Loading...

କଂଗ୍ରେସ ଭବନରେ ପୁଣି ଗୋଷ୍ଠୀ କନ୍ଦଳ: ସନ୍ଧ୍ୟାରେ ବି ଭଙ୍ଗାରୁଜା

କଂଗ୍ରେସ ଭବନରେ ପୁଣି ଗୋଷ୍ଠୀ କନ୍ଦଳ: ସନ୍ଧ୍ୟାରେ ବି ଭଙ୍ଗାରୁଜା

ରାଜ୍ୟ କଂଗ୍ରେସ ଭବନରେ ପୁଣି ହଙ୍ଗାମା। ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି ।

ରାଜ୍ୟ କଂଗ୍ରେସ ଭବନରେ ପୁଣି ହଙ୍ଗାମା। ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି । ପଦପଦବୀକୁ ନେଇ ତୁଟୁନି ବିବାଦ। ଆଜି ପୂର୍ବାହ୍ନରେ କଂଗ୍ରେସ ଭବନରେ ଭଙ୍ଗାରୁଜା ଦେଖାଦେଇଥିଲା। ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଭଙ୍ଗାରୁଜା କରି ଘଟଣାସ୍ଥଳରୁ ଛୁ ମାରିଥିଲେ। ତେବେ ଆଜି ସନ୍ଧ୍ୟାରେ ପୁଣି ଥରେ କଂଗ୍ରେସ ଭବନରେ ଭଙ୍ଗାରୁଜା ଦେଖାଦେଇଛି। ପିସିସି ସଭାପତିଙ୍କ ଅଫିସ ବାହାରେ କିଛି ଦୁର୍ବୃତ୍ତ ଚେୟାର ଓ ନାମ ଫଳକ ଭାଙ୍ଗିଦେଇଥିବା ସୂଚନା ମିଳିଛି। ତେବେ କଣ ପାଇଁ ଏଭଳି ଭଙ୍ଗାରୁଜା କରାଯାଉଛି, ସେନେଇ କିଛି ସଠିକ ତଥ୍ୟ ମିଳିପାରିନାହିଁ।

ପଢନ୍ତୁ: ରାଜଧାନୀର ବିଭିନ୍ନ ମଣ୍ଡପରେ BMCର ସ୍ୱତନ୍ତ୍ର ଟିମ୍‌

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.