Loading...

ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ସୁର ରାଉତରାୟଙ୍କୁ ନିରଞ୍ଜନଙ୍କ କାରଣ ଦର୍ଶାଅ ନୋଟିସ

ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ ସୁର ରାଉତରାୟଙ୍କୁ ନିରଞ୍ଜନଙ୍କ କାରଣ ଦର୍ଶାଅ ନୋଟିସ

ସୁର ରାଉତରାଏ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ବୋଲି ପିସିସି ମୁଖିଆ ପ୍ରଶ୍ନ କରିଥିଲେ । କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ ଶୀଘ୍ର ଉତ୍ତର ଦେବାକୁ ନୋଟିସ୍ କରିଥିଲେ ନିରଞ୍ଜନ ।

ସୁରଙ୍କ ବିବାଦୀୟ ବୟାନକୁ ନେଇ ପିସିସି ମୁଖିଆ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ କୈଫତ ମାଗିଥିଲେ । ଏହାର ଜବାବରେ ସୁର କହିଲେ, ‘ପିସିସି ସଭାପତିଙ୍କ ଉତ୍ତର ନିଶ୍ଚୟ ଦେବି । ମୁଁ ସେଭଳି କିଛି ବିରାଟ ଭୁଲ୍ କରି ନାହିଁ । ମୁଁ ଯାହା କହିଛି, ପିସିସି ସଭାପତି ନିଜେ ସେୟା କହିଥିଲେ । ଜୟଦେବ ଜେନା ମଧ୍ୟ ଏଭଳି ମନ୍ତବ୍ୟ ଦେଇଥିଲେ ।’ ତେଣୁ ଏନେଇ କୌଣସି କ୍ଷମା ପ୍ରାର୍ଥନା କରିବେ ନାହିଁ ବୋଲି ରୋକ୍‌ଠୋକ୍‌ କହିଛନ୍ତି ସୁର । ନିରଞ୍ଜନ ଓ ଜୟଦେବ ପ୍ରଥମେ କ୍ଷମା ମାଗନ୍ତୁ, ତାପରେ ସେ ମାଗିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ପିସିିସି ସଭାପତି ଚୟନ ପ୍ରସଙ୍ଗରେ ବିବାଦୀୟ ବୟାନ୍‌ ଦେଇଥିଲେ । ସେ କହିଥିଲେ ନବୀନଙ୍କ ଇଚ୍ଛାରେ କଂଗ୍ରେସର ପିସିସି ପରିବର୍ତ୍ତନ ହୁଏ । ଏମିତିକି କଂଗ୍ରେସର ରାଜ୍ୟ ପ୍ରଭାରୀ ମଧ୍ୟ ନବୀନଙ୍କ ଇଚ୍ଛାରେ ପରିବର୍ତ୍ତନ ହୁଏ ବୋଲି ସୁର କହିଥିଲେ ।

ତେବେ ସୁର ରାଉତରାଏ କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ବୋଲି ପିସିସି ମୁଖିଆ ପ୍ରଶ୍ନ କରିଥିଲେ । କେଉଁ ପରିସ୍ଥିତିରେ ଏଭଳି ମନ୍ତବ୍ୟ ଦେଲେ ଶୀଘ୍ର ଉତ୍ତର ଦେବାକୁ ନୋଟିସ୍ କରିଥିଲେ ନିରଞ୍ଜନ । ସୁରଙ୍କ ମନ୍ତବ୍ୟ କଂଗ୍ରେସ ପାଇଁ କ୍ଷତିକାରକ ହେବା ସହ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହୋଇଛି ବୋଲି ନିରଞ୍ଜନ ନୋଟିସରେ ଦର୍ଶାଇଛନ୍ତି । ସୁର ବାବୁ ଜଣେ ବରିଷ୍ଠ ବିଧାୟକ ହୋଇ ମଧ୍ୟ କାହିଁକି ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି । ଯାହାକି ଦଳକୁ କ୍ଷତି ସହିବାକୁ ପଡ଼ୁଛି । ଏନେଇ ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ନିରଞ୍ଜନ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.