News

ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପାଇଁ ବିରୋଧୀଙ୍କ ପ୍ରସ୍ତୁତି!

ପ୍ରଧାନ ବିଚାରପତି ଦୀପକ ମିଶ୍ର ବିରୋଧରେ ଆସିବ ମହାଅଭିଯୋଗ

ପ୍ରଥମେ ସର୍ବୋଚ୍ଚ ନ୍ୟାୟାଳୟର ୪ ଜଣ ବରିଷ୍ଠ ବିଚାରପତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ପରେ ପୁଣି ଥରେ ଆଜି ଆସିଛି ‘ମହାଅଭିଯୋଗ’ । ବିରୋଧୀ ଦଳ ଗୁଡ଼ିକ ମହାଭିଯୋଗ ପ୍ରସ୍ତାବ ପାଇଁ ଏକାଠି ହେଉଛନ୍ତି । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛି । ଏନ୍‌ସିପି, ବାମଦଳ ଓ ଟିଏମ୍‌ସି ଭଳି ଦଳ ଗୁଡ଼ିକ ଏକାଠି ହେଉଛନ୍ତି । ଏଥିପାଇଁ ଏକ ଚିଠା ପ୍ରସ୍ତାବ ମଧ୍ୟ ପ୍ରସ୍ତୁତ କରାଯାଇଛି।

କିନ୍ତୁ, ବହିଷ୍କାର ପ୍ରସ୍ତାବ କେମିତି ଆଗତ କରାଯିବ ସେ ସଂକ୍ରାନ୍ତରେ କଂଗ୍ରେସ ସମେତ ଅନ୍ୟ କେତେକ ବିରୋଧୀ ଦଳ ମଧ୍ୟରେ ମତଭେଦ ଥିବା କଥା ମଧ୍ୟ ଜଣାପଡ଼ିଛି। ଆବଶ୍ୟକ ସମସ୍ତ ସାମ୍ବିଧାନିକ ନୀତିନିୟମ ହାସଲ କରୁଥିଲେ ମଧ୍ୟ ପ୍ରଧାନ ବିଚାରପତିଙ୍କୁ ବହିଷ୍କାର କରିବାକୁ ଯେତେ ସଦସ୍ୟ ଲୋଡ଼ା ତାହା ସେମାନଙ୍କ ପାଖରେ ନାହିଁ। ଓଡ଼ିଶାର ବିଜୁ ଜନତା ଦଳର ଜଣେ ନେତା କହିଛନ୍ତି, ତାଙ୍କ ଦଳ ବହିଷ୍କାର ପ୍ରସ୍ତାବକୁ ସମର୍ଥନ କରିବ ନାହିଁ।

ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ବିରୋଧୀ ଦଳ ଗୁଡିକ ମହାଭିଯୋଗ ଆଣିବାକୁ ସକ୍ଷମ ହେଲେ ଏହା ନ୍ୟାୟିକ ଇତିହାସରେ ତୃତୀୟ ମହାଭିଯୋଗ ପ୍ରସ୍ତାବ ହେବ । ଏହା ପୂର୍ବରୁ ଦୁଇ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସି ସାରିଛି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ରାମାସ୍ୱାମୀଙ୍କ ବିରୋଧରେ ୧୯୯୩ରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା । ମାତ୍ର ଏହା ଲୋକସଭାରେ ପାରିତ ହୋଇପାରିନଥିଲା । ଏହାପରେ କଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସୌମିତ୍ର ସେନଙ୍କ ବିରୋଧରେ ୨୦୧୧ରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ଏନେଇ ଲୋକସଭାରେ ମତଦାନ ହେବା ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଦେଇଥିଲେ।

ପଢନ୍ତୁ; ପାଟଣାଗଡ ବିସ୍ଫୋରଣ ମାମଲା : ପାର୍ସଲ ବୋମା ପଠାଇଥିଲେ ଜଣେ ଓଡ଼ିଆ

Related posts

ହାତୀ ପାଇଁ ଗ୍ରାମବାସୀ ଓ ବନ ବିଭାଗ କର୍ମଚାରୀ ମୁହାଁମୁହିଁ

ENO Beuro

ବଲିଉଡ୍‌ : କଠୁଆ ପୀଡ଼ିତାଙ୍କୁ ନ୍ୟାୟ ମିଳୁ

ENO Beuro

ସେପ୍ଟେମ୍ବର ୪ରୁ ବିଧାନସଭା ମୌସୁମୀ ଅଧିବେଶନ

ENO Beuro

Leave a Comment