News

ପିଆଜ, ଆଳୁ ଓ ଟମାଟୋ ମୂଲ୍ୟର ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ଅପରେସନ୍‌ ଗ୍ରିନ୍‌

‘ଅପରେସନ୍‌ ଗ୍ରିନ୍‌’

କୃଷକମାନଙ୍କ ଆୟ ୨୦୨୨ ସୁଦ୍ଧା ଦୁଇ ଗୁଣ ବୃଦ୍ଧି କରିବା ଲକ୍ଷ୍ୟରେ ଅପରେସନ୍‌ ଗ୍ରିନ୍‌ ଆରମ୍ଭ କରାଯାଇଛି। ଏଥିପାଇଁ ବଜେଟ୍‌ରେ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ବଜେଟ୍‌ରେ ଘୋଷଣା କରିଛନ୍ତି।

ଅପରେସନ୍‌ ଗ୍ରିନ୍‌ରେ କୃଷି ସାମଗ୍ରୀ ଉତ୍ପଦାନକାରୀ ସଂଗଠନ, କୃଷି ସାମଗ୍ରୀ ପରିବହନ, ପ୍ରକ୍ରିୟାକରଣ ସୁବିଧା ଏବଂ ବୃତ୍ତିଗତ ପରିଚାଳନା ଆଦିକୁ ପ୍ରୋତ୍ସାହନ ଦିଆଯିବ।

କୃଷକମାନଙ୍କୁ ସହାୟତା ଯୋଗାଇ ଦିଆଯାଇ ଦେଶରେ ପିଆଜ, ଆଳୁ ଓ ଟମାଟୋ ମୂଲ୍ୟରେ ଦେଖାଦେଉଥିବା ଅସ୍ଥିରତାକୁ ନିୟନ୍ତ୍ରଣ କରିବା ଏହି ଯୋଜନାର ଲକ୍ଷ୍ୟ। ଏହି ଯୋଜନା ଅର୍ଥନୀତିରେ ଚାହିଦା ବୃଦ୍ଧି ଏବଂ ଚାହିଦା ବୃଦ୍ଧିର ଆକଳନ ଉପରେ ମଧ୍ୟ କାର୍ଯ୍ୟ କରିବ।

ଏଥିସହିତ ଏହି ଯୋଜନାରେ କୃଷି ଭିତ୍ତିଭୂମି ବିକାଶ ପାଇଁ ୪୭୦ଟି କୃଷି ବଜାର କମିଟି (ଏପିଏମ୍‌ସି)କୁ ଇ-ନାମ୍‌ ପ୍ଲାଟ୍‌ଫର୍ମରେ ଯୋଡ଼ାଯିବ। ସରକାର ୨୨ ହଜାର କୃଷି ବଜାରର ବିକାଶ ମଧ୍ୟ କରିବେ।

ପଢନ୍ତୁ ;

ଉପ ନିର୍ବାଚନ : କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ , ସଫା ହେଲା ବିଜେପି

Related posts

ଆପତ୍ତିଜନକ ବିଷୟ ବସ୍ତୁ ପ୍ରସାରଣ କରି ଜେଲରେ ଟିଭି ଚ୍ୟାନେଲ ମୁଖ୍ୟ ଓ ସମ୍ପାଦକ

Ratnamani Moharana

ୟୁନିଫର୍ମରେ ଲେଫ୍‌ଟିନାଣ୍ଟ୍‌ କର୍ଣ୍ଣଲ ଏମ୍‌ଏସ୍‌ ଧୋନି

Ratnamani Moharana

ଖଡ଼ଗପୁର ରେଳ ଷ୍ଟେସନରେ ରେଳ ଚଳାଚଳ ବାତିଲ୍‌, ଯାଣନ୍ତୁ କେଉଁ ରେଳ ବାତିଲ ଓ ୟା ପଛର କାରଣ

ENO Beuro

1 comment

Leave a Comment