଫିକ୍ସଡ ଡିପୋଜିଟ ଏବଂ ଆରଡି ମଧ୍ୟ ଖୋଲି ପାରିବେ । ଜିରୋ ବାଲାନ୍ସ ଆକାଉଣ୍ଟରେ ଗୋଟିଏ କୋଟି ଟଙ୍କାରୁ କମ୍ ରାଶି ଉପରେ ୩.୫ ପ୍ରତିଶତ ଦରରେ ସୁଧ ମିଳିଥାଏ ।

ବେସିକି ସେଭିଂ ବ୍ୟାଙ୍କ ଡିପୋଜିଟ ଆକାଉଣ୍ଟର ସୁବିଧା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କରେ ଉପଲବ୍ଧ ।

ଏହି ବ୍ୟାଙ୍କରେ ବିନା ଚାର୍ଜ ଓ ଜିରୋ ବାଲାନ୍ସରେ ଖାତା ଖୋଲି ଅନେକ ସୁବିଧାର ଲାଭ ଉଠାନ୍ତୁ   ଏହି ବ୍ୟାଙ୍କରେ ବିନା ଚାର୍ଜ ଓ ଜିରୋ ବାଲାନ୍ସରେ ଖାତା ଖୋଲି ଅନେକ ସୁବିଧାର ଲାଭ ଉଠାନ୍ତୁ

ପଢନ୍ତୁ, ରାଜଧାନୀ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି ଅର୍ବାନ ମ୍ୟୁଜିୟମ

Related posts

ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

Krishna Kumar Manoj

To Control Pollution, OSPCB Has Ordered To Shutdown Vedanta group’s Power Plants

Krishna Kumar Manoj

ଜନ୍ମଦିନରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନଶନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More