EnewsOdia.Com

ଭୁବନେଶ୍ୱର ‘ଜନପଥ’କୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରିବାକୁ ଦାବି

ଆସନ୍ତା ଅକ୍ଟୋବର ୨୯ରେ ଜୟୀ ରାଜଗୁରୁଙ୍କର ଜୟନ୍ତୀ ପଡୁଛି। ଇଂରେଜମାନେ ଯେଉଁଭଳି ଭାବରେ ଜୟୀ ରାଜଗୁରୁଙ୍କୁ ବରଗଛର ଡାଳରେ ଦୁଇ ଗୋଡକୁ ବାନ୍ଧି ଜିଅନ୍ତା ଫାଡିଦେଲେ ଏପରି ବର୍ବରତାର ହତ୍ୟା ବିଶ୍ୱ ଇତିହାସରେ ବିରଳ। ତେବେ ରାଜଧାନୀ ଭୁବନେଶ୍ୱରସ୍ଥିତ ବାଣୀବିହାର ଛକରୁ ରାଜମହଲ ଛକ, ଯାହାକୁ ଏବେ ଜନପଥ ବୋଲି କୁହାଯାଉଛି ତାହା ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯାଇ ‘ଜୟୀ ରାଜଗୁରୁ ଜନପଥ’ କରାଯାଉ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିରୋଧୀ ଦଳ ନେତା ଏହି ଦାବି ଉଠାଇଛନ୍ତି।

ଓଡିଶାର କୌଣସି ବଡ ଶିକ୍ଷାନୁଷ୍ଠାନକୁ ତାଙ୍କ ନାମରେ ନାମିତ କରାଯାଉ। ସ୍କୁଲ, କଲେଜ ବିଶେଷ ଭାବରେ ବିଶ୍ୱବିଦ୍ୟାଳୟ ସ୍ତରରେ ଜୟୀ ରାଜଗୁରୁଙ୍କର ବିଷୟରେ ବ୍ୟାପକ ଭାବରେ ପଢାଯାଉ। ପୂଜ୍ୟ ପୁଜାର ସମ୍ମାନ ସବୁବେଳେ ଭାରତୀୟ ଜନତା ପାର୍ଟି କରିଆସିଛି। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ଉତ୍କଳମଣି ଗୋପବନ୍ଧୁ ଆଦି ସମସ୍ତେ ଆମର ନମସ୍ୟ ବୋଲି ଶ୍ରୀ ନାୟକ କହିଛନ୍ତି।

ପଢନ୍ତୁ: ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

ସମ୍ବନ୍ଧିତ ଖବର

ମୁଖ୍ୟମନ୍ତ୍ରୀ ପଦ ନେଇ ବିଜେପି-ଶିବସେନା ମଧ୍ୟରେ ଛିଣ୍ଡୁନାହିଁ ଅଙ୍କ !

Ratnamani Maharana

ରାଜ୍ୟ କଂଗ୍ରେସରେ ନିରଞ୍ଜନ ହଟାଅ ମେଳି !

Ratnamani Maharana

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ୨୦ ଲକ୍ଷ ଡଲାର ଜରିମାନା

Ratnamani Maharana

ଟ୍ରମ୍ପଙ୍କୁ ‘ପାଗଳ ବୃଦ୍ଧ’ କହିଲା ଆଇଏସର ନୂଆ ଉତ୍ତରାଧିକାରୀ

Ratnamani Maharana

ବିରୋଧୀଙ୍କୁ ୩୭୦ ଚ୍ୟାଲେଞ୍ଜ ଦେଲେ ମୋଦି

Ratnamani Maharana